ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପ୍ରସ୍ତୁତି ବୈଠକ 

ଚଣ୍ଡିଖୋଲ ୨୪/୭(କ.ଵ୍ୟୁ)(ପ୍ରଶାନ୍ତ କୁମାର ଜେନା):

ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂଘ ପକ୍ଷରୁ  ଚଣ୍ଡିଖୋଲ  ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି l ଛାତ୍ର ସଂଘ ସାଧାରଣ ସମ୍ପାଦକ ଆଇନଜୀବୀ ଦେବରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ  ସଭାରେ ବଡଚଣାର ମାନ୍ୟବର ବିଧାୟକ ଅମର କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ସହ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଭବ୍ୟ ଢଙ୍ଗରେ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଏହି ବୈଠକରେ କଲେଜ ପରିଚାଳନା ସମିତିର ପ୍ରାକ୍ତନ ସଭାପତି ପ୍ରାଧ୍ୟାପକ ବିନାୟକ ପଣ୍ଡା, ପ୍ରାକ୍ତନ ସଭ୍ୟ ଡ. ପ୍ରିୟନାଥ ମହାପାତ୍ର ଓ ନିରଞ୍ଜନ ସେନାପତି,ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା,ପ୍ରାଧ୍ୟାପକ  ବସନ୍ତ କୁମାର ନାୟକ,  ପ୍ରାଧ୍ୟାପକ ଡ. ଅଜୟ କୁମାର ଲେଙ୍କା,ପ୍ରାଧ୍ୟାପକ ଦୈତାରୀ ସାହୁ,ଉପଦେଷ୍ଟା ନିହାର ରଂଜନ ଦାସ ପଟ୍ଟନାୟକ , ପୁର୍ବତନ ଛାତ୍ର ସଂସଦ ସଭାପତି ବୈକୁଣ୍ଠ ବିହାରୀ ସାମନ୍ତରାୟ, ସାଧାରଣ ସମ୍ପାଦକ ମନ୍ମଥ ରାୟ,ଶକ୍ତି ରଞନ ରାଉତ ଓ ପ୍ରମୋଦ କୁମାର ଜେନା, ପ୍ରଧ୍ୟାପକ ମଥୁରି ବେହେରା,ଅଧ୍ୟାପକ ବିଜୟ କେତନ ସାମଲ,ଶୁଶ୍ରୀ କାମିନୀ ନାୟକ, କ୍ଷମlନିଧି ସାହୁ, ମନୋରଞ୍ଜନ ସାହୁ,ମାନସ ରଞ୍ଜନ ବିଶ୍ଵାଳ, ତନ୍ମୟ ପୃଷ୍ଟି,ପବିତ୍ର ରାଉତ, ରଞନ ଦାସ, ,ଅନିଲ କୁମାର ଦାସ,ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାସ ଚନ୍ଦ୍ର ନନ୍ଦ,  ଯାଜପୁର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ ଓ ସଭ୍ୟ ଯଚିନ୍ଦ୍ର ପ୍ରସାଦ ନାୟକ,ପ୍ରଭାକର ଉଦଗାତl,ପ୍ରଶାନ୍ତ ବେହେରା, ,ହରିଶଙ୍କର ପଣ୍ଡା,ଆଇନଜୀବୀ ଦୀନବନ୍ଧୁ ନାୟକ, ଅଶୋକ କୁମାର ଜେନା ଓ ହେମନ୍ତ କୁମାର ମାହlଲା, ଗଙ୍ଗାଧର ସାମଲ,ନୀଳମଣି ରାଉତ,,କିଶୋର ପଲାଇ,  ଦେବ ରଞ୍ଜନ ସ୍ଵାଇଁ, ତନ୍ମୟ ପୃଷ୍ଟି, ରଞ୍ଜନ  କୁମାର ରାଉତ, କଳ୍ପତରୁ ସାହୁ,ଜଗନ୍ନାଥ ମହାପାତ୍ର , ଶ୍ରୀତମ ପୃଷ୍ଟି ପ୍ରମୁଖ ଯୋଗଦେଇ ସୁବର୍ଣ୍ଣ ଜୟନ୍ତୀ .ଉତ୍ସବ ସଫଳ ରୂପାୟନ କରିବା .ପାଇଁ ମତାମତ ପ୍ରଦାନ କରିଥିଲେ। ସଂଘ ଉପ ସଭାପତି ଅଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି ସ୍ଵାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ସହ ସମ୍ପାଦକ ଡ. ଦିଲ୍ଲିପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *