
ଚଣ୍ଡିଖୋଲ ତା ୨୫/୭(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା):
ବଡଚଣାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମର ନାୟକଙ୍କ ଦ୍ଵାରା ଓଡିଆ ଭାଷା ସାହିତ୍ୟର ବିଶିଷ୍ଟ ସମାଲୋଚକ ଡ. ରବୀନ୍ଦ୍ର ବିହାରୀଙ୍କ ଲିଖିତ “ପ୍ରାନ୍ତୀୟ ଓ ବିଚ୍ଛିନ୍ନାଞ୍ଚଳର ଭାଷା” ପୁସ୍ତକ ଲୋକାର୍ପିତ ହୋଇଯାଇଛି l ଉକ୍ତ ଉତ୍ସବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ବାବା ଭୈରବାନନ୍ଦ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. କେଦାରନାଥ ଦାଶ, ଉତ୍କଳ ବିଶ୍ୱବିଦ୍ୟାଳୟର ନୃତତ୍ତ୍ବ ବିଭାଗର ପୂର୍ବତନ ମୁଖ୍ୟ ଡ. ଦୈତାରୀ ସାହୁ, ବଡଚଣାର ଇତିହାସ ଗବେଷଣା ପରିଷଦର ସଂଯୋଜକ ଶ୍ରୀଯୁକ୍ତ ନିହାର ରଞ୍ଜନ ଦାସ ପଟ୍ଟନାୟକ, ସମାଜସେବୀ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ l ଭାଷା ଭିତ୍ତିକ ଏହି ଗବେଷଣାତ୍ମକ ଗ୍ରନ୍ଥ ପ୍ରାନ୍ତୀୟ ଓ ବିଚ୍ଛିନ୍ନାଞ୍ଚଳର ଭାଷା ସମ୍ପର୍କରେ ଏକ ପ୍ରାମାଣିକ ଗ୍ରନ୍ଥ, ଯାହା ଓଡ଼ିଆ ଅସ୍ମିତାକୁ ଉଜ୍ଜୀବିତ କରିବା ସଙ୍ଗେ ସଙ୍ଗେ ଆମ ଭାଷା ଗବେଷଣା କ୍ଷେତ୍ରରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିବ ବୋଲି ମାନ୍ୟବର ବିଧାୟକ ମତପ୍ରକାଶ କରିଥିଲେ l ଓଡ଼ିଆ ଭାଷାର ଅଧ୍ୟୟନ, ସଂରକ୍ଷଣ, ଗବେଷଣା ଓ ଉନ୍ନତି କ୍ଷେତ୍ରରେ ଏହି ଭଳି ଗ୍ରନ୍ଥର ଆବଶ୍ୟକତା ଥିଲା ବୋଲି ଉପସ୍ଥିତ ଅତିଥିମାନେ ପ୍ରକାଶ କରିଥିଲେ l