

କୋରାପୁଟ/ସେମିଳିଗୁଡା/ସୁନାଵେଡା : ଜୀଵନଵ୍ୟାପୀ ସମାଜ ସେଵା ପାଇଁ ସମାଜସେଵୀ ତଥା ଵରିଷ୍ଠ ସାମ୍ଵାଦିକ ଅଜୟ ସାହୁଂକୁ ଆନ୍ତର୍ଜାଚୀକ ସମ୍ମାନଜନକ ଡକ୍ଟରେଟ ମିଳିଛି | ଆଜି ଗ୍ରେଟର ନୋଏଡା ସ୍ଥିତ ଲେମନ ଟ୍ରି ହୋଟେଲରେ ଆୟୋଜିତ ଏକ ଭଵ୍ୟ କନଭୋକେସନ ଉତ୍ସଵରେ ଏହି ସମ୍ମାନ ସହ ମାନପତ୍ର,ବ୍ୟାଡଜ,କନଭୋକେସନ ତାମ୍ର ଫଳକ ଓ ସ୍ମ୍ରୁତି ଫଳକ ପ୍ରଦାନ କରାଯାଇଛି |ଆମେରିକାର ଫ୍ରାଙ୍କଫୋର୍ଡ ଇଣ୍ଟରନେସନାଲ ୟୁନିଭରସିଟି ତରଫରୁ ଏହି ସମ୍ମାନଜନକ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଛି | ଏଥିରେ ଗୋଲଗୋଟିଆ ୟୁନିଭରସିଟିର ଡିନ ପ୍ରଫେସର ଡ ରାଜୀଵ ମିଶ୍ର,ସୁପ୍ରିମ କୋର୍ଟ ଓକିଲ ଡ ଉଡୁଥାଲା ଜଗନ,ଆମେରିକାର ପ୍ରତିନିଧି ମିସ ଆନ୍ନି,ଵିଶିଷ୍ଟ ସମାଜ ସେଵୀ ପଦ୍ମଶ୍ରୀ ଜିତେନ୍ଦ୍ର ସିଁ ସାନ୍ଦି ଆଦି ଵିଶିଷ୍ଟ ବ୍ୟକ୍ତି ଅତିଥି ଭାଵରେ ଯୋଗ ଦେଇ ଏହି କନଭୋକେସନ ଉତ୍ସଵରେ ଡକ୍ଟରେଟ ପ୍ରଦାନ କରିଥିଲେ | ଅଜୟ କୁମାର ସାହୁ ଏଵେ ଡା ଅଜୟ କୁମାର ସାହୁ ଭାଵରେ ପକିଚିତ ହେଲେ ଶ୍ରୀ ସାହୁ କହିଛନ୍ତି | ଏଥିପାଇଁ ଶ୍ରୀ ସାହୁଂକୁ ବିଭିନ୍ନ ମହଲରୁ ଶୁଭେଛାର ଵାର୍ତ୍ତା ମିଳିଵାରେ ଲାଗିଛି |