ଉଦଳା ରେ ୯ମ ରାଷ୍ଟ୍ରିୟ ପୋଷଣ ମାସ ୨୦୨୬



ବାରିପଦା/ଉଦଳା,୨୯/୯/୨୦୨୬ (କ ବ୍ଯୁ) : ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର   ଉଦଳା ସହର ରେ ଆଙ୍ଗନ୍ କା ଉତ୍ସବ ସମସ୍ତ ଅଙ୍ଗନୱାଡି ରେ ପାଳିତ ହେଉଛି ।ଏହି କାର୍ଯ୍ୟକ୍ରମରେ ପିଲାମାନଙ୍କୁ ପାଇଁ  ପିତା ମାତା ମାନେ ବିଭିନ୍ନ ପ୍ରକାର ର ପୋଷଣ ଯୁକ୍ତ ଖାଦ୍ୟ ପ୍ରସ୍ତୁତ  କରି କୁନି ପିଲାଙ୍କୁ ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ତିନିଦିନ ଧରି ଦୁଇ ଓ ତିନି ଅଙ୍ଗନୱାଡି  କେନ୍ଦ୍ର ରେ ଆରମ୍ଭ ହୋଇ ପ୍ରଥମ ଦିନ ୨୭ତାରିଖ ପୋଷଣ ପଠା,ଚୁଡା ଉପମା, ମାଣ୍ଡିଆ ପିଠା, ମାଣ୍ଡିଆ କ୍ଷୀରି ପରିବାର ସଦସ୍ୟ ସଦସ୍ୟା ମାନେ ପ୍ରସ୍ତୁତ କରିଥିଲେ । ଦିତୀୟ ଦିଵସ ରେ ମାଣ୍ଡିଆ ପୋଡ଼ପିଠା,ବୁଟ ଛତୁଆ,ଗଜା ମୁଗ,ଗଜା ବୁଟ  ପୋଷକ ଖାଦ୍ୟ ମାନ ପ୍ରସ୍ତୁତ କରାଯାଇ ପିଲାଙ୍କୁ ପ୍ରଦାନ କରାଯାଇଥିଲା ।ଆଜି ତୃତୀୟ ଦିନ ରେ କୁନି ପିଲା ମାନଙ୍କୁ ଭାତ,ଡାଲି, ସାଲାଡ଼,ସାଗ,ସିଝା ଅଣ୍ଡା ପ୍ରଦାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ  ଚିତ୍ରାଙ୍କନ, ନୃତ୍ୟ,ଅରବିନ୍ଦ ପ୍ରତିଯୋଗିତା ରେ କୃତକାର୍ଯ୍ୟ ଲାଭ କରିଥିବା କୁନି ଶିଶୁ ମାନଙ୍କୁ ମାନପତ୍ର ଓ ଟ୍ରଫି  ପ୍ରଦାନ କରାଯାଇଥିଲା  ।ଅଙ୍ଗନୱାଡି କର୍ମୀ ଓ ଆଶା କର୍ମୀ ମାନଙ୍କୁ ଉତ୍ତରୀୟ ଓ ପୁସ୍ପ ଗୁଛ ପ୍ରଦାନ କରାଯାଇଛି । ଆଜି ଉଦଯାପିତ କାର୍ଯ୍ୟକ୍ରମ ରେ ଉଦଳା ଏନ୍ ଏ ସି ର ନଗରପାଳ ପ୍ରମିଳା ପଣ୍ଡା,ଡେପୁଟି କଲେକ୍ଟର ଦୀଲ୍ଲିପ ନାଏକ ,ସି ଡ଼ି ପି ଓ  କୃଷ୍ଣା ମହାପାତ୍ର ,ସୁପର ସାଇଜର ମନୋରମା ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମ ସୃଖଳିତ ଭାବେ ଅତି ସୁନ୍ଦର ହୋଇଥିଲା । ୨୭ ତାରିଖ ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଅତିଥି/ଭା ଜ ପା ପୂର୍ବ ଜିଲ୍ଲା ର ସଭାପତି ନିହାର ରଞ୍ଜନ ମୋଦି,ଶରତ ଚନ୍ଦ୍ର ଦାସ, ବିଶ୍ଵ ରଞ୍ଜନ ମୋଦି ୨ଓ୩ର ୱାଡ଼ କାଉନସିଲର, ମମତା ସାହୁ ପୂର୍ବ ତନ କାଉନସିଲର ତଥା ଭା ଜ ପା ରାଜ୍ୟ ମହିଳା ସମ୍ପାଦିକା,କୃଷ୍ଣ ପ୍ରିୟା ନାୟକ ମହିଳା ସ୍ବାସ୍ଥ୍ୟ କର୍ମୀ ବଦଳା ଏନ୍ ଏ ସି ,ଚଞ୍ଚଳା ଦେହୁରୀ ଓ ଗୌରି ସେଠୀ ଅଙ୍ଗନୱାଡି କର୍ମୀ, ଶଶ୍ମିତା ମହାନ୍ତି,ଅନ୍ନର୍ଦ୍ଦା ମହାନ୍ତ ଆଶାକର୍ମୀ,ଆଭିଭାବକ ଓ ଅଙ୍ଗନୱାଡି ପରିଚାଳନା କମିଟି ର ସଦସ୍ୟ ସଦସ୍ୟା ୨ /୩ ଯୋଗଦେଇଥିଲେ।
ଦୀନବନ୍ଧୁ ବାରିକ
(ମୟୁରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *