
ବାରିପଦା /ଉଦଳା ତା୨୭/୦୯/୨୦୨୬(କ: ବ୍ଯୁ)ବିଧାୟକଙ୍କ ସହ ସ୍ଥାନୀୟ ଲୋକଙ୍କ ବଚସା ଓ ଠେଲା ପେଲା
ଉଦଳା, ନିର୍ବାଚନ ମଣ୍ଡଳୀ ତଥା ଉଦଳା ବ୍ଲକ ଅଧିନସ୍ଥ ଖଲାଡି ପଂଚାୟତର କଇଁସାରୀ ଗ୍ରାମରେ ବନ୍ୟା ପରବର୍ତ୍ତୀ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ବଣ୍ଟନ ନେଇ ଏକ ଅପ୍ରୀତିକର ପରିସ୍ଥିତିର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ ବନ୍ୟା ବିପର୍ଯ୍ୟସ୍ତ ଅଞ୍ଚଳରେ ଲୋକଙ୍କୁ ଖାଦ୍ୟ ଓ ରିଲିଫ୍ ସାମଗ୍ରୀ ବଣ୍ଟନ କରିବାକୁ ଯାଇଥିବା ସମୟରେ କେତେକ ସ୍ଥାନୀୟ ବାସିନ୍ଦା ଏବଂ ଉଦଳା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଭାସ୍କର ମଢ଼େଇଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଉତ୍ତେଜନା ପ୍ରକାଶ ପାଇଥିଲା । ଏପରିକି ବିଧାୟକଙ୍କୁ କାହିଁକି ଆସିଛ ବୋଲି ଜଣେ ବ୍ୟକ୍ତି ଆକ୍ଷେପ କରିଥିଲେ । ଜଣେ ବ୍ୟକ୍ତିଙ୍କୁ ଠେଲି ଠେଲି ବିଧାୟକ ଆଣିବା ସହିତ ପିଟିବି ଭଳି ଉତକ୍ଷିପ୍ତ ଶବ୍ଦ ପ୍ରୟୋଗ କରିଥିଲେ ବିଧାୟକ । ଅନ୍ୟ ଜଣେ ଏବେ କାହିଁକି ଆସିଛ ବୋଲି ବିରୋଧ କରିବା ସହିତ ଭୋଟ ଦିଆ ଯିବନି ବୋଲି କହି ବିଧାୟକଙ୍କୁ କାହିଁକି ଆସିଛ ,ଏଠାରୁ ପଳାଓ ବୋଲି କହିଥିଲେ । ପୂର୍ବରୁ କୌଣସି ସଂଗଠନ ଖାଦ୍ୟ ବଣ୍ଟନ କରିଥିବା ନେଇ ବିଧାୟକ ବିଳମ୍ବ ରେ ଆସିବା ନେଇ ଉତକ୍ଷିପ୍ତ ହୋଇଥିଲେ କିଛି ଲୋକ । ଅପରପକ୍ଷରେ ବିଧାୟକ କ୍ରୋଧାନ୍ୱିତ ହୋଇ ଲୋକଙ୍କ ଆକ୍ରୋଶ ଦେଖି ଫେରିବାକୁ ବାଧ୍ୟ ହୋଇଥିବା ଦେଖାଯାଇଥିଲା ।ସାଙ୍ଗରେ ଜଣେ ବରିଷ୍ଠ ସାମ୍ବାଦିକ ଓ ପୂର୍ବତନ ବିଧାୟକ ପ୍ରାର୍ଥୀ ଓ ସୁରକ୍ଷା କର୍ମୀ ଥିଲେ । ତେବେ ବିଧାୟକଙ୍କ ସମର୍ଥକ ବନ୍ୟା ପରବର୍ତ୍ତୀ ରିଲିଫ ବଣ୍ଟନ କରିବାରେ ସମର୍ଥ ହୋଇ ପାରିନଥିଲେ । ଏଭଳି ପ୍ରସଙ୍ଗ ନିଆଁ ଭଳି ଉଦଳା ନିର୍ବାଚନ ମଣ୍ଡଳୀ ସମେତ ଜିଲ୍ଲାରେ ଖେଳିଯାଇଥିଲା । ଏନେଇ ବିଧାୟକ ଙ୍କୁ ଯୋଗାଯୋଗ କରିଥିଲେ ହେଁ ଯୋଗାଯୋଗ ହୋଇପାରିନି । ତେବେ ଘଟଣା ନେଇ ଉଦଳା ଥାନା ରେ କୌଣସି ଅଭିଯୋଗ ହୋଇ ନଥିବା କହିଛନ୍ତି ଉଦଳା ଥାନାର ଆଇଆଇସି । ଉଦଳା ନିର୍ବାଚନ ମଣ୍ଡଳୀରେ ବନ୍ୟା କ୍ଷତିଗ୍ରସ୍ତଙ୍କ ସହିତ ପିଡ଼ିତାଙ୍କ ପାଇଁ ସରକାରଙ୍କ ତରଫରୁ ବ୍ୟବସ୍ଥା ବଦଳରେ ଦଳୀୟ ମାଧ୍ୟମରେ ହୋଇ ଥିବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଅଛି ବୋଲି ଶୁଣିବାକୁ ମିଳୁ ଅଛି । ରିଲିଫ ପାଇଁ ତତକାଳ ଆସୁଥିବା ଖର୍ଚ୍ଚ ପଂଚାୟତକୁ ଯଦି ମିଳି ଥାଏ ତାର ବିନିଯୋଗ କେମିତି କଲେ ତାହା ତଦନ୍ତ ପରିସରଭୁକ୍ତ ହେଲେ ଅନେକ କଥା ଜଣାପଡିବ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି ।
ଦୀନବନ୍ଧୁ ବାରିକ
(ମୟୁରଭଞ୍ଜ ଜିଲ୍ଲା ପ୍ରତିନିଧି)