ବାଃ ବାଃ ରେ କବିତା

ତୁ ମୋ ମନର କବିତା
ତୁ ମୋ ମନର କବିତା
ତୋତେ ଲେଖି ବସିଲେ
ଏ ମନରୁ ଦୂରେଇ ଯାଏ
ସକଳ ଦୁଶ୍ଚିନ୍ତା
ବାଃ ବାଃ ରେ କବିତା ——–
କଲମ ଧରିବା ଛାଡ଼ି ଦେ଼ଇ ଥିଲି
ଆସିଲୁ ତୁ ଧାଇଁ ଧାଇଁ
କାନେ କାନେ ମୋର
ବଖାଣି ବସିଲୁ
ପିଲା ଦିନର ସେ ଗାଥା
ବାଃ ବାଃ ରେ କବିତା ——-
ମରୁ ହୃଦୟ ରେ
ସିଞ୍ଚିଲୁ ତୁ ପାଣି
ସୁସ୍କ ଜୀବନେ ଦେଲୁ
ମଧୁର ରାଗିଣୀ
ଏବେ ତୋ ବିନା ମୋ
ଜୀବନ ଅଧା
ବାଃ ବାଃ ରେ କବିତା ——–
ତୋ ପାଇଁ ବଞ୍ଚିଛି
ତୋ ପାଇଁ ହସୁଛି
ତୋ ପାଇଁ ଚାଲିଛି ଆଜି
ତୁ ମୋର କଳା କହ୍ନେଇ ସାଜିଛି
ମୁଁ ତୋ ବିରହିଣି ରାଧା
ବାଃ ବାଃ ରେ କବିତା ——
ଥିବା ଯାଏ ଜୀବ
ଥିବୁ ମୋ ପାଖରେ
ଏତିକି କାମନା ମୋର
ତୋତେ ଲେଖିବାରେ
ତୋତେ ପଢ଼ିବାରେ
ଲଙ୍ଘିବି ମୁଁ ସବୁ ବାଧା
ଲଂଘିବି ମୁଁ ସବୁ ବାଧା
ବାଃ ବାଃ ରେ କବିତା ——-

ନିରୁପମା ସ୍ୱାଇଁ
ବାରିପଦା

Leave a Reply

Your email address will not be published. Required fields are marked *