ବଡଚଣା ବିଜେପି ପକ୍ଷରୁ ମହା ମିଶ୍ରଣ ପର୍ବ ଅନୁଷ୍ଠିତ।

ଚଣ୍ଡିଖୋଲ ତା ୧୩/୭(କ.ଵ୍ୟୁ) (ପ୍ରଶାନ୍ତ କୁମାର ଜେନା) : ଭାରତୀୟ ଜନତା ପାର୍ଟି,ବଡଚଣା ପକ୍ଷରୁ ଏକ ମହା ମିଶ୍ରଣ ପର୍ବ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା,ଚଣ୍ଡିଖୋଲ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ମିଶ୍ରଣ ପର୍ବ ରେ ମୁଖ୍ୟ ଅତିଥି ଭାବେ ବଡଚଣା ନିର୍ବାଚନ ମଣ୍ଡଳୀ ର ମାନ୍ୟବର ବିଧାୟକ ଅମର କୁମାର୍ ନାୟକ,ବଡଚଣା ପଂଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାସ୍ ଚନ୍ଦ୍ର ନନ୍ଦ, ଯାଜପୁର ଜିଲ୍ଲା ବିଜେପି ଉପ ସଭାପତି ପ୍ରମୋଦ କୁମାର ଜେନା, ଜିଲ୍ଲା ସଂପାଦକ ବିକାଶ ମହାପାତ୍ର, ଜିଲ୍ଲା ପରିଷଦ ଉପାଧକ୍ଷ ଗଣେଶ୍ୱର ବରାଳ,ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସାଂସଦ ପ୍ରତିନିଧି ରବୀନ୍ଦ୍ର ରାଉତ, ଜିଲ୍ଲା କାର୍ଯ୍ୟକାରୀ କମିଟିସଭ୍ୟ ଲଲାଟେନ୍ଦୁ ମହାପାତ୍ର, ମଣ୍ଡଳ ସଭପଟି ବିମଳ ପ୍ରସନ୍ନ ପ୍ରଧାନ, ବିଶ୍ୱଜିତ୍ ସାମଲ, ନୃସିଂହ ନାରାୟଣ ଓତI, ବୈକୁଣ୍ଠ ବରାଳ , ନିରଞ୍ଜନ ସେନାପତି ପ୍ରମୂଖ ଯୋଗ ଦେଇଥିଲେ, ଏହି ମିଶ୍ରଣ ପର୍ବରେ ଖଇରା ଓ ନେଳିଆ ପଂଚାୟତ ରୁ ୫ଶହ ରୁ ଅଧିକ ପୁରୁଷ ଓ ମହିଳା ମାନେ ଯୋଗ ଦେଇ ବିଜେପି ରେ ସାମିଲ୍ ହୋଇଥିଲେ। ଏହି ଦୁଇ ପଂଚାୟତ ର ବିଜେଡି ଦଳର କର୍ମୀ ମାନେ ବିଜେଡି ଦଳ ପରିତ୍ୟାଗ କରି ବିଜେପି ରେ ସାମିଲ୍ ହୋଇଛନ୍ତି,ବଡଚଣା ବିଧାୟକ ଅମର କୁମାର୍ ନାୟକ ଙ୍କ ଦୃଢ଼ ନେତୃତ୍ଵ ପ୍ରତି ଆସ୍ଥା ପ୍ରକଟ କରି ଏବଂ ବଡଚଣା ର ଲୋକାବିମୁଖ କାର୍ଯ୍ୟ ଜେଉଭଳି ଚାଲିଛି ସେ ନେଇ ସେମାନେ ବିଜେପି ରେ ସାମିଲ୍ ହୋଇଛନ୍ତି। ଭାରତ ବର୍ଷର ଯଶଶ୍ଵି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁଭଳି ଜନସାଧାରଣ ଙ୍କ ସେବାରେ ନିଜକୁ ନିୟୋଜିତ କରିଚନ୍ତି ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ବିକାଶ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରି ଲୋକ ପ୍ରିୟତା ଅର୍ଜନ କରୁଛନ୍ତି ସେଥିପାଇଁ ବଡଚଣା ନିର୍ବାଚନ ମଣ୍ଡଳୀ ର ଖଇରା ଓ ନେଳିଆ ପଂଚାୟତ ର ବିଜେଡି କର୍ମୀ ତାଙ୍କ ଦଳ ପରିତ୍ୟାଗ କରି ବିଜେପି ରେ ସାମିଲ୍ ହୋଇ ଥିବାରୁ ସେ କର୍ମୀ ମାନଂକୁ ସ୍ବାଗତ କରିବା ସହିତ ବିଜେପି ସଂଗଠନ କୁ ଅଧିକ କ୍ରିୟାଶୀଳ କରିବା ପାଇଁ ବିଧାୟକ ଶ୍ରୀ ନାୟକ ଆହ୍ବାନ ଦେଇଥିଲେ। ମିଶ୍ରଣ ପର୍ବ ରେ ଯୋଗ ଦେଇଥିବା କର୍ମୀ ମାନେ ବିଧାୟକ ଅମର କୁମାର୍ ନାୟକ ଙ୍କୁ ପୁଷ୍ପମଲ୍ୟ ଅର୍ପଣ କରି ସମ୍ବର୍ଦ୍ଧିତ କରିଥିଲେ। ବିଧାୟକ ଶ୍ରୀ ନାୟକ ମିଶ୍ରଣ ରେ ଯୋଗ ଦେଇଥିବା କର୍ମୀ ମାନଂକୁ ଦଳୀୟ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ। ଏହି ମହା ମିଶ୍ରଣ ପର୍ବରେ ଜିଲ୍ଲା ବିଜେପି ଉପ ସଭାପତି ପ୍ରମୋଡ କୁମାର୍ ଜେନା ଅଧ୍ୟକ୍ଷତା କରିଥିଲେ।ଶେଷରେ ବୈକୁଣ୍ଠ ନାଥ ବରାଳ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *