
କୋଲକାତା , ତା: ୨୨-୦୯-୨୦୨୬ : କୋଲକାତାର ” ଜାତୀୟ ପ୍ରଗତି ଅଭିଯାନ ” ସଂଗଠନ ତରଫରୁ ତା: ୨୨-୦୯-୨୦୨୬ (ମଙ୍ଗଳବାର) ପୂର୍ବାହ୍ନରେ ପବିତ୍ର ବଡ଼ ଏକାଦଶୀ ଶୁଭ ଦିବସରେ କୋଲକାତାସ୍ଥିତ ଉତ୍କଳ ଭବନରେ କୋଲକାତାର ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ଯ ପତ୍ରିକା : ଅଭିଯାନ ର ମୁଖ୍ଯ ସମ୍ପାଦକ ତଥା ବିଶିଷ୍ଟ ଲେଖକ ଶ୍ରୀ ଶମ୍ଭୁନାଥ ଦାସ, ଉତ୍କଳ ଭବନର ମ୍ଯାନେଜର ଶ୍ରୀ ସଞ୍ଜୟ କୁମାର ପ୍ରଧାନ, ଆନ୍ଧ୍ର ପ୍ରଦେଶ ସତ୍ଯସାଇ ସେବାଶ୍ରମର ପୁରୋଧା ତଥା କବି ପଣ୍ଡିତ ନିରଞ୍ଜନ ମିଶ୍ର ଏବଂ ପଶ୍ଚିମବଙ୍ଗ ଉପେନ୍ଦ୍ରଭଞ୍ଜ ଓଡ଼ିଆ ପ୍ରାଥମିକ ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ପଣ୍ଡିତ ଶ୍ରୀ ଦାମୋଦର ମିଶ୍ରଙ୍କ ମିଶ୍ରଙ୍କ ମଧ୍ଯରେ ଏକ ମଧୁର ସୌଜନ୍ୟମୂଳକ ସାକ୍ଷାତ ଏବଂ ସାରସ୍ବତ ଆଲୋଚନାଚକ୍ର ଭବ୍ଯ ଓ ଶାନ୍ତ ପରିବେଶରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଶ୍ରୀ ଶମ୍ଭୁନାଥ ଦାସ ସମସ୍ତଙ୍କୁ ” ଅଭିଯାନ ” ଓଡ଼ିଆ ସାହିତ୍ଯ ପତ୍ରିକା ଉପହାର ପ୍ରଦାନ କରିଥିଲେ । ପଣ୍ଡିତ ଶ୍ରୀ ନିରଞ୍ଜନ ମିଶ୍ର ତାଙ୍କର ଭନେଜୁଏଲା ବିଦେଶରେ ଆଧ୍ୟାତ୍ମିକ ଭାଷଣ ପରିବେଷଣ ପ୍ରସଙ୍ଗ ପ୍ରକାଶ କରିଥିବାବେଳେ ପଣ୍ଡିତ ଦାମୋଦର ମିଶ୍ର ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଛାତ୍ର-ଛାତ୍ରୀମାନଙ୍କର ଶିକ୍ଷା-ଦୀକ୍ଷାର ସଂସ୍କାରରେ ଯତ୍ନବାନ ହେବାର ଆବଶ୍ୟକତା ପ୍ରକାଶ କରିଥିଲେ । ମ୍ଯାନେଜର ଶ୍ରୀଯୁକ୍ତ ପ୍ରଧାନ ଉତ୍କଳ ଭବନର କାର୍ଯ୍ୟକ୍ରମ ଓ ଭୂମିକା ସମ୍ପର୍କରେ ଆଲୋକପାତ କରିବା ସହିତ ଅନ୍ୟମାନଙ୍କୁ ସଶ୍ରଦ୍ଧ ଆପ୍ଯାୟିତ ଓ ଧନ୍ୟବାଦ ଅର୍ପଣ କରିଥିଲେ ।