ନୟାଗଡ : ଦଣ୍ଡମୁକ୍ତ ଅଂଚଳ ରେ ଛାତ୍ର ଙ୍କୁ ଦିଆଯାଉଛି ଦଣ୍ଡ। ନୟାଗଡ ଜ଼ିଲ୍ଲା ରେ ଛାତ୍ର ଛାତ୍ରୀ ଙ୍କୁ ସହପାଠୀ ଓ ଶିକ୍ଷାନୁଷ୍ଠାନ ର କର୍ମଚାରୀ ମାଡ଼ ମାରୁଥିବା ଅଭିଯୋଗ ହେଉଛି। କିଛି ଦିନ ତଳେ ଏକ ଘରୋଇ ଶିକ୍ଷାନୁଷ୍ଠାନ ର ଛାତ୍ର କୁ ସହପାଠୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ୨ ଦିନ ତଳେ ନୟାଗଡ଼ କଲେଜ୍ ରୋଡରେ ଥିବା ଶ୍ରୀ ସାଇ କଲେଜର ଦେବୋତ୍ତର କଲୋନୀ ୫ମ ଲେନ୍ରେ ଥିବା ହଷ୍ଟେଲରେ ପିଲାମାନେ ନିଜେ ଚାହା କରି ପିଇଥିଲେ। ଚା ପିଇବାକୁ ନେଇ ହଷ୍ଟେଲ ସୁପରଟେଣ୍ଡ ନିଷ୍ଟୁର ଭାବେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ନୟାଗଡ ଜ଼ିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଛାତ୍ର ଓ ଛାତ୍ରୀ ଙ୍କୁ ମାଡ଼ ମାରୁଥିଲେ ଥାନା ଓ ଜ଼ିଲ୍ଲା ଶିକ୍ଷାଧିକାରୀ ଙ୍କୁ ଅଭିଯୋଗ କରନ୍ତୁ। ଅଭିଯୋଗ ର ସତ୍ୟାସତ୍ୟ ଥିଲେ ଦୃଢ କାର୍ଯାନୁଷ୍ଠାନ ନିଆଯିବ।
ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ