ବଡ଼ଚଣା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଗୁରୁ ପୂଜନ ସମାରୋହ ଅନୁଷ୍ଠିତ

ଚଣ୍ଡିଖୋଲ ତା ୬/୯(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଉପଲକ୍ଷେ ସାରା ଭାରତ ବର୍ଷ ରେ ସେପ୍ଟେମ୍ବର ମାସ ୫ତାରିଖରେ ଗୁରୁ ଦିବସ ପାଳନ ହୋଇ ଆସୁଛି। ଏ ନେଇ ବଡ଼ଚଣା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଭବନ ଠାରେ ଗୁରୁ ପୂଜନ ସମାରୋହ ଶିକ୍ଷକ ସଂଘ ସଭାପତି ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାରୋହ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବଡ଼ଚଣା ନିର୍ବାଚନ ମଣ୍ଡଳୀ ବିଧାୟକ ମାନ୍ୟବର ଅମର  କୁମାର୍ ନାୟକ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଶିକ୍ଷା ଅଧିକାରିଣୀ ସୁଶ୍ରୀ ଲୋପାମୁଦ୍ରା ରାଉତରାୟ,, ନିଖିଲ ଉତ୍କଳ ଶିକ୍ଷକ ଫେଡରେସନ ର ପୂର୍ବତନ ମହା ସଚିବ ଅମିୟ କୁମାର ଦାଶ , ସହ ଶିକ୍ଷା ଅଧିକାରୀ ଆର୍ତ୍ତତ୍ରାଣ

ମିଶ୍ର ପ୍ରାଥମିକ ଶିକ୍ଷକ ସଂଘ ର ସଂପାଦକ ପ୍ରଶାନ୍ତ କୁମାର ବେହେରା , ଅବସରପ୍ରାପ୍ତ ଶିକ୍ଷକ ବଳରାମ ରଣା ପ୍ରମୁଖ ଯୋଗ ଦେଇଥିଲେ। ପ୍ରାରମ୍ଭରେ ଅତିଥି ମାନେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ମହାନ୍ ଗୁରୁ ତଥା ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟା ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥଲେ। ଜଣେ ଶିକ୍ଷୟିତ୍ରୀ ଗୁରୁ ବନ୍ଦନା ଗାନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ବଳରାମ ରଣା ଅତିଥି ପରିଚୟ ପ୍ରଦାନ କରିଥଲେ। ଆଜି ଆମେ ଶିକ୍ଷାକୁ ବିକଶିତ କରିବା ପାଇଁ ଗୁରୁ ପୁଜନ୍ କରାଯାଉଛି , ଗୁରୁ ହେଉଛନ୍ତି ଶ୍ରେଷ୍ଠ,, ଗୁରୁ ମାନେ ଶିକ୍ଷାଦାନ ଠିକ୍ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦାନ କଲେ ସେ ଛାତ୍ର ଛାତ୍ରୀ ଆସନ୍ତା କାଲି ଭଲ ମଣିଷ ହୋଇ ସମାଜର ବିକାଶ କରିପାରିବେ, ମହାନ୍ ଗୁରୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଉପ ରାଷ୍ଟ୍ରପତି ପୂର୍ବରୁ ଜଣେ ବରିଷ୍ଠ ଶିକ୍ଷକ ଭାବେ ପରିଚୟ ସୃଷ୍ଟି କରିଥିଲେ,। ତାଙ୍କର ବିଦାୟ କାଳୀନ ସମୟରେ ସମସ୍ତ ଛାତ୍ର ଛାତ୍ରୀ ମାନେ ଗୁରୁ ବନ୍ଦନା କରି ସମ୍ବର୍ଦ୍ଧିତ କରିଥଲେ। ତାଙ୍କ ଗୁଣ, ଗାରିମା କୁ ମନେ ପକାଇ ଆଜିର ଛାତ୍ର ସମାଜ ପାଳନ କରିବା ଏକାନ୍ତ ଆବଶ୍ୟକ। ଗୁରୁ ମାନେ ପୂର୍ବରୁ ଗାଁ ଚାଟଶାଳୀରେ ଶିକ୍ଷା ସହିତ ଜ୍ଞାନ ରେ ଛାତ୍ର ଛାତ୍ରୀ ଙ୍କୁ ପ୍ରତିଷ୍ଠିତ କରୁଥିଲେ, ଆଜିର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଉଚିତ୍ ଭାବରେ ଶିକ୍ଷା ଦାନ ପ୍ରଦାନ କଲେ ସେ ଛାତ୍ର ଗୁରୁ ଦିବସ ର ପରମ୍ପରା ସଂପର୍କରେ ସାରଗର୍ଭକ ହୋଇ ପାରିବେ ବୋଲି ମୁଖ୍ୟ ଅତିଥି ବିଧାୟକ ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ, ଶିକ୍ଷାଦାନ ହେଉଛି ମହାନ୍ ସେବା, ପୂର୍ବରୁ ଯେଉଁ ମାନିଶି ମାନେ ସର୍ବଶ୍ରି ଜାତିର ଜନକ ମହାତ୍ମା ଗାନ୍ଧୀ, ସ୍ବାମୀ ବିବେକାନନ୍ଦ, ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଗୁଣ, ଚିନ୍ତନ କୁ ଛାତ୍ର ଛାତ୍ରୀ ମାନେ ଗ୍ରହଣ କରିବା ଏକାନ୍ତ ଜରୁରୀ, ନିଗୁରୁ ମାନଙ୍କର ଏ ଦେଶ ପାଇଁ ଯଥେଷ୍ଟ ଆବଶ୍ୟକତା ରହିଛି, ଗୁରୁ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଶିକ୍ଷା ଦେଇ ଉଚିତ୍ ମାର୍ଗରେ ନେଇ ପାରିଲେ ସେ ଛାତ୍ର ଛାତ୍ରୀ ଅଧିକ ଜ୍ଞାନ ଆହରଣ କରି ସୁନାମ ଅର୍ଜନ କରିପାରିବେ। ଗୁରୁ ମାନଂକୁ ସେବା କରିବା ହେଉଛି ଛାତ୍ର ଛାତ୍ରୀ ଙ୍କ କର୍ତ୍ତବ୍ୟ, ଜଣେ ଛାତ୍ର ବା ଛାତ୍ରୀ ଇଞ୍ଜିନିୟର ହେଊ ବା ଡାକ୍ତର ହେଉ ତାଙ୍କର ଯଦି ସାମାନ୍ୟ ଭୁଲ୍ ହୋଇଗଲା ତାହେଲେ ଇଞ୍ଜିନିୟର ପାଇଁ ନିର୍ମିତ ରାସ୍ତା ଏବଂ ବ୍ରିଜ ଭୁଶୁଡ଼ି ପଡ଼ିବା, ଡାକ୍ତରଙ୍କ ଅସାବଧାନତା ଯୋଗୁଁ ରୋଗୀର ମୃତ୍ୟୁ ଘଟିବ, ଏ ସମାଜରେ ଶିକ୍ଷାକୁ ବିକଶିତ କରିବା ପାଇଁ ଗୁରୁ ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଉଚିତ୍ ଭାବରେ ଶିକ୍ଷା ଦାନ ଦେଲେ ଶିକ୍ଷା ସମାଜ କଳୁଷିତ ହେବନାହିଁ, ଯଦି କୌଣସି କାରଣରୁ ଭୁଲ୍ ହୋଇଯାଏ ତା ହେଲେ ଶିକ୍ଷା ସମାଜ ର ବିନାଶ ଘଟିବ, ଏଥି ପାଇଁ ଶିକ୍ଷାର ସଂସ୍କାର ପାଇଁ ଗୁରୁ ମାନେ ଠିକ୍ ଭାବରେ ଛାତ୍ର ଛାତ୍ରୀ ମାନଙ୍କୁ ଗଢ଼ି ପାରିଲେ ଗୁରୁ ମାନେ ପ୍ରଶଂସିତ ହୋଇ ଗୁରୁ ଦିବସ ପରମ୍ପରାକୁ ବଜାୟ ରଖି ପାରିବେ ବୋଲି ସମ୍ମାନିତ ଅତିଥି ବ୍ଲକ୍ ଶିକ୍ଷ୍ୟା ଅଧିକାରିଣୀ ସୁଶ୍ରୀ ରାଉତ୍ ପ୍ରକାଶ କରିଥିଲେ। ଗୁରୁ ମାନଂକ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ଗୁରୁ ପୂଜନ ସମାରୋହରେ ଶତାଧିକ ଅବସର କାଳୀନ ଶିକ୍ଷକ ଶିକ୍ଷୟତ୍ରୀ ମାନଂକୁ ବିଧାୟକ ଶ୍ରୀ,, ନାୟକ ଆଶୀର୍ବାଦ ଭିକ୍ଷା କରି ସମସ୍ତ ଗୁରୁ ମାନଂକୁ ଉତ୍ତରୀୟ, ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥଲେ। ଏହା ହେଉଛି ଗୁରୁ ସେବା , ଆଜି ଆମ ଶିକ୍ଷକ ଶିକ୍ଷୟତ୍ରୀ ମାନଂକ ଅନୁରୋଧ ରକ୍ଷା କରି ଗୁରୁ ପୂଜନ ରେ ଯୋଗ ଦେଇଛନ୍ତି ବଡ଼ଚଣା ର ମୁଖ୍ୟ ସେବକ ତଥା ଯୋଗ୍ୟ ବିଧାୟକ ଅମର କୁମାର୍ ନାୟକ, ସେ ଜଣେ ପ୍ରଶଂସିତ ବ୍ୟକ୍ତିତ୍ଵ ସଂପନ୍ନ, ଶିକ୍ଷ୍ୟା ର ବିକାଶ ପାଇଁ ସେ ଆମ ବଡ଼ଚଣା ପାଇଁ ଜେଉଭଳି ପ୍ରଚେଷ୍ଟା ଜାରି ରଖିଛନ୍ତି ସେ ଚିର ନମସ୍ୟ ବୋଲି ସଭାପତି ଶ୍ରୀ ଜେନା ଦୃଢ଼ ଭାବରେ ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *