
କଟକ,୨୭।୯ : ଦୁର୍ଗାପୂଜା ଓ ଭସାଣ ନିମନ୍ତେ ରବିବାର ଚାଉଳିଆଗଞ୍ଜ ପୂଜା କମିଟି ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। କମିଟିର
ସଭାପତି ଦେବେନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କମିଟିର ସାଧାରଣ ସମ୍ପାଦକ ନିରଞ୍ଜନ ସାହୁ, ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ ଓ ଚାଉଳିଆଗଞ୍ଜ ଥାନାର ଅତିରିକ୍ତ ଇନ୍ସପେକ୍ଟର ସୂର୍ଯ୍ୟ ସେଠୀ ଯୋଗ ଦେଇଥିଲେ । ଖୁଦୁରୁକୁଣୀ ଯାତ୍ରା ଓ ରସାଣ ଉତ୍ସବ ଶୃଙ୍ଖଳିତ ଭାବେ ସମ୍ପନ୍ନ ନେଇ ସମ୍ପୂର୍ଣ ସହଯୋଗ ମିଳିଥିବାରୁ ଶ୍ରୀ ସେଠୀ କୃତଜ୍ଞତା
ଜଣାଇଥିଲେ । ଆସନ୍ତା ଷୋଡ଼ଶପୂଜା ଓ ବେଶ ରେ ସ୍ଥାୟୀ ପ୍ରତିମାଙ୍କ କେତେକ ସାଜସଜ୍ଜାରେ କିଛିଟା କିଛି ପରିବର୍ତ୍ତନ ଅଣାଯିବା ଲାଗି ସମୟରେ ଶ୍ରୀମତୀ 이요
ପ୍ରସ୍ତାବ ଦେଇଥିଲେ। ଅନ୍ୟପକ୍ଷରେ ଚଳିତ ରସାଣ ଉତ୍ସବରେ ପୂର୍ବରୁ ରହିଥିବା ନିୟମ ଯଥା ଦିନରେ ମୁଖ୍ୟ ରାସ୍ତାରୁ ୩ ଓ ଗଳି ରାସ୍ତାରୁ ୧ ଓ ରାତି ୯ଟା ପରେ ମୁଖ୍ୟ ରାସ୍ତାରୁ ୨ ଓ ଗଳି ରାସ୍ତାରୁ ୧ ୧ ପ୍ରତିମା ଛଡ଼ା ଯାଉଥିବାବେଳେ ଏଥର ଦିନରେ ୨- ୧ ଓ ରାତିରେ ନିର୍ଦ୍ଧାରିତ ସମୟସୀମା ପରେ ୧/୧ ପ୍ରତିମା ଛଡ଼ାଯିବା ଲାଗି ଅନ୍ୟ କେତେକ ପୂଜାକମିଟିର ବରିଷ୍ଠ
କର୍ମକର୍ତାମାନେ ପ୍ରସ୍ତାବ ବ ଦେଇଥିବାରୁ ବାରୁ ତାହାକୁ ଦୃଢ଼ ବିରୋଧ କରାଯାଇଥ୍ ଇଥିଲା। ଯଦି ଏପରି ହୁଏ ତେବେ ଏଥିପାଇଁ ଅନ୍ୟ ରାସ୍ତାରେ ଶୋଭାଯାତ୍ରା ନିଆଯିବା ଲାଗି ନିଷ୍ପତି ନେବାକୁ ବାଧ ହେବୁ ବୋଲି କମିଟିର ସାଧାରଣ ସମ୍ପାଦକ ଶ୍ରୀ ସାହୁ ଚେତାଇ ଦେଇଥିଲେ। କୋଷାଧ୍ୟକ୍ଷ ବିଭୁଦର ସେନାପତି ଆୟବ୍ୟୟ ସମ୍ପର୍କରେ ସୂଚନା ଦେଇଥିଲେ। କାର୍ଯ୍ୟାଳୟ ସମ୍ପାଦକ ବିଭୁଡି ବୈଶାକ ଧନ୍ୟବାଦ ଅର୍ପଣ କରିଥିଲେ।
ପାର୍ଶ୍ବ ଦେବଦେବୀ ପିନ୍ଧିବେ ୪୫ ଲକ୍ଷର ସୁନାହାର
୨୦୦ ୬ରେ ସାଢ଼େ ୩କି ଲୋ ଓଜନର ଦେବୀ ଦୁର୍ଗାଙ୍କ ମୁକୁଟ ଓ ୨୦୦୮ରେ ୬ଶହ ଗ୍ରାମ ସୁନାରେ ନିଖୁଣ କାର୍ଯ୍ୟ ହୋଇଥିଲା । ତେବେ ସୁନାହାର ତିଆରି କରି ଚଢାରେ ଥିବା ଏହି କମିଟି ଏଥର ପୁଣି ୫୦ ଲକ୍ଷ ଟଙ୍କା ବ୍ୟୟରେ ପାର୍ଶ୍ୱ ଦେବଦେବୀ- ଲକ୍ଷ୍ମୀ, ସରସ୍ବତୀ, ଗଣେଶ ଓ କାର୍ତିକଙ୍କ ନିମନ୍ତେ ସୁନାହାର ତିଆରି କରିଛି। ୨୫୦ ଗ୍ରାମ ସୁନାରେ ନିର୍ମିତ ଏହି ୪ଟି ହାରକୁ ଶେଖ ବଜାର ଅଞ୍ଚଳର ବିଶିଷ୍ଟ କାରିଗର ବିଶ୍ବନାଥ ଦେ ତିଆରି କରିଛନ୍ତି ।