


ଚଡେଇଧରା/ଗଡମଧୁପୁର, : ରାଜ୍ୟର ଏକ ଅନନ୍ୟ ଓ ପ୍ରଶିଦ୍ଧ ଆଧ୍ୟାତ୍ମିକ ସ୍ଥଳ ଯାଜପୁର ଜିଲ୍ଲାର ଚଡେଇଧରା ନିକଟ ମଧୁପୁର ବେଢା ପାହାଡ ଶୀଖରରେ ଥିବା ଶ୍ରୀଗୁରୁ ଆଶ୍ରମ ଓ ଶିଦ୍ଧେଶ୍ୱର ପୀଠର ପ୍ରାଣ ପ୍ରତିଷ୍ଠାତା ସଂନ୍ଥ ଶିରୋମଣି ସ୍ୱାମୀ ବାବା ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ବ୍ରହ୍ମଲୀନର ୧୧ତମ ବ୍ରହ୍ମଲୀନ ମହୋତ୍ସବ ଓ ଆଶ୍ରମର ବାର୍ଷିକ ଉତ୍ସବ ପବିତ୍ର ଇନ୍ଦ୍ର ପୂର୍ଣ୍ଣିମା ଭାଗବତ ଜନ୍ମ ତିଥିରେ ଶନିବାର ଦିନ ମହା ସମାରୋହରେ ଉଦଯାପିତ ହୋଇଯାଇଛି! ସେଷ୍ଟେମ୍ବର ୨୦ ତାରିଖ ଠାରୁ ଚାଲିଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସାଧୁସଂନ୍ଥ ଯୋଗଦେଇ ବାବାଙ୍କ ସମାଧି ମଣ୍ଡପରେ ପୂଜାର୍ଚ୍ଚନା ପୂର୍ବକ ଆଶ୍ରମ ପ୍ରତିଷ୍ଠାତା ବ୍ରହ୍ମଲୀନ ସ୍ୱାମୀ ମୌନାନନ୍ଦଙ୍କୁ ଭକ୍ତି ଆର୍ଘ ଅର୍ପଣ କରିଥିଲେ । ଆଶ୍ରମର ବାବା ଜ୍ଞାନାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତା ଓ ବାବା ପର୍ଶୁରାମ ଦାସ ମହାରାଜଙ୍କ ସଂଯୋଜନାରେ ଇତ୍ୟବସରରେ ଏକ ଆଧ୍ୟାତ୍ମିକ ଉନ୍ମେଷ ଓ ସଂନ୍ଥ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ବାବା ସଚ୍ଚିଦାନନ୍ଦ ଦାସ,ବାବାଜୀ ହରିହର ଦାସ,ବାବାଜୀ କୁଞ୍ଜବିହାରୀ ଦାସ,,ସ୍ୱାମୀ ସତ୍ୟ ଧର୍ମାନନ୍ଦ ସରସ୍ୱତୀ,ବାବାଜୀ ଜଗନ୍ନାଥ ଦାସ,ଫଳାହାରି ବାବା,ବାବାଜୀ ନିଳାମ୍ବର ଦାସ,ଅଧିକାରୀ ଉଦାସପନ୍ଥି,ସ୍ୱାମୀ ଦିବ୍ୟଲୋଚନ ଦାସ,ବାବା ପରମେଶ୍ବର ଦାସ,ବାବା ଅନନ୍ତରାମ ଦାସ,ବୃନ୍ଦାବନ ଦାସ ମହାରାଜ,ସ୍ୱାମୀ ଅରୁପାନନ୍ଦ ଦାସ,ଧରମଦାସ ମହାରାଜ,ବାବା ଉଦ୍ଧବ ଦାସ ପ୍ରମୁଖ ଆର୍ଶୀବଚନ ପ୍ରଦାନ ପୂର୍ବକ ଜଗତ କଲ୍ୟାଣ ଓ ସମାଜରେ ସଂସ୍କାରୀ ହେବାପାଇଁ ପ୍ରତ୍ୟେକ ପ୍ରାଣୀ ଆଧ୍ୟାତ୍ମିକତାକୁ ଗ୍ରହଣ କରିବା ଉଚିତ ବୋଲି ପରାମର୍ଶ ଦେଇଥିଲେ। ଏହି ଆଧ୍ୟାତ୍ମିକ ମହୋତ୍ସବରେ ପୂର୍ବତନ ମନ୍ତ୍ରୀ ଅମରପ୍ରସାଦ ଶତପଥୀ,ବିଜେପି ନେତା,ପ୍ରାକ୍ତନ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ବିଜୟକୁମାର ଶତପଥୀ,ବିଶିଷ୍ଟ ଶିଳ୍ପପତି କମଲେସ ଜେନ,ସରୋଜକୁମାର ରାଉତ,ରମେଶ ଦାଶ,ବଡଚଣା ବ୍ଲକ ଉପାଧ୍ୟକ୍ଷ ବିଭାସଚନ୍ଦ୍ର ନନ୍ଦ,ବରିଷ୍ଠ ସାମ୍ବାଦିକ ତଥା ଆଶ୍ରମ ଭକ୍ତ ଉତ୍କଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡା,ବେଣୁଧର ମଲ୍କିକ,ପୂର୍ଣ୍ଣଚନ୍ଦ୍ର ରାଉତ,ଅଜିତ ବେହେରା,ଗନ୍ଧର୍ବ ପରିଡା,ପିତବାସ ସାହୁ,ମହେନ୍ଦ୍ର କାନୁନଗୋ,ବାଙ୍କନିଧୀ ବେହେରା,ପ୍ରଭାକର ବେହେରା,ସହଦେବ ସାହୁ,ଗଣେଶ୍ୱର ପଣ୍ଡା,ପବିତ୍ରରଂଜନ ମହାନ୍ତି,ଅଶୋକ ପରିଡାଙ୍କ ସହିତ ବହୁ ବିଶିଷ୍ଟ ବ୍ୟକ୍ତି ଓ ଶତାଧିକ ଭକ୍ତ ଯୋଗଦେଇ ଆଶ୍ରମ ପ୍ରତିଷ୍ଠାତା ବ୍ରହ୍ମଲୀନ ବାବା ମୌନାନନ୍ଦ ସରସ୍ୱତୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ବିଶିଷ୍ଟ ବ୍ୟବସାୟୀ ବାଇଧର ସାହୁ ସସ୍ତ୍ରୀକ ମହାଯଜ୍ଞରେ କର୍ତ୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲା ବେଳେ ପଣ୍ଡିତ ଦାମୋଦର ରଥ,ତପନ ପାଢୀ ଓ ନିଶିକାନ୍ତ ରଥ ପ୍ରମୁଖ ପୂର୍ଣ୍ଣାହୂତି ସମ୍ପର୍ଣ୍ଣ କରିଥିଲେ। କାର୍ତ୍ତିକ ବାବା, ଲିଟୁ କରଣ,ଟୁଟୁ ସାହୁ,ଅଜୟ ବେହେରା,ବୁନା ପରିଡା,ମାନସ ବିଶ୍ୱାଳଙ୍କ ସହ ଆଶ୍ରମ ସେବକମାନେ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଏହି ଉପଲକ୍ଷେ ଗତ ଏକ ସପ୍ତାହ ବ୍ୟାପୀ ଆଶ୍ରମରେ ଶ୍ରୀମଦ ଭାଗବତ ପାରାୟଣ,ଗିତା ମହାଯଜ୍ଞ,ସମାଧି ପୂଜନ,ଅନ୍ନଯଜ୍ଞ,ଶିଦ୍ଧେଶ୍ୱର ମହାଦେବଙ୍କ ମହାସ୍ନାନ ଓ ରୁଦ୍ରାଭିଷେକ ଆଦି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା।