ଛତିଆ-ଚମ୍ପାପୁର ପୂର୍ତ୍ତ ବିଭାଗ ରାସ୍ତା ଖାଲ ଖମା ରେ ଭର୍ତ୍ତି, ଲୋକେ ପଡି ଆହତ, ତୁରନ୍ତ ସଜାଡ଼ିବାକୁ ଦାବୀ


ଚଣ୍ଡିଖୋଲ ୨୫/୭(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା) : ଛତିଆ ଠାରୁ ସାଲେପୁର କୁ ସଂଯୋଗ କରୁ ଥିବା ପୂର୍ତ୍ତ ବିଭାଗ ରାସ୍ତା ର ବଟତଳନିକଟରୁ ଆନନ୍ଦ ବଜାର ପର୍ଯ୍ୟନ୍ତ ରାସ୍ତା ର ଦୁଇପଟରେ ବଡ ବଡ ଗାଡ ମାନ ହୋଇଯାଇଛି। କିଛିଦିନ ହେଲା ଲଗାତାର ବର୍ଷା ଯୋଗୁ ଉକ୍ତ ଗାତ ଗୁଡିକରେ ପାଣି ଭର୍ତ୍ତି ହୋଇଗଲା ପରେ କିଛି ଜାଣୀହେଉନିସବୁସମାନ ଜଣାଯାଉଛି। ଉକ୍ତ ରାସ୍ତା ଟି ସଦାସର୍ବଦା ଚଳଚଞ୍ଚଳ ଅଟେ, ରାତିଦିନ ଏହି ରାସ୍ତା ରେ ସହ ସହ ସଂଖ୍ୟାରେ ଗାଡି ମଟର ରେ ଲୋକେ ଯାତାୟତ କରିଥାନ୍ତି। ଖାଲ ଗୁଡିକରେ ପାଣି ଭର୍ତ୍ତି ଯୋଗୁ ବେଶେଷ କରି ବାଇକ ଯୋଗେ ଯାତାୟତ କରୁଥବା ଲୋକଙ୍କ ପାଇଁ ଘୋର ବିପଦ ସୃଷ୍ଟି କରୁଛି। ଉକ୍ତ ରାସ୍ତା ରେ କିଛିଦିନ ଲଗାଣ ବର୍ଷା ଯୋଗୁ ୫ଦିନ ଭିତରେ ୧୫ରୁ ଉର୍ଦ୍ଧ ବାଇକ ଯାତ୍ରୀ ପଡି ଆହତ ହେଲେଣି, କେତେକ ଯାତ୍ରୀ ସାମାନ୍ୟ ଆହତ ହୋଇଥିଲା ବେଳେ କେତେକ ଯାତ୍ରୀ ଗୁରୁତର ଆହତ ହୋଇ କଟକ ବଡଦାକ୍ତରଖାନା ମଧ୍ୟ୍ୟ ସ୍ଥାନାନ୍ତର ହୋଇ ଛନ୍ତି। ତୁରନ୍ତ ଉକ୍ତ ଖାଲ ଖମାଲ ଗୁଡିକ ପୂରଣ କରିବାକୁ ସ୍ଥାନୀୟ ଅଞ୍ଚଳ ର ଯୁବସମାଜ ସେବୀ ଦିଲ୍ଲୀପ ରାଉତ, କୁନା ରାଉତ, ବାବୁଲି ସେଠୀ ପ୍ରମୁଖ ବିଭାଗୀୟ ଅଧିକାରୀ ଙ୍କ ନିକଟରେ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *