ପି.ଏମ୍.କିଷାନ୍ ର ୨୩ତମ କିସ୍ତି ବିତରଣ ସମାରୋହ ଆୟୋଜିତ

ଅନୁଗୋଳ, ୨୦.୦୬ : ଜିଲ୍ଲା କୃଷି ବିଭାଗ ଏବଂ ଅନୁଗୋଳ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ପି.ଏମ୍.କିଷାନ୍ ର ୨୩ତମ କିସ୍ତି ବିତରଣ ସମାରୋହ ଆଜି ସ୍ଥାନୀୟ ବ୍ଲାକ୍ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। କଲିକତାର ହୁଗୁଳି ଠାରେ ଆୟୋଜିତ ସଭାରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ୨୩ ତମ କିସ୍ତିର ସଫଳ ବିତରଣ କରିଛନ୍ତି, ଯାହାର ସିଧାପ୍ରସାରଣ ଅପରାହ୍ନରେ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଢେଙ୍କାନାଳ ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷକମାନଙ୍କ ଉନ୍ନତି ନିମେନ୍ତ ଉଦ୍ଦିଷ୍ଟ ଯୋଜନା ପାଇଁ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଦିପ ଗଡ଼ନାୟକ, ମାନ୍ୟବର ଅନୁଗୋଳ ବିଧାୟକଙ୍କ ପ୍ରତିନିଧି ଶ୍ରୀ ପ୍ରଭାତ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଶ୍ରୀ ବିଜୟ କୁମାର ମାଝୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, କୃଷକଙ୍କ ସମେତ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ପିଏମ୍ କିଷାନ୍ ଯୋଜନା ଦ୍ୱାରା ଜିଲ୍ଲାର ସମୁଦାୟ ୧ ଲକ୍ଷ ୨୫ ହଜାର ୩୫୬ ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି। ଏହି ଅବସରରେ ସେମାନଙ୍କ ଆକାଉଣ୍ଟକୁ ପ୍ରାୟ ୨୫ କୋଟି ୭ ଲକ୍ଷ ୧୨ ହଜାର ଟଙ୍କାର ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଇଛି। ପ୍ରକାଶ ଥାଉ କି, ପ୍ରଥମ ପର୍ଯ୍ୟାୟରେ କ୍ଷେତ ବଞ୍ଚାଅ ଅଭିଯାନ ଅନ୍ତର୍ଭୁକ୍ତ ଏକ ଜୈବିକ କୃଷି ସମ୍ବନ୍ଧୀୟ କର୍ମଶାଳାର ଆୟୋଜନ କରାଯାଇଥିଲା, ଯେଉଁଥିରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ଯୋଗଦେଇ ଜୈବିକ କୃଷିର ଉପକାରିତା ଏବଂ ଆବଶ୍ୟକତା ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା କୃଷକ ମୋର୍ଚ୍ଚାର ସଭାପତି ଶ୍ରୀ ବିଜୟ କୁମାର ମାଝୀ ଯୋଗ ଦେଇ ଜୈବିକ କୃଷିର ବିଭିନ୍ନ ଦିଗ ଯଥା ରାସାୟନିକ ସାରର ସନ୍ତୁଳିତ ବ୍ୟବହାର,ସବୁଜ ସାରର ବ୍ୟବହାର, ଜିଆଖତ ଉତ୍ପାଦନ, ଜୈବିକ କୃଷିରେ ଗୋପାଳନର ଭୂମିକା, ମାଟିର ଉର୍ବରତା ରକ୍ଷା କରିବାରେ ଜଳ ସଂରକ୍ଷଣ ଓ ପରିଚାଳନା ସମ୍ବନ୍ଧରେ ଆଲୋଚନା କରିଥଲେ। ଏହା ବ୍ୟତୀତ କୃଷି ବିଜ୍ଞାନ କେନ୍ଦ୍ର ଦ୍ୱାରା ପ୍ରାମାଣିକ ପ୍ରାକୃତିକ କୃଷିର ପ୍ରଶିକ୍ଷକ ଶ୍ରୀ ପର୍ଶୁରାମ ପ୍ରଧାନ ନିଜର ଅନୁଭବକୁ ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ବିଜୟ କୁମାର ଦଳାଇ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ,ଉପ-ନିର୍ଦ୍ଦେଶକ ଉଦ୍ୟାନ ଶ୍ରୀ ଅମ୍ବର ଲୁଗୁନ, କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ତଥା ବରିଷ୍ଠ ବୈଜ୍ଞାନିକ ଡ. ଦେବାଶିଷ ମିଶ୍ର, ଜିଲ୍ଲା କୃଷି ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା, ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଜଳ ବିଭାଜିକା ଶ୍ରୀ ଜୟ ଶଙ୍କର ପ୍ରଧାନ, ଅତିରିକ୍ତ ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ. ଶୁଭେନ୍ଦୁ କୁମାର ଘୋଷଙ୍କ ସମେତ କୃଷକ ତଥା ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *