ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ରେ କମ୍ପିଲା ମଞ୍ଚ ଝୁମିଲେ ଦର୍ଶକ

ଗଞ୍ଜାମ : ୧୮.୦୨.୨୫

(ମିଥୁନ ବାରିକ୍)

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ନୀଳାଦ୍ରିପୁର (କରପଡ଼ା) ଋଷିକୂଲ୍ୟା ତଟ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠାର ଦ୍ଵିତୀୟ ବାର୍ଷିକୀ ଉତ୍ସବ ଅବସରରେ ମା” ରାମଚଣ୍ଡୀ ମହୋତ୍ସବ ଉଦଘାଟିତ ହୋଇଯାଇଛି। ଆଜି ଦ୍ୱିତୀୟ ଦିନରେ ମହୋତ୍ସବକୁ ବରିଷ୍ଠ ନେତା ଶ୍ରୀ ଭୃଗୁ ବକ୍ସିପାତ୍ର ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କରିଥିଲେ। ଛତ୍ରପୁରର ପୂର୍ବତନ ବିଧାୟକ ସୁବାସ ବେହେରl, ବ୍ରହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା,ପ୍ରଶାନ୍ତ କର, ସୁବାସ ମହାରଣା, ଛତ୍ରପୁର ଏନ୍ ଏସି ଉପାଧ୍ୟକ୍ଷ ଜି. ପାପା ରାଓ, ବୁଚି ବାବୁ, ଶଙ୍କର ଦାସ, ପ୍ରଶାନ୍ତ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଥିଲେ।
ରାଜ୍ୟସଭା ସାଂସଦ ମୁଜ଼ୀବୁଲା ଖାନ (ମୁନା ଖାନ) ଆମ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମାଁ ରାମଚଣ୍ଡୀ ପୀଠର ଲକ୍ଷାଧିକ ଭକ୍ତ ମାନଙ୍କ ଅସୁବିଧା କୁ ଆଖିଆଗରେ ରଖି ଷ୍ଟ୍ରିଟ ଲାଇଟ ପାଇଁ ରାଜ୍ୟସଭା ପାଣ୍ଠିରୁ ୫ ଲକ୍ଷ ତାଙ୍କ ଅନୁଦାନ ଦେଇଥିଲେ ଏହାକୁ ଶ୍ରୀ ଭୃଗୁ ବକ୍ସିପାତ୍ର(ସଭାପତି,ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ) ମଞ୍ଚରେ ପଠନ କରି ଶୁଣେଇଥିଲେ l ଏହା ଦ୍ୱାରା ରାମଚଣ୍ଡୀ ପୀଠର ରାସ୍ତା ଓ ପାର୍କିଂ ଏରିଆ ଆଲୋକିତ ହୋଇପାରିବ l ସାଂସଦ ପାଣ୍ଠିରୁ ଅର୍ଥରାଶି ଦେଇ ସମାଜକୁ ଏକ ଭାଇଚାରା ର ସମ୍ବାଦ ଦେଇଛନ୍ତି l ଶେଷରେ ସମାଜ ସେବୀ ନରହରି ସ୍ୱାଇଁ, ଆଦିତ୍ୟ ପଟନାୟକ, ସୁଧୀର ମହାରଣା ଙ୍କ ସହିତ ଓ ସ୍ବର୍ଗତ ରଙ୍କନିଧି ବେହେରାଙ୍କ ପରିବାର କୁ ସମ୍ମାନିତ କରାଯାଇଥିଲା l

ମନ୍ଦିର ପରିଚଳନା କମିଟି ସଂଯୋଜକ କମଳ ପଣ୍ଡା ଓ ସହ ସଂଯୋଜକ ତୁଷାର ଶତପଥୀଙ୍କ ସଂଯୋଜନାରେ ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ତଥା ପୂଜା କମିଟି ର ସଭାପତି-ଅଜୟ କୁମାର ନାୟକ, ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ଗଞ୍ଜାମ ଜିଲ୍ଲା ସାମ୍ବାଦିକ ସଙ୍ଘ ସମ୍ପାଦକ ତଥା ପୂଜା କମିଟି ଉପଦେଷ୍ଟା ସନ୍ତୋଷ କୁମାର ମିଶ୍ର, ପୂଜା କମିଟି ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ(ମହାରାଜ), କାର୍ଯ୍ୟକାରି ସଭାପତି ଦିବାକର ନାୟକ, ପ୍ରମୁଖ ମଞ୍ଚାସିନ ଥିଲେ l
କଣ୍ଠଶିଳ୍ପୀ ସୁଜ୍ଞାନୀ ମହାପାତ୍ର ଗୋଟିଏ ପରେ ଗୋଟିଏ ମନଛୁଆଁ ସଂଗୀତ ଗାନ କରି ଉପସ୍ଥିତ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ସେହିପରି କୋରିଅ ଗ୍ରାଫର ଜୀବନ ମହାରଣା, ଅଳକା ସାହୁ ଙ୍କ ଦ୍ୱାରା ବାଘନାଚ, ରଣପା, ସମ୍ବଲପୁରୀ,ଲୋକ କଳା ନୃତ୍ୟରେ ଦୁଲୁକିଥିଲା ମଞ୍ଚ, l ଏହା ଦେଖିବା ପାଈଁ ଲକ୍ଷlଧିକ ଲୋକଙ୍କ ସମାଗମ ହୋଇଥିଲା l ଜିଲ୍ଲା ପ୍ରଶାସନ ର ସହଯୋଗ ଓ ଗଞ୍ଜାମ ଆଇଆଇସି ସୁମିତ୍ରା ପାତ୍ରଙ୍କ ତତ୍ୱାବଧାନ ରେ ଶାନ୍ତିଶୃଙ୍ଖଳା ପାଈଁ ବ୍ୟାପକ ବନ୍ଦୋବସ୍ତ କରାଯାଇଥଲା l

Leave a Reply

Your email address will not be published. Required fields are marked *