ପୂର୍ଣ୍ଣିମା ଫାଉଣ୍ଡେସନ ପକ୍ଷରୁ ଯନ୍ତ୍ରୀ ଦିବସ ପାଳିତ, ଇଂ ଦିଲ୍ଲୀପଙ୍କୁ ସମ୍ବର୍ଦ୍ଧିତ


କଟକ ୨୧/୯ ଭାରତରତ୍ନ ଏମ୍ ବିଶ୍ବେଶ୍ବରୀୟାଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ କଟକ ସ୍ଥିତ ପୂର୍ଣ୍ଣିମା ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଯୋବ୍ରା ମ୍ୟାରୀଟାଇମ୍ ମ୍ୟୁଜିୟମର ସମ୍ମିଳନୀ କକ୍ଷରେ ଏକ ସମ୍ବର୍ଦ୍ଧିନା ସଭା ଅନୁଷ୍ଠିତ ହୋଇଥିଲ । ଫାଉଣ୍ଡେସନର ସଭାପତି ପ୍ରମୋଦ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ପରିଚାଳତ ଏହି ସମ୍ବର୍ଦ୍ଧନା ସଭାରେ ଝାଡ଼ଖଣ୍ଡ ହାଇକୋର୍ଟର ପୂର୍ବତନ ବିଚାରପତି ବିଦ୍ୟୁତ ରଞ୍ଜନ ଖଡଙ୍ଗୀ ମଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ଚଳିତ ବର୍ଷର ଶ୍ରେଷ୍ଠ ଯନ୍ତ୍ରୀ ଭାବେ ରାଜ୍ୟ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ସହିତ ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନାୟକ, ଇଂ ସୁବ୍ରତ ସାହୁ, ପ୍ରଫୁଲ୍ଲ କୁମାର ବେହେରା,ଓ ପ୍ରଜ୍ଞା କରଙ୍କୁ ସମ୍ମାନିତ କରାଯାଇଥିଲା। ସମ୍ପାଦକ ଆଲୋକ ଭୂୟାଁ ଙ୍କ ପରିଚାଳିନାରେ ଅନୁଷ୍ଠିତ ଏହି ସମାବେଶରେ ବାରବାଟୀ କଟକ ବିଧାୟିକା ସୋଫିଆ ଫିରଦୋଷ୍, ସମ୍ବାଦ କଟକ ମୁଖ୍ୟ କୃଷ୍ଣପ୍ରସାଦ ଦାସ, ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ କୁମାର ମହାନନ୍ଦ ଯୋଗଦେଇ ଥିବା ବେଳେ ପର୍ଶୁରାମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *