ଦୁଗୁଧା ଆମ ଗାଁ ଭାଗବତ ଟୁଙ୍ଗିର ଷଷ୍ଠ ପ୍ରତିଷ୍ଠା ଉତ୍ସବ ଓ ଭାଗବତ ଜନ୍ମ ପାଳିତ


ବାରିପଦା -ଉଦଳା,ତା୨୬/୦୯/୨୦୨୬(କ: ବ୍ଯୁ)
ଅତିବଡ଼ି ଜଗନ୍ନାଥ ଦାସଙ୍କ ଦ୍ୱାରା ରଚିତ ଓଡ଼ିଆ ଭାଗବତ ଓଡ଼ିଆ ଜନଜୀବନର ମାର୍ଗଦର୍ଶକ, ପରିଚୟ ଓ ଜ୍ଞାନର ଅସୀମ ଭଣ୍ଡାର। ପବିତ୍ର ଇନ୍ଦୁ ପୂର୍ଣ୍ଣିମା ଅବସରରେ ଦୁଗୁଧା ଗ୍ରାମର ‘ଆମ ଗାଁ ଭାଗବତ ଟୁଙ୍ଗି’ ପକ୍ଷରୁ ଷଷ୍ଠ ପ୍ରତିଷ୍ଠା ଉତ୍ସବ ଓ ପବିତ୍ର ଭାଗବତ ଜନ୍ମ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ଏହି ଅବସରରେ ଦିଅ ନଦୀରେ ଘଟୋତ୍ତୋଳନ କରାଯାଇଥିଲା। ପରେ ଭାଗବତ ଟୁଙ୍ଗି ପରିସରରେ ପାରମ୍ପରିକ ରୀତିନୀତି ଅନୁଯାୟୀ ହୋମଯଜ୍ଞ ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ଏହି ପବିତ୍ର ଉତ୍ସବରେ ଗ୍ରାମବାସୀଙ୍କ ପାଇଁ ପ୍ରସାଦ ସେବନର ସୁବ୍ୟବସ୍ଥା କରାଯାଇଥିଲା।

ଭାଗବତର ଦିବ୍ୟ ଜ୍ଞାନ, ଭକ୍ତି ଓ ଆଧ୍ୟାତ୍ମିକ ଚେତନାକୁ ଜନଜୀବନରେ ଉଜ୍ଜୀବିତ କରିବା ସହ ସମସ୍ତଙ୍କୁ ସତ୍ୟ, ଧର୍ମ ଓ ମାନବିକତାର ପଥରେ ଆଗେଇ ନେବା ଉଦ୍ଦେଶ୍ୟରେ ଗ୍ରାମବାସୀ ଏକଜୁଟ ହୋଇ ଏହି ଉତ୍ସବରେ ସାମିଲ ହୋଇଥିଲେ।

ଉତ୍ସବର ସଫଳ ଆୟୋଜନରେ ଚିତ୍ତରଞ୍ଜନ ନାୟକ, ସୁଶାନ୍ତ ଦାସ, ସତ୍ଯେନ୍ଦୁ ଜେନା, ଦୁଷ୍ମନ୍ତ ବେହେରା, ସୁଶାନ୍ତ ସାମଲ, କୈଳାସ ମହାକୁଡ଼, ସୁକାନ୍ତ ଜେନା, ପ୍ରତାପ ଧୁଙ୍ଗିଆ, ପ୍ରଣବ ମହାପାତ୍ର, ଭଗବତୀ ଜେନା, ମମତା ବିଶ୍ୱାଳ, ଇଶ୍ୱର ବେହେରା, ଆଦିକନ୍ଦ ଧୁଙ୍ଗିଆ,ସୁଷମା ଦାସ,କନକଲତା ନାୟକ,ପରିସ୍ମିତା ଦାସ, ପ୍ରମିଳା ନାୟକ,ମିଲି ନାୟକ, ଗୋବିନ୍ଦ ନାୟକ,ସୁଦର୍ଶନ ନାୟକ,ପ୍ରମୁଖ ସହଯୋଗ କରିଥିଲେ। ଉଦଳା ବିଧାୟକ ଭାସ୍କର ମଡ଼େଇମଧ୍ୟ ପରିଦର୍ଶନ ରେ ଆସି ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି।ଗ୍ରାମବାସୀଙ୍କ ସାମୂହିକ ସହଯୋଗ ଓ ଭକ୍ତିମୟ ପରିବେଶ ମଧ୍ୟରେ ଉତ୍ସବଟି ସମ୍ପନ୍ନ ହୋଇଥିଲା।
ଦୀନବନ୍ଧୁ ବାରିକ
(ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *