ରାଜଗାଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଶ୍ରବଣ ଯନ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ


ରାଜଗାଙ୍ଗପୁର (କ. ବ୍ୟୁ.) ୨୯ ସେପ୍ଟେମ୍ବର ୨୦୨୬ ମଙ୍ଗଳବାର ଦିନ ରାଜଗାଙ୍ଗପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ସଭାଗୃହ ରେ ସେବା ସଂକଳ୍ପ ଅଭିଯାନ ରୁ ବ୍ଲକ ସ୍ତରୀୟ ଶ୍ରବଣଯନ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ମୋଟ ୨୫ ରୁ ଉର୍ଦ୍ଧ ଜଣ ଶ୍ରବଣ ବାଧିତ ହିତାଧିକାରୀମାନଙ୍କୁ ଶ୍ରବଣଯନ୍ତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଅଡିଓଲୋଜିଷ୍ଟ, ଡାକ୍ତର ସୁଭଦ୍ରା ସାହୁ ଓ ମାନସରଞ୍ଜନ ଗାର୍ଡିଆ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଉକ୍ତ ଶ୍ରବଣଯନ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ରେ ରାଜଗାଙ୍ଗପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ବାଘ, ରାମକୃଷ୍ଣ ମୁଣ୍ଡାରୀ, ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ରାକେଶ ସାହୁ, ସୁରଥ ମାଝୀ, ଲାଇଙ୍ଗ ଗ୍ରାମ ପଂଚାୟତ ସରପଞ୍ଚ , ଜଉରୁମାଲ ସମିତି ସଭ୍ୟ ସହ ହିତାଧିକାରୀମାନେ ପ୍ରମୁଖ ଉପସ୍ଥିତ ରହିଥିଲେ ।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *