ଚଣ୍ଡିଖୋଲର “DU” ସ୍କୁଲ୍ ପ୍ରତିଷ୍ଠାତା ଙ୍କ ବିୟୋଗ

ଚଣ୍ଡୀଖୋଲ ୧୦/୯(କ.ବ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ)

ଚଣ୍ଡିଖୋଲ ସ୍ଥିତ ଧନେଶ୍ଵର – ଉମାକାନ୍ତ ( ଡି ୟୁ) ପବ୍ଲିକ ସ୍କୁଲ  ର ପ୍ରତିଷ୍ଠାତା ତଥା ମହାବିନାୟକ ଏଜୁକେଶ୍ ନାଲ୍ ୱେଲଫେୟାର୍ ଟ୍ରଷ୍ଟ ର ଅଧ୍ୟକ୍ଷ ଇଁ ଧନେଶ୍ଵର ମହାପାତ୍ର(୮୮)ଙ୍କ ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା କାରଣରୁ ନିଜ ବାସଭବନରେ ଗତ କାଲି ବିଳମ୍ବିତ ରାତିରେ ବିୟୋଗ ଘଟିଛି। ସ୍ବର୍ଗତ ଧନେଶ୍ୱର ମହାପାତ୍ର ନଗର ଉନ୍ନୟନ ବିଭାଗ ର ମୁଖ୍ୟ ଯନ୍ତ୍ରୀ ଭାବେ ନିଜର ବୃତ୍ତି ଗତ ଜୀବନ ଅତିବାହିତ କରିବା ସହ ଅବସର ଗ୍ରହଣ ପରେ ନିଜ ସାନ ଭାଇ ଯାଜପୁର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍ ସ୍ବର୍ଗତ ଉମାକାନ୍ତ ମହାପାତ୍ର ଙ୍କ ସହିତ ମିଶି ଗ୍ରାମାଞ୍ଚଳ ରେ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ଚଣ୍ଡିଖୋଲ ସ୍ଥିତ ଡ଼ିୟୁ ପବ୍ଲିକ ସ୍କୁଲ ଗଠନ କରିଥଲେ। ଯାହା ଆଜି ଯାଜପୁର ଜିଲ୍ଲାର ଅଗ୍ରଣୀ ଶିକ୍ଷା ନୁଷ୍ଟାନ ଭାବେ ପରିଚିତ ହୋଇ ପାରିଛି। ସ୍ବର୍ଗତ ମହାପାତ୍ରଙ୍କ ମର ଶରୀର ଆଜି ଭୁବନେଶ୍ୱରରୁ ଆସି ଡିୟୁ ସ୍କୁଲ ପରିସରରେ ପହଞ୍ଚିଲା ପରେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ, ଛାତ୍ର ଛାତ୍ରୀ ମାନେ ମର ଶରୀର ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ ନିକଟସ୍ତ ସୁଙ୍ଗୁଡ଼ା ଗ୍ରାମରେ ମର ଶରୀର ପହଞ୍ଚିଲା ପରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ତାଙ୍କର ଶବା ଧାରରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ବଡଚଣା ବିଧାୟକ ଅମର ନାୟକ,ପୁର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, ସୀତାକାନ୍ତ ମହାପାତ୍ର, ଶିକ୍ଷାବିତ୍ ଡ ପ୍ରିୟନାଥ ମହାପାତ୍ର,ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା, ଡ ସୁଧିର ଚନ୍ଦ୍ର ସାମଲ, ଡ ଵିଧୁ ଭୂଷଣ ପଣ୍ଡା, ଡ ବିଜୟ କୁମାର ଶତପଥି, ଡ ତୁହିନାଂଶୁ ରଥ  ପ୍ରଶାନ୍ତ କୁମାର ସାହୁ , ପ୍ରଦୀପ କୁମାର ଧଳ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିଚନ୍ତି। ଗ୍ରାମ ଶ୍ମଶାନ ରେ ଶବ ସତ୍କାର କରାଯାଇଥିଲା। ଜ୍ୟେଷ୍ଠ ପୁତ୍ର ଇ ସତ୍ୟଜିତ ମହାପାତ୍ର ମୁଖାଗ୍ନି ଦେଇଥିଲେ।

Leave a Reply

Your email address will not be published. Required fields are marked *