ବ୍ଳକ୍ ସ୍ତରୀୟ ନିପୁଣ ଓଡିଶା ମେଳା

ଛତ୍ରପୁର : ୧୯.୦୨.୨୫

(ମିଥୁନ ବାରିକ୍)

ଛତ୍ରପୁର : ଜାତୀୟ ଶିକ୍ଷାନୀତି -୨୦୨୦ ଉପରେ ଆଧାରିତ ବ୍ଳକ୍ ସ୍ତରୀୟ ଓ ଏନ ସି କ୍ଳଷ୍ଟର ସ୍ତରୀୟ ନିପୁଣ ଓଡିଶା କାର୍ଯ୍ୟକ୍ରମ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟରେ ଛତ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଜିତ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶର୍ମିଷ୍ଠା କୁମାରୀ ପ୍ରଧାନ, ମୁଖ୍ୟ ବକ୍ତା ରୂପେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦ୍ବାରିକା ନାଥ ବେହେରା,ସମ୍ମାନିତ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ଶିକ୍ଷାଶାସ୍ତ୍ରୀ ଡଃ ସନ୍ତୋଷ କୁମାର ପଣ୍ଡା, ବି ଆର ସିସି ସଂଯୁକ୍ତା ରଥ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଉତ,କେ ଚନ୍ଦ୍ରଶେଖର ରେଡ୍ଡୀ, ବାଳିକା ଉଚ ବିଦ୍ୟାଳୟର ପରିଚାଳନା କମିଟି ଅଧ୍ୟକ୍ଷ ବନଜ କୁମାର ପାଣିଗ୍ରାହୀ ଆଦି ଯୋଗ ଦେଇ ପ୍ରଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଅତିଥି ମାନଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନେ ନିପୁଣ ଭାରତ ଓ ନିପୁଣ ଓଡିଶାର ତାତ୍ପର୍ଯ୍ୟ,ରୂପରେଖ,ଏହାର ପୁର ଦୃଷ୍ଟି ସମ୍ପର୍କରେ ଆଲୋକପାତ କରିଥିଲେ । ୩ ରୁ ୮ବର୍ଷର ଶିଶୁ ତୃତୀୟ ଶ୍ରେଣୀ ସୁଦ୍ଧା ଯେପରି ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ହାସଲ କରିବେ ଫଳରେ ଏକ ବିଂଶ ଶତାବ୍ଦୀର ଜୀବନ କୌଶଳର ଦକ୍ଷତା ହାସଲ କରିବାକୁ ସମର୍ଥ ହେବେ ଏହାରି ଉପରେ ଆଲୋଚନା ହୋଇଥିଲା । ଷ୍ଟଲ ଖୋଲା ଯାଇ ଶିକ୍ଷଣ ଉପକରଣ ପ୍ରଦର୍ଶନ କରାଯାଇଥିଲା । ବ୍ଳକର ୧୩ଟି କ୍ଳଷ୍ଟରର ୧୩ ଜଣ ଏଫ୍ ଏଲ୍ ଏନ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ ସିଆର୍ ସିସିଙ୍କ ସହଯୋଗରେ କାର୍ଯ୍ୟ ସଫଳ ରୂପାୟନ ହୋଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷକ ଅଜିତ ସେଠୀ ସଂଯୋଜନା କରିଥିବା ବେଳେ ,ଶିକ୍ଷକ ଉଦୟ ରଶ୍ମି ପାତ୍ର ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *