
ରାଜଗାଙ୍ଗପୁର :- (କ ବ୍ୟୁ) ୦୮/୦୩/୨୬) : ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାଜଗାଙ୍ଗପୁର ବିଧାନସଭାର କୁତ୍ରା ବ୍ଲକ ଅନ୍ତର୍ଗତ ଲାଞ୍ଜିବେରଣା ଗ୍ରାମରେ ଫୋରମ୍ ଫୋର୍ ଗ୍ରାମସଭା ଆନୁକୁଲ୍ୟରେ ଗତ୍ ଡିସେମ୍ବର ୧୩ ତାରିଖରୁ ନିରନ୍ତର ଚାଲିଥିବା ଧାରଣାସ୍ଥଳରେ ଲାଞ୍ଜିବେରଣା ଗ୍ରାମପଞ୍ଚାୟତର ସହ ସହ ମହିଳା ମାନେ ଏକତ୍ରିତ ହୋଇ ଅନ୍ତର୍ଜାତୀୟ ମହିଳା ଦିବସର ଉପାଦେୟତା ଓ ମହିଳା ସଶକ୍ତିକରଣ ଉପରେ ନିଜନିଜ ମତ ଉପସ୍ଥାପନ କରିଥିଲେ ଏବଂ ଶାସନ ପ୍ରଶାସନ ଓ ପୁଞ୍ଜିପତି କମ୍ପାନୀ ନିକଟରେ ମହିଳା ଶକ୍ତିର ଗୋଟିଏ ଉଦାହରଣ ସୃଷ୍ଟି ସ୍ବରୂପ ସପଥ ପାଠ କରିଥିଲେ ଯେ, ଆମ୍ଭେ ସମସ୍ତେ ଆଦିବାସୀ ମହିଳା ଏବଂ ଜମି ହେଉଛି ଆମ ମାଁ, ଜମି ଆମକୁ ବିରାସତରେ ମିଳିଛି, ଜମି ଆମ ପାଇଁ ଓ ଆମ ଦାୟଦମାନଙ୍କ ପାଇଁ ଜୀବନ ଜୀବିକାର ଚିରସ୍ଥାୟୀ ସ୍ରୋତ ଅଟେ । ଜମି ହେଉଛି ଆମ ପରିଚୟ ଏହି ମାଁ ମାଟିରୁ ହିଁ ଆମ ଭାଷା,କଳା, ସଂସ୍କୃତି, ପରମ୍ପରା,ଆମ ଧର୍ମ ଓ ବିଶ୍ଵାସ ଜଡ଼ିତ ଥିବାରୁ ଆମ୍ଭେ ସପଥ କରୁଅଛୁ କି ଯେ, ଟଙ୍କା ଏବଂ ଚାକିରି ଠାରୁ ଆମ୍ଭ ମାନଙ୍କ ପାଇଁ ମୂଲ୍ୟବାନ ଥିବା ମାଁ ମାଟିକୁ ଆମ୍ଭେ କୈ।ଣସି ମତେ ଗୋଟିଏ ପୁଞ୍ଜିପତି ଓଡ଼ିଶା ସିମେଣ୍ଟ ଲିମିଟେଡ ବର୍ତ୍ତମାନରେ ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ କମ୍ପାନୀ କୁ ଇଞ୍ଚେ ଦେବୁନାହିଁ।
ମହିଳା ଦିବସରେ ଏଭଳି ବିରଳ ମହିଳା ଶକ୍ତିର ପ୍ରଦର୍ଶନ କରି ଶାସନ ପ୍ରଶାସନ ଓ ପୁଞ୍ଜିପତି ଙ୍କ ଯେଉଁ ବାର୍ତ୍ତା ମହିଳାମାନେ ଦେଇଛନ୍ତି ତାକୁ ବୁଦ୍ଧିଜୀବୀ ମହଲରେ ଭୁରି ଭୁରି ପ୍ରଶଂସା କରାଯାଉଛି।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )