
ଚଣ୍ଡିଖୋଲ,୮/୯(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ଆଜି ଚଣ୍ଡିଖୋଲ ଛକ ଠାରେ ଓଡିଶା ଜନତା କଂଗ୍ରେସ ଦଳ ପକ୍ଷରୁ ସଂଶୋଧିତ ଖଣି ଓ ଖଣିଜ ଜାତ ଦ୍ରବ୍ୟ ବିକାସ ଓ ନିୟନ୍ତ୍ରଣ ଆଇନ୍ ବିରୁଦ୍ଧରେ ଏକ ପ୍ରତିବାଦ ସଭା ଅନୁଷ୍ଟିତ ହୋଇଯାଇଛି। ଯାଜପୁର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ପ୍ରତିବାଦ ସଭାରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ଜନତା କଂଗ୍ରେସ ଦଳର ପ୍ରତିଷ୍ଠାତା ସଭାପତି ମହମ୍ମଦ ମୋକିମ୍ ଯୋଗଦେଇ,ଖଣିଜ ପଦାର୍ଥ ଜଙ୍ଗଲ, ଜଳ, ପର୍ଯ୍ୟଟନ ସହିତ ମାନବ ସମ୍ବଳରେ ପରିପୂର୍ଣ୍ଣ ରାଜ୍ୟକୁ ପିଜେପି ଲୁଟ କରୁଛି। ସଂସଦରେ କୌଣସି ଆଲୋଚନାରେ କେନ୍ଦ୍ର ସରକାର ଏକ ପାଖିଆ ଭାବରେ ଏମ୍ ଏମ୍ ଡି ଆର୍ ଆଇନ୍ ପାରିତ କରି ସମ୍ବିଧାନକୁ ହତ୍ୟା କରିଛି। ଏହି କଳା ଆଇନ୍ ଦ୍ବାରା ଓଡ଼ିଶା ଏକ ଲକ୍ଷ୍ୟ କୋଟି ବକେୟା ପ୍ରାପ୍ୟ ହରାଇବା ସହିତ ବାର୍ଷିକ ୧୨ହଜାର କୋଟି ଟଙ୍କା ହରାଇବ। ଖଣି ଅଞ୍ଚଳ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିବ, ରାଜ୍ୟ କୌଣସି ସେସ ଟିକସ ଆଦାୟ କରି ପାରିବ ନାହିଁ। ଖଣି, ପାଣି ଜଙ୍ଗଲ ଉପରେ ଆଦିବାସୀ ମାନଙ୍କ କୌଣସି ଅଧିକାର ରହିବ ନାହିଁ। କେନ୍ଦ୍ର ଓ କର୍ପୋରେଟର ସଂସ୍ଥା ମାନେ ଲାଭବାନ ହେବା ସହିତ ମନଇଛା ଖଣି ଖନନ ଦ୍ଵାରା ପ୍ରାକୃତିକ ସମ୍ପଦ ଗଭୀର ଭାବେ ପ୍ରଭାବିତ ହେବ ବୋଲି କହିବା ସହିତ କଂଗ୍ରେସ୍, ବିଜେଡି, ବିଜେପି ସଲାସୂତରା ହୋଇ କେନ୍ଦ୍ର ବିରୁଦ୍ଧରେ ପଦେ ହେଲେ ମୁହଁ ଖୋଲୁ ନାହାନ୍ତି ବୋଲି ମୋକୀମ ଅଭିଯୋଗ କରିଥଲେ। ଏହି ରାଜ୍ୟ ସ୍ୱାର୍ଥ ବିରୋଧି କଳା ଆଇନ୍ ପ୍ରତ୍ୟାହାର ନ କରନ୍ତି ଓଜେସି ଏହାର ଜୋରଦାର ବିରୋଧ କରିବ। ଏହି ଆନ୍ଦୋଳନ ଆଜି ଚଣ୍ଡିଖୋଲ ରୁ ଆରମ୍ଭ ହେଲା, ଆଗାମୀ ଦିନରେ ଏହା ସମଗ୍ର ରାଜ୍ୟରେ
ଜୋରଦାର କରିବାକୁ ଚେତାବନୀ ଦେଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଉପ ସଭାପତି ନିକୁଞ୍ଜ ପଶାୟତ, ଗିରି ବାଳା ବେହେରା, ମିଡିଆ ସେଲ ଅଧ୍ୟକ୍ଷ, ପ୍ରଶାନ୍ତ ଶତପଥି, ସେବା ଦଳ ଅଧ୍ୟକ୍ଷ ମନୋଜ କୁମାର ଜେନା, ଯୁବ ସଭାପତି ଆର୍ଯ୍ୟବୀର ଲେଙ୍କା, ରାଜ୍ୟ ସାଧାରଣ ସଂପାଦକ ସଂଜୟ କୁମାର ରାୟ,ସମ୍ପାଦକ ଦିଲ୍ଲୀପ କୁମାର ରାଉତ,ବଡଚଣା ବ୍ଲକ୍ ସଭାପତି ସୁରେଶ ଚନ୍ଦ୍ର ସାହାଣୀ, ବରିଷ୍ଟ ସଭ୍ୟ ପ୍ରଦୀପ କୁମାର ଧଳ, କୃଷକ ମୋର୍ଚ୍ଚା ସଭାପତି ସଂଗ୍ରାମ ମାଝୀ, ଶୈଳବାଳା ଜେନା, ପ୍ରଦୀପ କୁମାର ପ୍ରଧାନ, ମୁଜିବର୍ ରହମାନ, ସଂଗ୍ରାମ ରାୟ ସୋମନାଥ ରାଉତ, ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାର ତୁରନ୍ତ ଏହି ଆଇନ୍ ପ୍ରତ୍ୟାହାର କରିବାକୁ ଦାବୀ କରିଛନ୍ତି। ସଭା ଶେଷରେ ରାଜ୍ୟ ସଭାପତି ମହମ୍ମଦ ମକିମ୍ ଙ୍କ ନେତୃତ୍ବରେ ଶହ ଶହ ଓଜେସି କର୍ମୀ ଚଣ୍ଡିଖୋଲ ୧୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଥଲେ। ଫଳରେ ଶହ ଶହ ଗାଡ଼ି ମଟର ଅଟକି ରହିଥିଲା। କିଛି ସମୟ ପରେ ରାସ୍ତା ଅବରୋଧ ହଟିଲା ପରେ ଗାଡ଼ି ମଟର ଯାତାୟାତ ସ୍ଵାଭାବିକ ହୋଇଥଲା।