
ଚଣ୍ଡିଖୋଲ,୧୨/୯(କ.ଵ୍ୟୁ) (ପ୍ରଶାନ୍ତ ଜେନାଙ୍କ ରିପୋର୍ଟ) ମଣିଷ ପୃଥିବୀରେ ଅନ୍ୟ ସମସ୍ତ ପ୍ରାଣୀ ଠାରୁ ଶ୍ରେଷ୍ଠ ବୋଲି ପରିଗଣିତ ହେବାର ମୂଳ କାରଣ ତାହାର ଶାରୀରିକ ଶକ୍ତି ନୁହେଁ, ବରଂ ଚିନ୍ତନ ଶକ୍ତି, ବିବେକ, ଯୁକ୍ତିବୋଧ ଏବଂ ନୂତନ ଜ୍ଞାନ ଅର୍ଜନ କରିବାର ଅଦ୍ୟମ ଆଗ୍ରହ। ବିଜ୍ଞାନ କୌଣସି ତଥ୍ଯ କୁ ଅନ୍ଧ ଭାବରେ ଗ୍ରହଣ କରେନାହିଁ, ପରୀକ୍ଷା ଓ ପ୍ରମାଣ ଆଧାରରେ ନିଷ୍କର୍ଷରେ ପହଞ୍ଚେ। ବିଜ୍ଞାନ ମଣିଷକୁ ପ୍ରକୃତିର ନିୟମ ବୁଝାଇବାକୁ ଶିଖାଇଛି, ଅଲୌକିକ ଭୟରୁ ମୁକ୍ତ କରିଛି ଅବଂ ଆତ୍ମ ବିଶ୍ବାସୀ କରିଛି ବୋଲି କହିବା ସହିତ ବିଜ୍ଞାନକୁ ସମଗ୍ର ବିଶ୍ଵରେ ପ୍ରଚାର ପ୍ରସାର କରିବା ତାଙ୍କର ଉଦ୍ୟମ ପ୍ରଶଂସନୀୟ,।ଏଥି ସହିତ ବିଶ୍ୱରେ ଭାରତକୁ ସାମରିକ କ୍ଷେତ୍ରରେ ଶକ୍ତିଶାଳୀ କରିବା ସହିତ ଭାରତକୁ ଗୁମ୍ଫାରୁ ମହାକାଶ ପର୍ଯ୍ୟନ୍ତ ପହଞ୍ଚାଇଛି। ସାମ୍ରତିକ ସମୟରେ କୂତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ଵରେ ନିଜର କାୟା ବିସ୍ତାର କରୁଥିବା ବେଳେ ଏବେ ଆଉ ଜଣେ କାଲାମ ଙ୍କ ଅନ୍ୱେଷଣରେ ଭାରତବାସୀ ଅଛନ୍ତି ବୋଲି ଧାନମଣ୍ଡଳ ସ୍ଥିତ ହୋଲି ଯେଶସ୍ ପବ୍ଲିକ ସ୍କୁଲ ଠାରେ ଆୟୋଜିତ ବିଜ୍ଞାନ ପ୍ରଦର୍ଶନୀ କୁ ଉଦ୍ଘାଟନ କରି ବିଦ୍ୟାଳୟର ଅଧ୍ୟକ୍ଷା କାମିନୀ ନାୟକ ମତ ବ୍ୟକ୍ତ କରିଛନ୍ତି। କଠିନପରିଶ୍ରମ,ନିରନ୍ତର ଅଧ୍ୟୟନ ହିଁ ଲକ୍ଷ୍ୟସ୍ଥଳ ପହଞ୍ଚାଇ ପାରିବ ବୋଲି କହିବା ସହିତ ଏହି ବିଜ୍ଞାନ ପ୍ରଦର୍ଶନୀ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ବୃଦ୍ଧି କରିବାରେ ସହାୟକ ହେବ। ଏହି ବିଜ୍ଞାନ ପ୍ରଦର୍ଶନୀ ରେ ୯୦ଟି ବିଭିନ୍ନ ପ୍ରକାରର ପ୍ରକଳ୍ପ ପ୍ରଦର୍ଶିତ ହୋଇଥଲା। ବିଚାରକ ଭାବେ ବାଲିଚଦ୍ର ପୁର ସ୍ଥିତ ସାହାସପୁର ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଆଶିଷ କୁମାର ମହାପାତ୍ର, ଓ ବଡଚଣା ସ୍ଥିତ ସାଇ ଶ୍ରିଷ୍ଟି ଆବାସିକ ବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ଅଧ୍ୟାପକ ରଂଜନ କୁମାର ତାରାଇ ପ୍ରଦର୍ଶନୀ ବୁଲି ଦେଖିବା ସହିତ ମୂଲ୍ୟାୟନ କରିଥଲେ।ବିଦ୍ୟାଳୟର ପ୍ରସାସନିକ ମୁଖ୍ୟ ଦେବାଶିଷ ନାୟକ ଓ ଚନ୍ଦନ କୁମାର ନାୟକ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଟିତ ବିଜ୍ଞାନ ପ୍ରଦର୍ଶନୀକୁ ଶୁଭଶ୍ରୀ ବେହେରା, ରେଷ୍ମା ପର୍ବିନ, ଅନୁସ୍ଵୟା ଦାସ ଚିରଞ୍ଜିବୀ ଜେନା ପୁନମ୍ ଭାରତୀ, ମୌସୁମୀ ଦାସ ସଂଜୟ ରାଉତ,ଲକ୍ଷ୍ମୀଧର ମଲ୍ଲିକ, ସୁଭାଷିନୀ ମଲ୍ଲିକ, ସୁଭାଷିନୀ ଦାସଯାଦବ, କ୍ରିଷ୍ଣା ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଶିଶୁ ମେଳା ଉତ୍ସବରେ ପୁରସ୍କୃତ କରାଯିବ।