ସତ୍ୟବାଦୀ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଶ୍ରେଷ୍ଠ ଗୁରୁ ସମ୍ମାନ ପ୍ରଦାନ

ଚଣ୍ଡିଖୋଲ,୬/୯(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଶିକ୍ଷା କ୍ଷେତ୍ରରେ ନୂତନ ପ୍ରୟାସ, ଶିକ୍ଷାଗତ ପରିଚାଳନାରେ ସଂସ୍କାର, ବିଦ୍ୟାଳୟରେ ଉତ୍ତମ ସୈକ୍ଷିକ ବାତାବରଣ ସୃଷ୍ଟି, ପରିବେଶ ସ୍ବଚ୍ଛତା, ବିଶେଷ କରି ଛାତ୍ର ଛାତ୍ରୀ ମାନଙ୍କୁ ପାଠ ପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ନିରବଚ୍ଛିନ୍ନ ଉଦ୍ୟମ ତଥା ଉତ୍ସର୍ଗୀକୃତ ଶିକ୍ଷାଦାନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବଡଚଣା ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିନସ୍ଥ ହରି ଶଙ୍କର ବିଦ୍ୟାମନ୍ଦିର ର ସହକାରୀ ଶିକ୍ଷକ ତଥା ବଡଚଣା ଓଷ୍ଟା ର ସମ୍ପାଦକ ସତ୍ୟବାଦୀ ପଣ୍ଡା ଙ୍କୁ ପବିତ୍ର ଗୁରୁ ଦିବସ ପାଳନ ଅବସରରେ ଭୁବନେଶ୍ଵର ସ୍ଥିତ ରୋଟାରୀ କ୍ଲବ ଭୁବନେଶ୍ଵର କ୍ୟାପିଟାଲ ପକ୍ଷରୁ ରାଷ୍ଟ୍ରୀୟ ଶ୍ରେଷ୍ଠ ଗୁରୁ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ଵର ରୋଟାରୀ କ୍ଲବ ର ସମ୍ପାଦକ ରୋଟାରୀୟାନ ନିହାର ରଞ୍ଜନ ସେଠୀ, ରୋଟାରୀୟାନ୍ ସୁଧାଂଶୁ ମିଶ୍ର, ସୁକାନ୍ତ ସାମଲ, ଅଶୋକ କୁମାର ସାହୁ ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗଦେଇ ଶ୍ରୀ ପଣ୍ଡାଙ୍କୁ ଉତ୍ତରୀୟ, ପୁଷ୍ପ ଗୁଚ୍ଛ, ମାନପତ୍ର ପ୍ରଦାନ କରି ସମ୍ମାନୀତ କରିଥଲେ। ସତ୍ୟବାଦୀ ପଣ୍ଡା ଙ୍କୁ ରାଷ୍ଟ୍ରୀୟ ଶ୍ରେଷ୍ଠ ଗୁରୁ ସମ୍ମାନ ପ୍ରଦାନ କରାଯାଉଥିବାରୁ ବଡଚଣା ବିଧାୟକ ଅମର ନାୟକ,ବଡଚଣା ବ୍ଲକ୍ ଓଷ୍ଟ। ର ସଭାପତି ସୁବାସ ଚନ୍ଦ୍ର ମହାପାତ୍ର, ଡ ସୁଧିର ଚନ୍ଦ୍ର ସାମଲ,ଦୟାନିଧି ସାମଲ, ନିରଂଜନ ଦଳେଇ, ଭାଗ୍ୟଧାର ସାହୁ, ଲକ୍ଷ୍ମୀ ଧର ରାଉତ, ବସନ୍ତ ପୃଷ୍ଟି ସ୍ମୃତି ରଂଜନ ଆଚାର୍ଯ୍ୟ ପ୍ରମୁଖ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *