ପ୍ରଧାନ ଶିକ୍ଷକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ଚଣ୍ଡିଖୋଲ,୧/୧୦(କ.ଵ୍ୟୁ) ( ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ବଡଚଣା ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିନସ୍ଥ କୁନ୍ଦଳ ଗ୍ରାମ ପଞ୍ଚାୟତ ଅଧୀନ ଗରଗାଲି ସ୍ଥିତ ସରକାରୀ ନୋଡ଼ାଲ ଉପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ସିଂହଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ସଭା ଗୃହରେ ଅନୁଷ୍ଟିତ ହୋଇଥିଲା। ସହକାରୀ  ଶିକ୍ଷୟତ୍ରୀ ବିଦ୍ୟୁତ୍ ଲତା ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ବଡଚଣା ଅତିରିକ୍ତ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ ପୃଷ୍ଟି ଯୋଗଦେଇ, ସଞ୍ଜୟ ସାର୍ ଙ୍କ ଦୀର୍ଘ ୩୫ବର୍ଷ ଶିକ୍ଷକତା ଜୀବନରେ ନିତିନିଷ୍ଟତା,ସମୟାନୁବାର୍ତ୍ତିତା , ଛାତ୍ର ବତ୍ସଳତା, ସହିତ ବିଦ୍ୟାଳୟ ପରିସରରେ ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି କରି ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବାରେ ନିରନ୍ତର ଉଦ୍ୟମ ତାଙ୍କୁ ଏକ ସ୍ବତନ୍ତ୍ର ଶିକ୍ଷକ ର ମାନ୍ୟତା ପ୍ରଦାନ କରିଛି।ଏଥିସହିତ ବିଦ୍ୟାଳୟକୁ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ର ମାନ୍ୟତା ଦେବାକୁ ତାଙ୍କର ଉଦ୍ୟମକୁ ପ୍ରଶଂସା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସି ଆର୍ ସି ଅରବିନ୍ଦ ସାହୁ ରାଜେନ୍ଦ୍ର ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅରୁଣ କୁମାର ସାମଲ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ସାମଲ,ବିଦ୍ୟାଳୟର ଶିକ୍ଷୟତ୍ରୀ ପ୍ରିୟତମା ଜେନା, ଶୁଭ୍ର ଜିତ ଦାସ, ଶ୍ରୀନାଥ ନାୟକ, ସତ୍ୟଜିତ ସାହୁ  ଜ୍ୟୋତିଶ୍ରୀ ପଟ୍ଟନାୟକ, ସହପାଠୀ ଦଶରଥ ସାମଲ, ଅମୂଲ୍ୟ ପରିଡ଼ା, ଶଙ୍କର୍ଷଣ ସେଠୀ, ପ୍ରସନ୍ନ କୁମାର ବିଶ୍ବାଳ ସମେତ ସାଧନକେନ୍ଦ୍ର ଅଧିନସ୍ଥ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଥିଲେ। ଶେଷରେ ବିଦ୍ୟାଳୟ ତତଫରୁ ଉତ୍ତରୀୟ, ମାନପତ୍ର, ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।

Leave a Reply

Your email address will not be published. Required fields are marked *