ଇକବାଲ ମଲ୍ଲିକ କଂଗ୍ରେସ ଦଳର ରାଜ୍ୟ ସମ୍ପାଦକ ନିଯୁକ୍ତ


ରାଜଗାଙ୍ଗପୁର: (କ.ବ୍ୟୁ.) ବରିଷ୍ଠ କଂଗ୍ରେସ ନେତା ଇକବାଲ ଅହମ୍ମଦ ମଲ୍ଲିକଙ୍କୁ ରାଜ୍ୟ କଂଗ୍ରେସ କମିଟିର ସମ୍ପାଦକ ନିଯୁକ୍ତ କରାଯାଇଛି। ଶ୍ରୀ ମଲ୍ଲିକଙ୍କ ନିଯୁକ୍ତି ଶୁକ୍ରବାର ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳଙ୍କ ଦ୍ୱାରା ପ୍ରକାଶିତ ରାଜ୍ୟ ପଦାଧିକାରୀଙ୍କ ତାଲିକାରେ ଘୋଷଣା କରାଯାଇଛି। ଗତ ୪୫ ବର୍ଷ ଧରି କଂଗ୍ରେସ ଦଳରେ ସକ୍ରିୟ ଥିବା ଇକବାଲ ମଲ୍ଲିକ ଦଳର ଶ୍ରମିକ ସଂଗଠନ, INTUCର ଜିଲ୍ଲା ସଭାପତି ଭାବରେ କାର୍ଯ୍ୟ କରିଛନ୍ତି ଏବଂ ବର୍ତ୍ତମାନ INTUC ରାଜ୍ୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଏବଂ ୨୦୨୨ ମସିହାରେ ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି। ତାଙ୍କୁ ବର୍ତ୍ତମାନ ଏହି ନୂତନ ଦାୟିତ୍ୱ ଦିଆଯାଇଛି। ତାଙ୍କ ନିଯୁକ୍ତିରେ ଖୁସି ପ୍ରକାଶ କରି ଇକବାଲ ମଲ୍ଲିକ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ରାହୁଲ ଗାନ୍ଧୀ, ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ଓଡ଼ିଶା ରାଜ୍ୟ କଂଗ୍ରେସ ପ୍ରଭାରୀ ଲାଲଜୀ ଦେଶାଇ, ରାଜଗାଙ୍ଗପୁର ବିଧାୟକ ଡାକ୍ତର ସି.ଏସ୍. ରାଜେନ ଏକ୍କା ଏବଂ ସମସ୍ତ ଦଳୀୟ କର୍ମୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *