ଜୀବନ ନଉକା ସାଗର ବୋଇତ
ଆତ୍ମା ପବନ ଆହୁଲା
ଅଣଚାଶ ବାଆ ବହୁଛି ନିର୍ଗତ
ରାମ ଏତୁଣ୍ଡେ ଗାଇଲା।
ଜୀବନ ଗଣିତ ବଡ଼ କଷ୍ଟ ପ୍ରଭୁ
ପାରୁନି ଏ ଯଥା ସହି
ନାମକୁ ଜପୁଛି ଧ୍ୟାନ ମୁ କରୁଛି
ଶାହା ହୁଅ ମଥା ନଇଁ।
ଜୀବନ ସଂଘର୍ଷ ଅବିରତ ଚାଲେ
ଦଉଡ଼ିବା ନିୟମିତ
ନିଶ୍ବାସ ବିଶ୍ୱାସ ଦୁଇ ଭାଇ ମିଶି
ଦେହ କରେ ନିମନ୍ତ୍ରିତ।
ଜୀବନ ଯାତ୍ରା ମୋ ପଥ ବହୁଦୂର
ନିୟମିତ ଚାଲୁ ଥିବି
ଚାଲୁଚାଲୁ ଦିନେ ଲିଭିଯିବ ଦୀପ
ବୁଝିବା ଆଗରୁ ଆଖି।
ଯଶଃ କୀର୍ତ୍ତି ସବୁ କହୁଥିବ କଥା
ସ୍ମୃତିର ଅମର ବାଣୀ
ପାଠ କରି ଆମେ ଉପଲଧି ପାଉ
ହଜିଲା ଦିନ କାହାଣୀ।
(ମାନଗୋବିନ୍ଦ ସ୍ବାଇଁ)
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା