ନିର୍ମଳା ଇଂରାଜୀ ବିଦ୍ୟାଳୟର ମୋଟ 82 ଜଣ ଛାତ୍ରଛାତ୍ରୀ ସିକ୍କିମ ଅଧ୍ୟୟନ ପରିଦର୍ଶନ (ସ୍ଟଡି ଟୁର)


ରାଜଗାଙ୍ଗପୁର, ବୁଧବାର, 30 ସେପ୍ଟେମ୍ବର 2026 ରେ, ନିର୍ମଳା ଇଂରାଜୀ ବିଦ୍ୟାଳୟ ରୁ ମୋଟ 82 ଜଣ ଛାତ୍ରଛାତ୍ରୀ ରାଜଗାଙ୍ଗପୁର ରେଳ ଷ୍ଟେସନରୁ ସିକିମ ଅଭିମୁଖେ ଯାତ୍ରା ପାଇଁ ବହାରିଛନ୍ତି , ଯେଉଁଥିରେ (+୨) ପ୍ରଥମ ଓ ଦ୍ବିତୀଯ ବର୍ଷ ର 74 ଜଣ ଛାତ୍ର, ଛାତ୍ରୀ ଏବଂ 8 ଜଣ ଶିକ୍ଷକଙ୍କ ଏକ ଦଳ ମୌର୍ଯ୍ୟ ଏକ୍ସପ୍ରେସ ଯୋଗେ ରାଞ୍ଚି ପହଞ୍ଚିଥିଲେ ଏବଂ କାମାକ୍ଷ୍ୟା ଏକ୍ସପ୍ରେସ ଯୋଗେ ଅଧ୍ୟୟନ ପରିଦର୍ଶନ ପାଇଁ ସିକ୍କିମ ଅଭିମୁଖେ ଯାତ୍ରା କରିବେ । ଏଥିରେ ରାଜଗାଙ୍ଗପୁର ନିର୍ମଳା ଇଂରାଜୀ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ, ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ସିଷ୍ଟର ସୁଚି, ଅନୁପମ ବରୁଆ, ଦିଲୀପ କୁମାର, ଅଭିନାଶ ଓଝା, ରାଜନ ଝା, ଶ୍ୱେତା ଶର୍ମା, ମନୀଷ କୁମାର ସିଂହ, ବେଲା ପ୍ରତିମା କେରକେଟ୍ଟା ପିଲାମାନଙ୍କୁ ମାର୍ଗଦର୍ଶନ କରିବାକୁ ଯାଇଛନ୍ତି
ଏହି ଅଧ୍ୟୟନ ପରିଦର୍ଶନ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସିକ୍କିମ ର ଅନନ୍ୟ ସଂସ୍କୃତି, ଭୂଗୋଳ, ପରିବେଶ ଏବଂ ବିକାଶ ମଡେଲ ସହିତ ଛାତ୍ରଛାତ୍ରୀମାନଙ୍କୁ ପରିଚିତ କରାଇବା। ଏହା ବ୍ୟତୀତ, ଏଥିରେ ସିକ୍କିମର ବିଭିନ୍ନ ଐତିହାସିକ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସ୍ଥାନ ପରିଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ। ଏଥିରେ ବୌଦ୍ଧ ସଂସ୍କୃତି, ପ୍ରାଚୀନ ପାଣ୍ଡୁଲିପି ଏବଂ ସିକ୍କିମର ପାରମ୍ପରିକ ଇତିହାସ ଅଧ୍ୟୟନ କରିବା ପାଇଁ ଗ୍ୟାଙ୍ଗଟକ ର ରୁମଟେକ୍ ମଠ ଏବଂ ତିବ୍ବତୋଲୋଜି ଗବେଷଣା ପ୍ରତିଷ୍ଠାନ ପରିଦର୍ଶନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।
ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *