ମିଳିତ ଶିକ୍ଷକ ସାମୁଖ୍ୟ ଦ୍ୱାରା ଗାଇସିଲେଟ ଉଚ୍ଚ ବିଦ୍ୟାଳୟରେ ଗୁରୁଦିବସ ପାଳନ ହେଲା

ଉପଖଣ୍ଡ ପଦ୍ମପୁର :-ତା 05-09-2026 ରିଖ (କ ବ୍ୟୁ )
ଅଖଣ୍ଡ ମଣ୍ଡଲାକାରମ ବ୍ୟାପ୍ତ ଯେନ ଚରାଚରମ,
ତଦ ପଦମ ଦର୍ଶିତମ ଯେନ ତସ୍ମଇଁ ଶ୍ରୀ ଗୁରବେ ନମଃ ll
ମିଳିତ ଶିକ୍ଷକ ସାମୁଖ୍ୟ ଗାଇସିଲେଟ ଆନୁକୂଲ୍ୟରେ ଆଜି ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ପି ଏମ ଶ୍ରୀ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ପବିତ୍ର ଗୁରୁ ଦିବସ ପ୍ରଥମ ଭାବେ ପାଳନ ହୋଇଯାଇଛି l ଏହି ଅବସରରେ ନୂତନ ” ଶିକ୍ଷକ ଭବନ ” ଶିଳାନ୍ୟାସ କାର୍ଯ୍ୟକ୍ରମ ମଧ୍ୟ ହୋଇଯାଇଛି ଓ ସଭାପତି ବି. ଇ. ଓ. ରାମ ଲାଲ ବରିହାଙ୍କ ଆହ୍ୱାନ କ୍ରମେ ମୁଖ୍ୟ ଅତିଥି ସମିତି ଅଧ୍ୟକ୍ଷ ଶ୍ରୀ ପ୍ରଣୟ ସାହୁ,ବି. ଡି. ଓ. ଲକ୍ଷ୍ମଣ ମାଝୀ,ଏ. ବି. ଡି. ଓ. ଶ୍ରୀ ଭୀଷ୍ମ ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ଏଥି ସହିତ ଶିକ୍ଷାବିତ ଭାବେ ଘାସିରାମ ଭୋଇ, ଚନ୍ଦ୍ରମଣୀ ସାହୁ, ଦିବାକର ଯୋଶୀ,ରବୀନ୍ଦ୍ର ପଣ୍ଡା,ଗିରିଶ ପାଣିଗ୍ରାହୀ, ଓ ସରୋଜ ସାହୁ ଯୋଗ ଦେଇଥିଲେ l ଆଜିର କାର୍ଯ୍ୟକ୍ରମ ଗୁରୁଦିବସକୁ ଲକ୍ଷ୍ୟ ରଖି ସମସ୍ତ ଅତିଥି ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ବିକାଶ ଦିଗରେ ଅଭିଭାଷଣ ରଖିଥିଲେ l ବ୍ଲକ ଅଧୀନରେ ଥିବା ସମସ୍ତ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଅଭିଭାବକଙ୍କ ସହିତ ଯୋଗ ଦେଇ ଗୁରୁଙ୍କ ଛାତ୍ରଙ୍କ ଉଦ୍ୟେଶ୍ୟରେ ଶିକ୍ଷଣୀୟ ବାର୍ତ୍ତା ଶୁଣିବାକୁ ପାଇଥିଲେ l ପୂର୍ବତନ ରାଷ୍ଟ୍ରପତି ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନକ ଜନ୍ମ ଜୟନ୍ତୀ ଅବସରରେ ଭାରତର ପ୍ରଥମ ଶିକ୍ଷାବିତ,ଦାର୍ଶନିକ ଭବେ ସ୍ମରଣ ଉଦ୍ୟେଶ୍ୟରେ ସେପ୍ଟେମ୍ବର 5ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି l ଗୁରୁଙ୍କ ପ୍ରତି ସମ୍ମାନ, ଶିକ୍ଷାର ମାର୍ଗରେ ଆଲୋକ ଦେଖାଇବା ଓ ଆଦର୍ଶ ଛାତ୍ର ହେବାର ଲକ୍ଷଣ ଗୁଡିକ ରାଧାକୃଷ୍ଣନ ଙ୍କ ଠାରୁ ଶିକ୍ଷା ମିଳିଥାଏ l ମଞ୍ଚାସିନ ଅତିଥିଙ୍କ ଭାଷଣ ଶାନ୍ତ ଭାବେ ସମ୍ମୁଖରେ ଥିବା ସମସ୍ତ ଶ୍ରୋତା କର୍ଣ୍ଣପାତ କରୁଥିବାର ଅନୁମାନ କରା ଯାଇଥିଲା l ସେହି ଗୁରୁ ଶିଷ୍ୟଙ୍କ ପ୍ରଗାଢ଼ ସମ୍ପର୍କ ଯୁଗେ ଯୁଗେ କିପରି ରହିବ ତାର ଉଦ୍ୟେଶ୍ୟରେ ଏ. ବି. ଇ. ଓ. ଧବଳେଶ୍ୱର ବରିହା ବାର୍ତ୍ତା ରଖି ସଭାର ସମସ୍ତ ଶ୍ରୋତା ଓ ବକ୍ତlଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି ସମସ୍ତେ ଏକତ୍ରିତ ଭୋଜନର କରିବାର ସୁ ବ୍ୟବସ୍ଥା କରିଥିଲେ l

Leave a Reply

Your email address will not be published. Required fields are marked *