ଜେନେରାଲ ଷ୍ଟୋର ଉପରେ ଡ୍ରଗ ଇନ୍ସପେକ୍ଟର ଓ ପୋଲିସ ର ଚଢଉ , ଔଷଧ ଓ କ୍ରିମ ଜବତ

ରାଜଗାଙ୍ଗପୁର :- (କ.ବ୍ୟୁ) ରାଜଗାଙ୍ଗପୁର ମୁଖ୍ୟମାର୍ଗରେ ଏକ୍ସସିଏସ ବ୍ୟାଙ୍କ ନିକଟରେ ଥିବା ଗଣେଶ ଜେନେରାଲ ଷ୍ଟୋର ଉପରେ ଆଜି ସୁନ୍ଦରଗଡ଼ ଓ ରାଉରକେଲା ଡ୍ରଗ ଇନ୍ସପେକ୍ଟର ଏବଂ ପୋଲିସ ମିଳିତ ଚଢଉ କରିଥିଵା ଜଣାଯାଇଛି । ଅଧିକାରୀମାନେ ଦୋକାନରୁ ବେଆଇନରେ ବିକ୍ରି କରୁଥିବା ଔଷଧ ଓ କ୍ରିମ ଜବତ କରିବା ସହ ଦୋକାନୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ହସ୍ତଗତ ହୋଇଛି । ବିନା ଡ୍ରଗ ଲାଇସେନ୍ସରେ ଜେନେରାଲ ଷ୍ଟୋର ରେ ଔଷଧ ବା ଔଷଧୀୟ କ୍ରିମ ବିକ୍ରି କରିବା ବେଆଇନ ହୋଇଥିବା ବେଳେ କିଛି ଦୋକାନୀ ନିୟମ ଉଲ୍ଲଙ୍ଘନ କରି ଔଷଧ ଅବା ତଦସମ୍ୱନ୍ଧୀୟ କ୍ରିମ ବିକ୍ରି ନେଇ ଅଭିଯୋଗ ପରେ ଆଜି ରାଉରକେଲା ଓ ସୁନ୍ଦରଗଡ଼ ଡ୍ରଗ ଇନ୍ସପେକ୍ଟର ରାଜଗାଙ୍ଗପୁର ପୋଲିସ ସହାୟତାରେ ଏକ୍ସସିସ ବ୍ୟାଙ୍କ ନିକଟରେ ଥିବା ଗଣେଶ ଜେନେରାଲ ଷ୍ଟୋରରେ ଚଢଉ କରି ନିର୍ଦ୍ଧିଷ୍ଟ କମ୍ପାନୀର ଔଷଧ ବଟିକା, କ୍ରିମ ଜବତ କରିବା ସହ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି ।

(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )

Leave a Reply

Your email address will not be published. Required fields are marked *