
କଟକ, ୨୨।୦୯ : କଟକ ସହରର ବିଭିନ୍ନ ପୂଜା ମଧ୍ୟରେ ଚାଉଳିଆଗଞ୍ଜର ଖୁଦୁରୁକୁଣୀ ପୂଜାର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ଏହି ପରିପ୍ରେକ୍ଷୀରେ କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମଙ୍ଗଳବାର ଅପରାହ୍ନରେ ଚାଉଳିଆଗଞ୍ଜ ଅଞ୍ଚଳର ବିଭିନ୍ନ ଖୁଦୁରୁକୁଣୀ ପୂଜାମଣ୍ଡପ ପରିଦର୍ଶନ କରି ମା’ଙ୍କ ଦର୍ଶନ କରିଥିଲେ।
ଶ୍ରୀ ବିଶ୍ୱାଳ ଚାଉଳିଆଗଞ୍ଜ ତଳସାହି, ମଠସାହି, ମଙ୍ଗଳାସାହି, ଥଟାରିସାହି, ଅପର୍ଣ୍ଣାନଗର ସମେତ ବିଭିନ୍ନ ସ୍ଥାନରେ ଆୟୋଜିତ ଖୁଦୁରୁକୁଣୀ ପୂଜାମଣ୍ଡପ ବୁଲି ଦେଖିଥିଲେ। ଆସନ୍ତାକାଲି ଭସାଣି ଉତ୍ସବ ଥିବାରୁ ଶୋଭାଯାତ୍ରା କିଭଳି ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମାପନ ହେବ, ସେ ସମ୍ପର୍କରେ ପୂଜା କମିଟିର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।
ପୂଜାମଣ୍ଡପ ପରିଦର୍ଶନ ସମୟରେ ୪୨ ନମ୍ବର ୱାର୍ଡର କର୍ପୋରେଟର ମୀନା ସାହୁ, ୪୩ ନମ୍ବର ୱାର୍ଡର କର୍ପୋରେଟର ପ୍ରମିଳା ମହାନ୍ତି, ବୈରବ ମହଲା, ଚନ୍ଦ୍ରକାନ୍ତ ସାହୁ, ଅଭିଜିତ ପାତ୍ର, ବଂଶୀଧର ପୃଷ୍ଟି, ଦୀପକ ସାହୁ, ଅରକ୍ଷିତ ସାହୁଙ୍କ ସମେତ ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ।