

ସତ୍ୟବାଦୀ/ପୁରୀ ୧/୧୦ (କ ବ୍ୟୁ): ଚାଳଘର ଥିଲା।ବାତ୍ୟାରେ ପୁରା ଭାଙ୍ଗିଗଲା।ମେଘ , ପବନ,ବାତ୍ୟା ହେଲେ ୟା ଘରେ,ତା ଘରେ ଆଉଜି ରହୁଥିଲୁ।ବେଳେ ବେଳେ ୪/୫ ଦିନ ରହିବାକୁ ପଡୁଥିଲା।ସେମାନଙ୍କ ଅସୁବିଧା ପାଇଁ ସେମାନେ ବି ଅସନ୍ତୁଷ୍ଟ ହୋଇ ଚାଲିଯିବାକୁ କହୁଥିଲେ।ଆମେ ପୁଣି ସେହି ପୁରୁଣା ଘରକୁ ଫେରୁଥିଲୁ।ଏବେ ଅନ୍ତୋଦୟ ଘର ଟିଏ ପାଇ ଆମେ ଭାରି ଖୁସି ବୋଲି କହନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ମହୁରା ଗ୍ରାମର କେତକୀ ପ୍ରଧାନ।ନିଜ ପରିବାର ସହ ବଡ କଷ୍ଟରେ ଚଳୁଥିଲେ କେତକୀ ଙ୍କ ପରିବାର।ଅନ୍ତୋଦୟ ଯୋଜନା ସମ୍ପର୍କରେ ଜାଣିବା ପରେ ସେ ସତ୍ୟବାଦୀ ବିଡ଼ିଓ ଙ୍କ ସହ ଯୋଗାଯୋଗ କରି ଆବେଦନ କରିଥିଲେ।ବିଡ଼ିଓ ଙ୍କ ପକ୍ଷରୁ ତାହାର କ୍ଷେତ୍ର ଅନୁଧ୍ୟାନ ପରେ ଅନ୍ତୋଦୟ ଗୃହ ଯୋଜନା ର ମାର୍ଗଦର୍ଶିକା ଅନୁସାରେ କେତକୀ ଯୋଗ୍ୟ ହେଉଥିବାରୁ ତାଙ୍କ ସପକ୍ଷରେ ଅନ୍ତୋଦୟ ଯୋଜନା ର କାର୍ଯ୍ୟାଦେଶ ଦିଆଯାଇଥିଲା।୨୦୨୫-୨୬ ଆର୍ଥିକ ବର୍ଷର ଅନ୍ତୋଦୟ ଯୋଜନା ରେ ୧ ଲକ୍ଷ ୨୦ ହଜାର ଟଙ୍କା ତାଙ୍କ ସପକ୍ଷରେ ମଞ୍ଜୁର କରାଯାଇଥିଲା।କେତକୀ ସେହି ଅର୍ଥ ର ସଠିକ ଉପଯୋଗ ସହ ନିର୍ଦ୍ଧାରିତ ସମୟରେ ଗୃହ ପୂର୍ଣ୍ଣାଙ୍ଗ କରିଥିବାରୁ ବୋନସ ଭାବେ ଅତିରିକ୍ତ ୨୦ ହଜାର ଟଙ୍କା କେତକୀ ଙ୍କୁ ପ୍ରଦାନ କରାଯାଇଥିଲା।ଏବେ ମୁଁ ଗର୍ବର ସହ କହୁଛି ଏ ମୋର ଛାତ ଘର।ଆଉ ବର୍ଷା ବା ବାତ୍ୟା ର ଭୟ ନାହିଁ ବୋଲି ଖୁସି ରେ କେତକୀ କହିବା ସହ ଏଥିପାଇଁ ସରକାର ଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।(ପୁରୀ ଜିଲ୍ଲା ପ୍ରତିନିଧି ବଳରାମ ତ୍ରିପାଠୀ ଙ୍କ ରିପୋର୍ଟ )