କଟକ : ମଣିଷ ଶରୀରରେ ଦିନରାତି ରକ୍ତ ସଫା କରୁଥିବା ଓ ଅଦରକାରୀ ରକ୍ତକୁ ବାହାର କରୁଥିବା କିଡ୍ନୀକୁ ରକ୍ଷା କରିବା ସହିତ ଏହାକୁ ଖରାପ ହେବାକୁ ନ ଦେବା ପାଇଁ ଆୟୁର୍ବେଦରେ ଉଚ୍ଚମାନର ଚିକିତ୍ସା ରହିଛି ବୋଲି ଓଡ଼ିଶା ଆୟୁର୍ବେଦ ସେବାସଂସ୍ଥାର ଅଧ୍ଯକ୍ଷ ତଥା ଡିଲିଟ୍ ପ୍ରାପ୍ତ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ହୋଟେଲ ଶୀତଳ ସଭାଗୃହରେ ଆୟୋଜିତ ରାଜ୍ୟସ୍ତରୀୟ ଆଲୋଚନା ଚକ୍ର ଓ କର୍ମଶାଳାରେ ମତ ପ୍ରକାଶ କରିଛନ୍ତି । ହିମାଳୟ ସାସ୍ଥ୍ୟ ସଂସ୍ଥା ପକ୍ଷରୁ ଆୟୋଜିତ ଏବଂ ପ୍ରସ୍ତୁତ ‘ରେନୋସେ ’ ଔଷଧରେ ସାଲାକି, ରସୁଣ, ଜୁଆଣି ଓ ମହାନିମ୍ବ ଥୁବାରୁ ଏହା କିଡ୍ନୀକୁ ଶୋଧନ କରି ରକ୍ଷା କରିବାରେ ସହାୟତା କରୁଛି ବୋଲି ଡାକ୍ତର ମହାରଣା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଔଷଧ ଗବେଷକ ଅଙ୍କିତା ଦାସ, କୁମାର ରଞ୍ଜନ, ବିମଳ ରାଉତ, ପ କର୍ମ ବିଶେଷଜ୍ଞ ଡାକ୍ତର ଦିବ୍ୟଜ୍ୟୋତି ମହାରଣା, ଜିଲ୍ଲା ମୁଖ୍ୟ ଆୟୁର୍ବେଦ ଅଧିକାରୀ ଡାକ୍ତର ସସ୍ମିତା ଗୁମାନ ସିଂ, ଡାକ୍ତର ରାଧାକାନ୍ତ ସାହୁ, ଡାକ୍ତର ମିନତି ମହାରଣା, ଡାକ୍ତର ରୀତା ସାହୁ, ଡାକ୍ତର ମିନର୍ଭା ପ୍ରଧାନ, ଡାକ୍ତର ଦିବ୍ୟରଞ୍ଜନ ସାହୁ, ଡାକ୍ତର ସୁଭଦ୍ରା ବେହେରା, ଡାକ୍ତର ଅର୍ମାନ୍, ଡାକ୍ତର ସାଇନା, ଡାକ୍ତର ମାନସ ପ୍ରମୁଖ ଯୋଗଦେଇ କିଡ୍ନୀ ରୋଗକୁ ଜାଣିବା ପାଇଁ ରକ୍ତର ଇ.ଜି.ଏଫ୍.ଆର ଓ ପରିସ୍ରାର ୟୁ.ଏ.ସି.ଆର ପରୀକ୍ଷା କରିବାକୁ ପରାମର୍ଶ ଦେଇଥିଲେ ।