ପ୍ରସିଦ୍ଧ ମହାବିନାୟକ ପୀଠ ଦର୍ଶନ କଲେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବଡ଼ଚଣା : ଓଡ଼ିଶାର ମାନନୀୟା ଉପ-ମୁଖ୍ୟମନ୍ତ୍ରୀ  ଶ୍ରୀମତୀ ପ୍ରଭାତୀ ପରିଡ଼ା ବଡ଼ଚଣା ନିର୍ବାଚନ ମଣ୍ଡଳୀକୁ ଗ୍ରସ୍ତ କରି ପଞ୍ଚ ଦେବଙ୍କ ପୀଠ ପ୍ରଭୁ ଶ୍ରୀ ମହାବିନାୟକ ଙ୍କ ପୀଠରେ ପୂଜାର୍ଚ୍ଚନା କରିବା ସହିତ ଦୀର୍ଘ ୨୨ବର୍ଷ ପରେ ଦର୍ଶନ ର ସୌଭାଗ୍ୟ ପ୍ରାପ୍ତି କଲେ ବୋଲି କହିଥିଲେ । ଉପ ମୁଖ୍ୟମନ୍ତ୍ରୀ ଙ୍କୁ ଯାଜପୁର ଜିଲ୍ଲା ପ୍ରଶାସନ ଯାଜପୁର ଜିଲ୍ଲାର ପୋଲିସ ପ୍ରଶାସନ ତଥା ବଡ଼ଚଣା ବ୍ଲକ ର ପ୍ରଶାସନ ସହିତ ବଡ଼ଚଣାର ମାନ୍ୟଵର ବିଧାୟକ  ଅମର କୁମାର ନାୟକ ଚଣ୍ଡିଖୋଲ ଡ଼ାକ ବଙ୍ଗଳା ଠାରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପାଛୋଟି ନେଇଥିଲେ । ମହାବିନାୟକ ପୀଠକୁ,ଉପ ମୁଖ୍ୟମନ୍ତ୍ରୀ ପ୍ରଥମେ ପ୍ରଭୁଙ୍କ ଦର୍ଶନ କରିବା ସହିତ ପ୍ରଦୀପ ପ୍ରଜ୍ଳ୍ଵଳନ କରି ପଞ୍ଚ ଦେବଙ୍କ ଆଶୀର୍ବାଦ ଲାଭ କରିଥିଲେ । ନିଜସ୍ୱ ବିଭାଗ ତଥା ପର୍ଯ୍ୟଟନ ବିଭାଗର ସହଯୋଗରେ ମହାବିନାୟକ ପୀଠର ଉନ୍ନତି ବିଜେପି ସରକାର ଓ ବିଧାୟକ ଶ୍ରୀ ଅମର କୁମାର ନାୟକଙ୍କ କାର୍ଯ୍ୟକାଳ ସମୟରେ ସମ୍ଭବ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଧାୟକ ଅମର କୁମାର ନାୟକ କହିଥିଲେ ଆମର ସୌଭାଗ୍ୟ ଆଜି ଆମେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ପାଇଛେ ଯାହା ତାଙ୍କ ନିଜସ୍ୱ ବିଭାଗ ଦ୍ୱାରା ଆମ ପବିତ୍ର ମହାବିନାୟକଙ୍କ ପୀଠର ଉନ୍ନତି ହେବ ବୋଲି ବିଶ୍ୱାସ ରହିଛି। 

Leave a Reply

Your email address will not be published. Required fields are marked *