ଦଶ ବର୍ଷ ପୁର୍ତ୍ତ ଅବସରରେ କେସିଙ୍ଗା ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆଲୋଚନା ଚକ୍ର,

Kesinga ତା 16.02.25

କଳାହାଣ୍ଡି ଜିଲ୍ଲା କେସିଙ୍ଗା ସଚେତନ ନାଗରିକ ମଞ୍ଚର ୧୦ ବର୍ଷ ପୂର୍ତ୍ତି ଅବସରରେ ମଞ୍ଚ ତରଫରୁ ଅଞ୍ଚଳର ବିକାଶ ନିମନ୍ତେ ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଏକ ସ୍ବତନ୍ତ୍ର ମାର୍ଗଦର୍ଶକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ମଞ୍ଚର କର୍ମକର୍ତ୍ତା, ସହର ତଥା ଗ୍ରାମାଞ୍ଚଳର ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାମାନେ ଯୋଗ ଦେଇ ନିଜର ମୂଲ୍ୟବାନ ମତାମତ ରଖିଥିଲେ। ସାଧାରଣତଃ ଏହି ଆଲୋଚନା ଚକ୍ରରେ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ପାଇଁ ଉପସ୍ଥିତ ବୁଦ୍ଧିଜୀବୀ ମାନଙ୍କ ପରାମର୍ଶ ନିଆଯାଇଥିଲା। ଏଥିରେ କୋଣାର୍କ ସୂତାକଳ, ରେଲୱେ, ବାଇପାସ୍ ରାସ୍ତା, ସରକାରୀ ମେଡ଼ିକାଲକୁ ଉପଖଣ୍ଡୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା, କେସିଙ୍ଗା ଏନ୍ଏସିକୁ ପୌରପାଳିକାରେ ପରିବର୍ତ୍ତନ କରିବା ଆଦି ବିଭିନ୍ନ ଦାବି ନେଇ ଆଲୋଚନା ହୋଇଥିଲା ବେଳେ ଦଳମତ ନିର୍ବିଶେଷରେ ବିଶେଷ ଗୁରୁତ୍ବାରୋପ କରି ପୁନଃ କେସିଙ୍ଗା ବିଧାନସଭା ଆସନ ପାଇଁ ଦାବି ଉତ୍ଥାପନ ହୋଇଥିଲା। ଯଦି ସରକାର କେସିଙ୍ଗା ବିଧାନସଭା ଆସନ ପାଇଁ ରାଜି ନ ହୁଅନ୍ତି ତେବେ ଅଞ୍ଚଳର ସମସ୍ତ ସାମାଜିକ ସଂଗଠନ ଏକଜୁଟ ହୋଇ ସଚେତନ ନାଗରିକ ମଞ୍ଚ ବ୍ୟାନରରେ ତୀବ୍ର ଆନ୍ଦୋଳନ ପାଇଁ ମତ ପ୍ରକାଶ ପାଇଥିଲା। ମଞ୍ଚର ସଭାପତି ଉତ୍ତର ମହଲା ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ମଞ୍ଚର ସାଧାରଣ ସଂପାଦକ ଟିକେମନ ଦୀପ ଆଲୋଚନା ଚକ୍ର ପରିଚାଳନା କରିଥିଲେ। ଉପସଭାପତି ରାମଜୀ ମାତଖଣ୍ଡିଆ, ସରିତା ସିନ୍ଦୁର, ଗୀତାଞ୍ଜଳି ବରିହା, ରାମ କୁମାର ଜୈନ, ଚିତ୍ତ ରଞ୍ଜନ ଭୋଇ, ଗୁରୁ ପ୍ରସାଦ ବଗର୍ତ୍ତୀ, ରୋହିତ ଭୋଇ, ସୁରେଶ ଅଗ୍ରୱାଲ, କୈଳାସ ଜୈନ, କେଶବ ଭୋଇ, ରଙ୍ଗଲାଲ ଜୈନ, ଗୋପାଳ ପ୍ରସାଦ ଅଗ୍ରୱାଲ, ନାରାୟଣ ସିଂହ, ଅନିଲ ଜୈନ, ଜଗଦୀଶ ଅଗ୍ରୱାଲ, ରାମଲାଲ ସୁନାନୀ, ଶତ୍ରୁଘ୍ନ ନାଏକ, ଚନ୍ଦନ ସେନାପତି, ପ୍ରିତେଶ ପଟେଲ, ଅନଙ୍ଗ ତାଣ୍ଡି ପ୍ରତାପ ବାଗ, ଖଗେନ୍ଦ୍ର ଭୋଇ, ପାନଲାଲ ବେମାଲ, ଯଜ୍ଞସେନ ସାହୁ, ନଳିନ ପଟନାଏକ, ରମେଶ ପଟନାଏକ, ରମାକାନ୍ତ ଜେନା, ଦୟାସାଗର ସାହା, ପ୍ରମିଳା ଷଡ଼ଙ୍ଗୀ, ସଚିନ ଜୈନ, ରଘୁରାଜ ସିଂହ, ଚିନୁ ଜୈନ, ହରି ଶଙ୍କର ଭୋଇ, କୃପାସିନ୍ଧୁ ନାୟକ, ଦୀନେଶ ଭୋଇ, ସନ୍ଦୀପ ବାନାର୍ଜୀ
ଧନ୍ୟବାଦ ଅର୍ପଣ ଗୋବିନ୍ଦ ବନଛୋର

କେସିଙ୍ଗା ରୁ ପ୍ରୀତେଶ ପଟେଲ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *