
ଆହାଃ କି ସୁନ୍ଦର ଏହି ଧରାଧାମ
ସୃଷ୍ଟିକର୍ତ୍ତା’ଙ୍କ ସୃଜନ,
ନଦୀ ଓ ଝରଣା ପାହାଡ଼ ପର୍ବତ
ଚିତ୍ର ବିଚିତ୍ର ଶୋଭନ ।
ହିମାଳୟ ପରି ପ୍ରକୃତି ସୃଜନ
ସାଥେ କୃତ୍ରିମ ସଂଲଗ୍ନ,
ଉତ୍କଳେ ଦାଡ଼ିଙ୍ଗି- ବାଡ଼ି ଯେ’ ଭୂସ୍ବର୍ଗ
ଅବା କୋଣାର୍କ ଦର୍ଶନ ।
ବିଶ୍ଵ ସପ୍ତାଶ୍ଚର୍ଯ୍ୟେ ଯେ’ ତାଜମହଲ
ନାଳନ୍ଦା ସ୍ଵର୍ଣ୍ଣ ମନ୍ଦିର,
ପ୍ରାକୃତିକ ଅବା ଶିଳ୍ପୀ କାରୁକାର୍ଯ୍ୟେ
ରମ୍ୟ ମନୋମୁଗ୍ଧକର ।
ତୀର୍ଥ-କ୍ଷେତ୍ର ମଧ୍ୟେ ହରିଦ୍ଵାର ଆଉ
ପୁରୀ ଜଗନ୍ନାଥ ଜାଣ,
ସକଳ ତୀର୍ଥରେ ପିତୃ-ମାତୃ ସେବା
ଲାଗଇ ବିଶ୍ଵ ଭ୍ରମଣ ।
ଏ ମହୀମଣ୍ଡଳେ ସର୍ବ ଶୋଭାରାଜି
କବି କଲମେ ସ୍ଫୁଟନ,
ବର୍ଣ୍ଣନା ସୌନ୍ଦର୍ଯ୍ୟେ ରସ ଆସ୍ଵାଦନେ
ହୃଦେ ନନ୍ଦନକାନନ ।
ପର୍ଯ୍ୟଟକ ଭାଇ- ଭଉଣୀମାନଙ୍କୁ
ପ୍ରୀତି ଶୁଭେଚ୍ଛା ଜ୍ଞାପନ,
ବିଶ୍ଵ ପର୍ଯ୍ୟଟନ ଦିବସେ କାମନା
ଶୁଭ ଭ୍ରମଣ ଦର୍ଶନ ।
ଶମ୍ଭୁନାଥ ଦାସ କୋଲକାତା
Jatiya Pragati Abhiyan (Society)
Kolkata & Odisha