
ଆମ ଏହି ବିଶ୍ଵ ସାତ ମହାଦେଶ
ଦୁଇ ଶତାଧିକ ଦେଶ,
ପ୍ରତ୍ୟେକ ଦେଶରେ ଭିନ୍ନ ଭାଷା ଭିନ୍ନ
ସାଂସ୍କୃତିକ ପରିବେଶ ।
ପ୍ରତ୍ୟେକ ଦେଶର ସାଂପ୍ରତିକ ସ୍ଥିତି
ପ୍ରାକୃତିକ ଚିତ୍ରପଟ,
ଜୀବନ ଜୀବିକା ସାହିତ୍ଯ ସଂସ୍କୃତି
ଭାଷାନୁବାଦରେ ଜ୍ଞାତ ।
ଅନୁବାଦ କ୍ରିୟା ଦି’ ହଜାର ବର୍ଷୁ
ଦେଶାନ୍ତରେ ଦୃଶ୍ୟମାନ,
ଊଣେଇଶ ଶହ ଏକାନବେ’ଠାରୁ
ସାଂଗଠନିକ ପାଳନ ।
ବିଶ୍ବ ଜାତିସଂଘ ଦି’ ହଜାର ସତ୍ର
ସେପ୍ଟେମ୍ବରର ତିରିଶ,
ଅନୁମୋଦନରେ ଦିବସ ପାଳନେ
ଲବ୍ଧ ଉତ୍ସାହ ସନ୍ତୋଷ ।
ବିଭିନ୍ନ ରାଜ୍ୟର ସଂସ୍କୃତି ବିଭବ
ଭାଷା-ସାହିତ୍ୟେ ଲିଖନ,
ଅନୁବାଦେ ଜ୍ଞାତ ହୁଏ ଭିନ୍ନ ଭିନ୍ନ
ଦେଶର ଚାଲିଚଳନ ।
ଯେଉଁ ଦେଶ ରାଜ୍ୟ ସାହିତ୍ୟେ ଉନ୍ନତ
ଅନୁବାଦେ ଅନୁଭବ,
ଇତିହାସ ଅବା ଭୌଗୋଳିକ ସ୍ଥିତି
ବାଣିଜ୍ୟେ ହୁଏ ସୁଲଭ ।
ବିଶ୍ଵ ମାନବର ଚିନ୍ତା ଓ ଚେତନା
ଜ୍ଞାତ କରେ ଅନୁବାଦ,
ସଂସ୍କାର ସଂହତି ଐକ୍ୟ ମୈତ୍ରୀ ଭାବ
ସଂସ୍କୃତି’ର ସେତୁବନ୍ଧ ।
ଅନୁବାଦ ଅବା ଅନୁସୃଜନ’ରେ
କବି ଲେଖକ ମାନସ,
ଶାଶ୍ବତ ସାହିତ୍ୟ ସୃଜନ ସମ୍ଭାରେ
ସଂସାର ଶୁଭ ସରସ ।
ବିଶ୍ଵ ଅନୁବାଦ ଦିବସେ ଶୁଭେଚ୍ଛା
ପ୍ରଣମେ ଅନୁବାଦକ,
ଭାଷା ଭାଷାନ୍ତର ଅନୁବାଦ ହେଉ
ସଦା ଆମୋଦଦାୟକ ।
ଅନୁବାଦକୀୟ ଭାଷା ଓ ସାହିତ୍ୟ
ହେଉ ସଠିକ ସରସ,
ବିଶ୍ବଜନେ ଜ୍ଞାତ ଉତ୍କଣ୍ଠା ଜାଗ୍ରତ
ଭାଳେ ଶମ୍ଭୁନାଥ ଦାସ ।
ଶମ୍ଭୁନାଥ ଦାସ , କୋଲକାତା
Jatiya Pragati Abhiyan (Society)
Kolkata & Odisha