ଝାରସୁଗୁଡ଼ାରୁ ରାଞ୍ଚି ହେଉଥିଲା ଚାଲାଣ, କାରରୁ 5 ଲକ୍ଷର ଗଞ୍ଜେଇ ଜବତ


ରାଜଗାଙ୍ଗପୁର (କ. ବ୍ୟୂ.) : ବିଗତ ରାତି ୧୦ ନଂ. ରାଜ୍ୟ ରାଜପଥରେ ଝାରସୁଗୁଡ଼ାରୁ ଝାଡ଼ଖଣ୍ଡର ରାଞ୍ଚି ହେଉଥିଲା ଗଞ୍ଜେଇ ଚାଲାଣ କାରଟିକୁ ଯାଉଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା କଂସବାହାଲ ଫାଣ୍ଡିର ବରପାଲି ଟୋଲ ଗେଟ୍ ନିକଟରେ ମାଡ଼ି ବସିଲା । ଗାଡ଼ିରୁ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ଚାଳକ ରାଞ୍ଜି ନିବାସୀ ଅଜୟ କୁମାର (୩୪)ଙ୍କୁ ପୁଲିସ୍ ଗିରଫ କରିଛି । ବୁଧବାର ତାଙ୍କୁ କୋର୍ଟ ଚାଲାଣ କରାଯିବ।
ଝାରସୁଗୁଡ଼ାରୁ ଏକ କାର (ଓଆର ୧୪ଟି ୧୭୮୬) ଯୋଗେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ସୂଚନା ପାଇଥିଲେ ରାଜଗାଙ୍ଗପୁର ପୁଲିସ ସୂଚନା କୁ ଆଧାର କାରି କଂସବାହାର ଟୋଲଗେଟ୍ ନିକଟରେ ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟା ସମୟରେ ପୁଲିସ୍ ଟିମ୍ ସହ ସେ ଜଗି ରହିଥିଲେ। କାରଟି ସେଠାରେ ପହଞ୍ଚିବା କ୍ଷଣି ଗାଡ଼ିକୁ ଅଟକାଇ ଥାନା ଅଧିକାରୀ ଯଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡ଼ିରୁ ଗଞ୍ଜେଇ ଜବତ ହୋଇଥିଲା। ଗାଡ଼ି ଚାଳକଙ୍କୁ ପୁଲିସ୍ ଅଟକ ରଖି ଅତିରିକ୍ତ ତହସିଲଦାର କିରଣ ସୋରେନ ଙ୍କ ଉପସ୍ଥିତିରେ ବସ୍ତାରେ ଥିବା ଗଞ୍ଜେଇ ଓଜନ କରାଯାଇଥିଲା। ଓଜନ ପରେ ୩୩ କେଜି ଗଞ୍ଜେଇ ଥିବା ସ୍ପଷ୍ଟ ହୋଇଥିଲା। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ। ଗାଡ଼ି ଚାଳକଙ୍କୁ ପୁଲିସ୍ ଗିରଫ କରିଛି। ଝାରସୁଗୁଡ଼ାର କାହା ପାଖରୁ ସେ ଗଞ୍ଜେଇ ଆଣିଥିଲେ, ରାଞ୍ଚିରେ କାହାକୁ ଦେଇଥାନ୍ତେ ସେ ନେଇ ଖୋଳତାଡ଼ ଚଳାଇଛି ପୁଲିସ୍। ଅନ୍ୟପକ୍ଷରେ ଅଜୟ ପୂର୍ବରୁ ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିଲେ କି ନାହିଁ ସେ ନେଇ ଝାରସୁଗୁଡ଼ା ଓ ରାଞ୍ଚି ପୁଲିସ୍ ଅବଗତ କରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି। କାରକୁ ପୁଲିସ୍ ଜବତ କରିଛି। ପୁଲିସ୍ ଏନ୍‌ଡ଼ିପିଏସ ଧାରାରେ ଏକ ମାମଲା ରୁଜୁ କରିବା ସହ ଏସ୍‌ଡିପିଓ ବିଭୂତି ଭୂଷଣ ଭୋଇଙ୍କ ତତ୍ତ୍ଵାବଧାନରେ ଅଧିକ ତଦନ୍ତ ଜାରି ରହିଛି।
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *