



ରାଜଗାଙ୍ଗପୁର: (କ ବ୍ୟୁ )୦୮/୦୩/୨୬) : ପବିତ୍ର ରମଜାନ ମାସ ଅବସରରେ, ଆଜି ବଡଗାଁ BNC କ୍ୟାମ୍ପସରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଥିଲା। ଏହି ଇଫତାର ପାର୍ଟିର ଅଧ୍ୟକ୍ଷତା ରାମଚନ୍ଦ୍ର ନାୟକ ଏବଂ ଡକ୍ଟର ଅରୁଣ ନାୟକ କରିଥିଲେ। ସେ କହିଥିଲେ, “ମୁଁ ବହୁବର୍ଷ ଧରି ଇଫତାର ପାର୍ଟିର ଆୟୋଜନ କରିଆସୁଛି। ମୁଁ ଏହା ଟୁଡ଼ାଲଗା ସ୍ଥିତ ନିଜ ବାସଭବନରେ କରୁଥିଲି। ମୁଁ ପ୍ରଥମେ ଇଫଟାର ପାର୍ଟି 15 ରୁ 20 ଲୋକଙ୍କ ସହିତ ଆରମ୍ଭ କରିଥିଲି।” ଆଜି, ଜିଲ୍ଲାରୁ 300 ରୁ ଅଧିକ ଲୋକ ଇଫତାର ପାର୍ଟିରେ ଯୋଗ ଦେଇଥିଲେ, ସମସ୍ତ ଧର୍ମର ଲୋକମାନେ ପାର୍ଟିର ଅଂଶଗ୍ରହଣ କରିଥିଲେ। ଓ ଏହି ଆୟୋଜନ ରେ ସମସ୍ତ ବର୍ଗର ଲୋକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ମଗରିବ ନମାଜ ସହିତ, ଉପବାସ କରୁଥିବା ଲୋକମାନେ ଖଜୁର ଏବଂ ଅନ୍ୟାନ୍ୟ ସୁସ୍ୱାଦୁ ଖାଦ୍ୟ ସହିତ ଉପବାସ ଭାଙ୍ଗିଥିଲେ ଓ ପରସ୍ପରଙ୍କୁ ରମଜାନର ଶୁଭକାମନା ଜଣାଇ କହିଥିଲେ, “ଇଫତାର ଭାଇଚାରାର ପ୍ରତୀକ, ସମସ୍ତଙ୍କୁ ଏକାଠି କରିଥାଏ ଏବଂ ସାମ୍ପ୍ରଦାୟିକ ସଦ୍ଭାବକୁ ଉଜାଗର କରିଥାଏ।” ଶେଷରେ, ଦେଶରେ ଶାନ୍ତି ଏବଂ ସୌହାର୍ଦ୍ଦ୍ୟ ପାଇଁ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ଜିଲ୍ଲାର ନିର୍ମଳ କୁମାର ନାୟକ, ସନ୍ତୋଷ ଅମାତ, ମହମୁଦ ଅହମ୍ମଦ, ଅଶୋକ ଦାଶ, ଅସଫାକ ଅହମ୍ମଦ ଓରଫ ଗୁଡ୍ଡା, ଜାଫର ମୋବିନ୍, ଏମଡି ନିସାର, ଜାହାଙ୍ଗୀର ହକ୍, ଏବଂ ମହମ୍ମଦ ସାୟେଦୁଙ୍କ ସମେତ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।
(ରାଜଗାଙ୍ଗପୁର ରୁ ଅବଦୁଲ ରଜାକ ଖାନ ଙ୍କ ରିପୋର୍ଟ )