ଜଳସେଚନର ଅସୁବିଧାରୁ ଚାଷୀକୁଳ ହନ୍ତସନ୍ତ; ପ୍ରତିକାର ପାଇଁ ଦାବୀ ।

ଚଣ୍ଡିଖୋଲ: ୧୩/୭ (କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା) ବଡଚଣା ନିର୍ବାଚନ ମଣ୍ଡଳୀର ଛତିଆ, ବନ୍ଦାଳ,ବଦଘୁମୁରି, ବନ୍ତଲା, ଖଇରା, ଚଣ୍ଡିତଳ,ବଡଚଣା, ରାଧାଦେଇପୁର, ସୁଙ୍ଗୁଡା, ଶାନ୍ତିପୂର୍, ଚମ୍ପାପୂର୍, ନେଳିଆ, ସୋଲର ଓ ଧର୍ମଶାଳା ବ୍ଲକ୍ ର କଣ୍ଟିଗଡିଆ, ନେଉଳପୁର୍ ସମେତ୍ ଅନ୍ୟ କେତେକ ପଂଚାୟତ ର ଚାଷୀ ମାନେ ନିର୍ଭର କରିଥାନ୍ତି ହାଇଲେଭେଲ କେନାଲ ଉପରେ, ଏହି କେନାଲ ଟି ବିରୂପା ନଦୀ ରୁ ବାହାରି ଜେନାପୁର ପର୍ଯ୍ୟନ୍ତ ଯାଇଛି, ଏହି କେନାଲରୁ ୭,୮,୯,୧୦,୧୧, ୧୨ନମ୍ବର କେନାଲ ବାହାରି ହଜାର ହଜାର ହେକ୍ଟର ଜମିକୁ ଜଳସେଚନ ର ସୁବିଧା ଦେଇଥାଏ, ଏହି ଚାଷ ଜମି ରେ, ଧାନ, ମୁଗ ସମେତ ଅନ୍ୟ ଫସଲ ଉତ୍ପାଦନ ହୋଇଥାଏ, ଅଧିକନ୍ତୁ ଚଳିତ ବର୍ଷ ଜୁନ ଓ ଜୁଲାଇ ମାସ ରେ ବର୍ଷା ହେବା ଫଳରେ କେତେକ ଚାଷୀ ଜମିରେ ଧାନ ତଳି ରୋଇବା ପାଈଁ ତଳି ପକାଇ ଥିଲେ, ବର୍ଷା ଅଭାବରୁ ଯେଉଁ ଜମିରେ ତଳି ପଡ଼ିଥିଲା ସେ ଜମି ଶୁଖି ଯାଇ ଜମି ଫାଟି ଆଁ କଲାଣି, ତେଣୁ ଚାଷୀ କୁଳ ହତାଶ ରେ ପଡିଛନ୍ତି। ଏହି ହାଇଲେଭେଲ କେନାଲ ଟି ଶୁଖିଲା ଅବସ୍ଥାରେ ପଡ଼ି ରହିଛି, ଏହି କେନାଲ ରେ ଜଗତପୁର ଜଳସେଚନ ଅଫିସ ର ଅଧିକ୍ଷଣ ଯନ୍ତ୍ରୀ ପାଣି ଛତିବା କଥା, ସେ ଆଜି ପର୍ଯ୍ୟନ୍ତ କେନାଲ ରେ ଜଳ ଛାଡ଼ି ନାହାଁନ୍ତି, କିମ୍ବା ଅଧିକ୍ଷଣ ଯନ୍ତ୍ରୀ ଜାରକା ଜଳସମ୍ପଦ ବିଭାଗ ଆଜି ପର୍ଯ୍ୟନ୍ତ ଚାଷୀଙ୍କର ସୁବିଧା ପାଇଁ ଚିଠି ଖଣ୍ଡେ ଲେଖି ନାହାଁନ୍ତି,ଜଳସେଚନ ର ଅସୁବିଧା ପାଈଁ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କହିଛନ୍ତି, ପ୍ରକାଶ ଥାଉକି ଏହି ହାଇ ଲେଭେଲ କେନାଲ କୁ ଜଳସମ୍ପଦ ବିଭାଗ ପକ୍ଷରୁ ଦଳ ସଫା କରାଯାଇ ନାହିଁ, କଣପାଈଁ ଦଳ ସଫା କରାଯାଉ ନାହିଁ ସେଥିପାଇଁ ଦାୟୀ କିଏ? ସରକାର ନା ଜଳସମ୍ପଦ ବିଭାଗର ଯନ୍ତ୍ରୀ। ଆଜି ପର୍ଯ୍ୟନ୍ତ ଟେଣ୍ଡର ହେଉନାହିଁ, ଏ ସଂପର୍କରେ ଚାଷୀ ମାନେ ବିଭାଗୀୟ ଯନ୍ତ୍ରୀ ଙ୍କୁ ପଚାରିଲେ ସେ ଉତ୍ତର ଦେଉଛନ୍ତି ଚାଷୀ ମାନଂକୁ ଜଳ ଶୀଘ୍ର ଯୋଗାଇ ଦିଆଯିବ, ପୁର୍ବ ବିଜେଡି ସରକାର ଚାଷୀ ମାନଙ୍କର ସୁବିଧା ପାଇଁ ପାଣି ପଂଚାୟତ ଗଠନ କରିଥିଲେ। ଏବେ ଦେଖାଯାଉଛି ପାଣି ପଂଚାୟତ ହେଉଛି ମୁଲ୍ୟ ହିନ, କେତେଦିନ ପରେ ହାଇ ଲେଭେଲ୍ କେନାଲ ରୁ ଦଳ ନିଷ୍କାସନ ହେବ ଏବଂ ଖୋଷାଲିପୂର୍ ଗ୍ରାମ ନିକଟରେ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ। ଲାଗି ରହିଛି ହାଇଲେଭେଲ କେନାଲ,। ସେଠାରେ ୫୩ନମ୍ବର ଜାତୀୟ ରାଜପଥ ର କାର୍ଯ୍ୟ ହେଉଛି ଏବଂ ରେଳ ପ୍ରକଳ୍ପ କାର୍ଯ୍ୟ ହେଉଛି, ଏହି କାର୍ଯ୍ୟ ଚାଲୁ ଥିବାରୁ ଏ କେନାଲ ମଧ୍ୟରେ ବହୁ ପରିମାଣରେ ମାଟି ପଡ଼ି ରହିଛି, ତେଣୁ ଜଳ ନିଷ୍କାସନ ପାଇଁ ଅବ୍ୟବସ୍ଥା ହେବ ବୋଲି ସାଧାରଣରେ ଆଲୋଚନା ହେଉଛି। ଏହି କେନାଲ ରେ ଖୁବ୍ ଶୀଘ୍ର ଚାଷୀ ମାନଂକୁ ଜଳସେଚନ ର ସୁବିଧା ଯୋଗାଇ ଦେବାକୁ ଏ ଅଞ୍ଚଳର ଚାଷୀ ମାନେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *