
ଛାତି ମଧ୍ୟ ସ୍ଥଳ ହୃତ୍ପିଣ୍ଡ ମଧ୍ୟରେ
ଫୁସ୍-ଫୁସ୍ ଶ୍ଵାସ ଯନ୍ତ୍ର,
ରକ୍ତ ପ୍ରସ୍ତୁତ ଓ ବିଶୁଦ୍ଧକରଣ
କରଇ ଅନବରତ ।
ହୃଦୟ ରହିଲେ ଶକ୍ତ ଓ ନିରୋଗ
ଦେହ ସଦା ନିରାମୟ,
ଗନ୍ତବ୍ୟ ପଥରେ ସାହସିକ କର୍ମେ
ନ ଆସଇ ଭୀତ-ଭୟ ।
ହୃଦୟର ଶାଖା ଅଳିନ୍ଦ ନିଳୟ
ସୁସ୍ଥ ସବଳ ଜୀବନ,
ହୃଦୟ ବିବେକ ଅହିଂସା ମନ୍ତ୍ରରେ
ସୁସ୍ଥ ସମାଜ ସୃଜନ ।
ହୃଦୟ ରହିଲେ ସ୍ଵଚ୍ଛ ଓ ନିର୍ମଳ
ମନ ସଦା ପ୍ରଫୁଲ୍ଲିତ,
ସଂସାର ମଧ୍ୟରେ ଝଡ଼-ଝଞ୍ଝା ଯେତେ
ନ କରେ କ୍ଷତ-ବିକ୍ଷତ ।
ହୃଦୟ ରହିଲେ ଶୁଦ୍ଧ ଓ ପବିତ୍ର
ବିଷ ଲାଗଇ ପୀୟୂଷ,
ଆଦର ସମ୍ମାନ ସ୍ନେହ ଶ୍ରଦ୍ଧା ପ୍ରାପ୍ତେ
ଜୀବନ ହୁଏ ସରସ ।
ସହୃଦୟ ବ୍ଯକ୍ତି ପୂଜ୍ଯ-ସମ୍ମାନିତ
ଦେବତୁଲ୍ଯରେ ଗଣନ,
ସମାଜେ ଏମନ୍ତ ବ୍ୟକ୍ତିତ୍ବରେ ଶୋଭା
ମର୍ତ୍ତ୍ୟ ନନ୍ଦନକାନନ ।
ଶୋଭାମୟ ବିଶ୍ଵ ହୃଦୟ ଦିବସେ
ପ୍ରୀତି-ଶୁଭେଚ୍ଛା ଜ୍ଞାପନ,
ଶାନ୍ତ-ଶୁଦ୍ଧ-ପୂତ ପବିତ୍ର ହୃଦୟେ
ସର୍ବେ ଭବନ୍ତୁ ସୁଖିନଃ ।
ଶମ୍ଭୁନାଥ ଦାସ / କୋଲକାତା
Jatiya Pragati Abhiyan (Society)
Kolkata & Odisha