ସୁହାନୀ କ୍ରିଏସନ୍ ର ବହି ପୂଜା ସହିତ ଆଖଡ଼ା ଆରମ୍ଭ

ବ୍ରହ୍ମପୁର, ତା. ୨୯/୦୯ :
ୟୁଟ୍ୟୁବ୍ ଚ୍ୟାନେଲ୍ ସୁହାନୀ କ୍ରିଏସନ୍ ଏବଂ ତିରୁପତି ଓଡ଼ିଆ ପ୍ରଡକ୍ସନର ମିଳିତ ଆନୁକୂଲ୍ୟରେ “ଭାଵ ତରଙ୍ଗ – ସଙ୍ଗୀତ ନାଟକ ସମ୍ପାନ” ଆଗାମୀ ଅକ୍ଟୋବର ସାତ ତାରିଖ ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜନ କରୁଛି। ଏହି ଅବସରରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ରଚିତ ଭଜନ ଓ ନାଟକ ‘ଦୁର୍ଦ୍ଦଶା’ ପରିବେଷଣ କରାଯିବା ନେଇ ସ୍ଥିର କରାଯାଇଥିଲା। ସୁନାମଧନ୍ୟ କଣ୍ଠଶିଳ୍ପୀ କରୁଣାକର ସେଠୀ, ଆଲୋକ କୁଣ୍ଡୁ, ସଂଗ୍ରାମ ମହନ୍ତି, ରୂପକ ପରିଡା, ସୌମ୍ୟ ରଂଜନ ମଲ୍ଲିକ, ଭାରତୀ ଜେନା, ନିମାକାନ୍ତ ରାଉତରାୟ, ମନ୍ଦାକିନୀ ଶ୍ରେୟା, ଶୈଳଭାମା ମହାପାତ୍ର, ମାନସୀ ପାତ୍ର, ଅଭିଲିପ୍ସା ପାତ୍ର ପ୍ରମୁଖ ବହୁ କଣ୍ଠଶିଳ୍ପୀ ଚ୍ୟାନେଲ୍ ପ୍ରସାରିତ ଭଜନ ପରିବେଷଣ କରିବେ। ସେହିଭଳି ନାଟକ ‘ଦୁର୍ଦ୍ଦଶା’ରେ ଡ଼ା. ତିରୁପତି ସାହୁ, ଯୁଦ୍ଧିଷ୍ଠିର ଭଞ୍ଜସାମନ୍ତ, ସୁବାସ ଚନ୍ଦ୍ର ସାହୁ, ବିଷିକେଶନ ସାହୁ, ଚାନ୍ଦାମାମା ବେହେରା ପ୍ରମୁଖ ଅଭିନୟ କରୁଛନ୍ତି। ଉକ୍ତ ନାଟକ ନିମନ୍ତେ ଆଜି ଜାତୀୟ ସଙ୍ଗୀତ କଳାକେନ୍ଦ୍ର ପରିସରରେ ବହି ପୂଜା ସହିତ ଆଖଡ଼ା ଆରମ୍ଭ ହୋଇଯାଇଛି। ନାଟକ ପୋଥି ପୂଜନ କ୍ଷେତ୍ରରେ ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ, ସ୍ୱର ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ସଞ୍ଜୟ କୁମାର ବିଷୋୟୀ, ବରିଷ୍ଠ କଳାକାର ମହେନ୍ଦ୍ର କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ବିଧିବତ୍ ପୂଜନ କାର୍ଯ୍ୟ ସମାପନ ପରେ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ନିର୍ଦ୍ଦେଶକ ଡ଼ା. ସାହୁଙ୍କୁ ପୋଥି ଅର୍ପଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗଦେବା ନିମନ୍ତେ ସଂସ୍ଥା ପକ୍ଷରୁ ନିବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *