ସୂଚନା ଅଧିକାର ଆଇନ ବଳରେ ତଥ୍ଯ ମିଳୁନାହିଁ।

ଚଣ୍ଡିଖୋଲ,୪/୯(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ସୂଚନା ଅଧିକାର ଆଇନ ୨୦୦୫ରେ ତଥ୍ଯ ଦେବାକୁ ସରକାର କଡାକଡି ନିର୍ଦେଶ ଦେଇଛନ୍ତି। ଏଥିରେ ଖିଲାପ କଲେ ସଂପୃକ୍ତ କର୍ତ୍ତୃପକ୍ଷ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇନ୍ ରେ ନିର୍ଦ୍ଦେଶ ଥିଲେ ମଧ୍ୟ ଚଣ୍ଡିଖୋଲ ଆଂଚଳିକ ଅଧିକାରୀ ଏହାକୁ ମାନୁ ନାହାଁନ୍ତି। ସୂଚନା ଅନୁଯାଇ ଗୋବିନ୍ଦ ଚନ୍ଦ୍ର ଦାସ, ପିତା ବିପ୍ର ଚରଣ ଦାସ, ଗ୍ରାମ ଅଳତିରି, ଥାନା ପାଣି କୋଇଲି, ଜିଲ୍ଲା ଯାଜପୁର, ଗତ ୧୭/୭/୨୦୨୬ରେ ଚଣ୍ଡିଖୋଲ ଆଂଚଳିକ ପରିବହନ ଅଧିକାରୀ ଙ୍କୁ ସୂଚନା ଅଧିକାର ଆଇନ ବଳରେ କେତକ ତଥ୍ଯ ମାଗିଥିଲେ , ଏହା ଭିତରେ ୧ମାସ ୧୮ଦିନ ଅତିକ୍ରାନ୍ତ ହୋଇଗଲାଣି ମାତ୍ର ଆବେଦନ କାରୀ ଏ ପର୍ଯ୍ୟନ୍ତ ମାଗିଥିବା ତଥ୍ଯ ପାଇ ପାରିଲେ ନାହିଁ। ସୂଚନା ଅଧିକାର ଆଇନ ବଳରେ ଗୋବିନ୍ଦ୍ର ଚନ୍ଦ୍ର ଦାସ ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଡାଟା ଏଣ୍ଟ୍ରି ଭାବରେ ନିଯୁକ୍ତି ପାଇଥିବା ବ୍ୟକ୍ତି ସତ୍ୟ ରଂଜନ ବସନ୍ତରା କେବେ ନିଯୁକ୍ତି ପାଇଥିଲେ, କେଉଁ ପଦବୀରେ ନିଯୁକ୍ତି ପାଇଥିଲେ, ନିଯୁକ୍ତି ଅଧିକାରୀ କେଉଁ ବିଭାଗରେ ଥିଲେ, ତାଙ୍କର କାର୍ଯ୍ୟକାଳ କେତେ ଦିନ ଥିଲା, ତାଙ୍କର ନିଯୁକ୍ତି କେଉଁ ଦିନ ନବିକରଣ କରାଯାଇଥିଲା ଇତ୍ୟାଦି ମାତ୍ର ଏହାର କୌଣସି ତଥ୍ୟ ତାଙ୍କୁ ଦିଆଗଲା ନାହିଁ। ଏ ସଂପର୍କରେ ଗୋବିନ୍ଦ ରାଜ୍ୟ ପରିବହନ ମନ୍ତ୍ରୀ, ରାଜ୍ୟ ପରିବହନ ପ୍ରାଧିକରଣ, ଓ ଯାଜପୁର ଜିଲ୍ଲା ପାଳ ଙ୍କୁ ଅବଗତ କରାଇ ଛନ୍ତି। ତୁରନ୍ତ ତାଙ୍କୁ ମାଗିଥିବା ସୂଚନା ପ୍ରଦାନ କରିବାକୁ ସେ କହିଛନ୍ତି।

Leave a Reply

Your email address will not be published. Required fields are marked *