
ଚଣ୍ଡିଖୋଲ (କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) : ଚଣ୍ଡିଖୋଲ ଛକ ର ବରିଷ୍ଟ ସାଇକେଲ ବ୍ୟବସାୟୀ ଗିରିଧାରୀ ସାହୁ(୭୦) ଙ୍କର ଗତ କାଲି ହୃଦ୍ ଘାତ ର ଶିକାର ହୋଇ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ଵର୍ଗତ ଗିରିଧାରୀ ଙ୍କ ବାସ ଗୃହ ଚଣ୍ଡିଖୋଲ ନିକଟସ୍ତ ସୁଭଦ୍ରା ପୁର୍ ଗ୍ରାମରେ। ସ୍ଵର୍ଗତ ସାହୁ ହୃଦ୍ ଘାତ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ସହ ଶବାଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ଚଣ୍ଡିଖୋଲ ବଣିକ ସଂଘ ସଭାପତି କ୍ଷୀରୋଦ ମାହାଲା, ସଂପାଦକ ରବିନ୍ଦ୍ର କୁମାର୍ ରାଉତ, ଅସ୍ଥାୟୀ ବ୍ୟବସାୟୀ ସଂଘ୍ ସଭାପତି ମହେଶ୍ୱର ବଳ ସଂପାଦକ ସଞ୍ଜୟ କୁମାର ସ୍ୱାଇଁ, ହରିଦାସପୁର ଗ୍ରାମ ପଂଚାୟତ ସରପଞ୍ଚ ବିକ୍ରମ ବିଶ୍ବାଳ, ସମାଜସେବୀ ରୁପେଶ ଭଦ୍ର,ଡାକ୍ତର ସିତାଂସୁ ଶେଖର କର, ସତ୍ୟବାଦୀ ସ୍ୱାଇଁ, ରବିନ୍ଦ୍ର ନାୟକ, ପ୍ରତାପ ନାୟକ, ଉପେନ୍ଦ୍ର ନାୟକ, ସିତାନାଥ ପରିଡା, ସନାତନ ସାହୁ, ନିରଞ୍ଜନ ସାହୁ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ସାନ ଭାଇ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଦୈତାରୀ ସହୁ, ସମେତ୍ ପରିବାର ବର୍ଗ ଓ ଆତ୍ମୀୟ ସ୍ଵଜନ୍ ଉପସ୍ଥିତ ଥିଲେ। ତାଙ୍କର ଏକ ପୁତ୍ର ପୁତ୍ର ଅନୀଲ କୁମାର ସାହୁ ମୁଖାଗ୍ନୀ ଦେଇଥିଲେ। ସ୍ବର୍ଗତ ସାହୁ ଦୀର୍ଘ ୫୦ବର୍ଷ ରୁ ଉର୍ଦ୍ଧ ସମୟ ଧରି ଚଣ୍ଡିଖୋଲ ଛକରେ ସାଇକେଲ୍ ବ୍ୟବସାୟର କରି ଆସୁଥିଲେ। ଜଣେ ଭଦ୍ର, ନମ୍ର, ସ୍ନେହୀ, ପରୋପକାରୀ, ମିଷ୍ଟ ଭାଷୀ ବଂଧୁ ବତ୍ସଳ, ଧର୍ମପ୍ରାଣ ବ୍ୟକ୍ତି ଭାବରେ ଚଣ୍ଡିଖୋଲ ଅଞ୍ଚଳରେ ପରିଚିତ ଥିଲେ।