ଶିକ୍ଷାବିତ୍ ବିନାୟକ ନାୟକ ଙ୍କ ସ୍ମୃତି ଚାରଣ ସଭା।

ଚଣ୍ଡିଖୋଲ,୨୦/୬(କବ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ଧାନ ମଣ୍ଡଳ ଗ୍ରାମ ର ବିଶିଷ୍ଟ ଶିକ୍ଷାବିତ୍, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ, ପ୍ରକୃତି ମିତ୍ର ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ, ଓଡିଶାର ବିଶିଷ୍ଟ ଶିକ୍ଷକ ନେତା ସ୍ବର୍ଗତ ବିନାୟକ ନାୟକ ଙ୍କ ଦ୍ୱାଦଶ ଦିବସ ଅବସରରେ ଏକ ସ୍ମୃତି ଚାରଣ ସଭା ନିଜ ଗ୍ରାମ ସ୍ଥିତ ବାସଭବନ ଅନୁଷ୍ଟିତ ହୋଇ ଯାଇଛି। ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଡ ଭାଗ୍ୟଧର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବଡଚଣା ବିଧାୟକ ଅମର ନାୟକ ଯୋଗଦେଇ ଶିକ୍ଷକ ମାନେ ହେଲେ ସମାଜର ଆଲୋକ ବର୍ତ୍ତିକା। ଜୀବନରେ ଅନ୍ଧକାର ରୂପକ ଅଜ୍ଞାନ କୁ ଦୂର କରି ଆଲୋକ ରୂପକ ଜ୍ଞାନ ବିତରଣ କରିଥାନ୍ତିବୋଲି କହିବା ସହିତ ସ୍ବର୍ଗତ ବିନାୟକ ନାୟକ ଙ୍କ ବହୁମୁଖି ପ୍ରତିଭାର ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ,ବଡଚଣା ର ପୂର୍ବତନ ବିଧାୟକ ଅମର ପ୍ରସାଦ ଶତପଥୀ, କ୍ୟାପଟେନ ରାଜ୍ ନାରାୟଣ ମହାପାତ୍ର, ଅବସର ପ୍ରାପ୍ତ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗଣେଶ୍ୱର ବରାଳ, ଅବସରର ପ୍ରାପ୍ତ ଅଧ୍ୟକ୍ଷ ଡ ଅଜୟ କୁମାର ଲେଙ୍କା, ଡ.ସୁଧିର ଚନ୍ଦ୍ର ସାମଲ, ଦେବରାଜ ବେହେରା, ପ୍ରକାଶ ଚନ୍ଦ୍ର ଦାସ, ଅଭିମନ୍ୟୁ ଧଳ, ପ୍ରଦୀପ କୁମାର ଧଳ, ବ୍ରଜ କିଶୋର ବିଶ୍ବାଳ, ସତ୍ୟବାଦୀ ପଣ୍ଡା, ମନୋରମା ଆଚାର୍ଯ୍ୟ, ଡ ପ୍ରିୟନାଥ ମହାପାତ୍ର, ସୁରେଶ ଚନ୍ଦ୍ର ସାହାଣୀ, ରାମ ଚନ୍ଦ୍ର ସାମଲ, ଅଜିତ୍ କୁଧାନ ମହାନ୍ତି, ଦେବଯାନୀ ପ୍ରଧାନ ,ଦୟାନିଧି ସାମଲ, ସ୍ମୃତି ରଂଜନ ଆଚାର୍ଯ୍ୟ, ରଜନୀ କାନ୍ତ ପୃଷ୍ଟି, କିଶୋର ଚନ୍ଦ୍ର ଦାସ, ସାଗାରିକା ବିହାରୀ, ରାମ ଚନ୍ଦ୍ର ଶୁକ୍ଳ, ସତୀଶ ବିଶ୍ଵାଳ, ତୁହିନାଂଶୁ ରଥ, ଅମରେନ୍ଦ୍ର ମହାପାତ୍ର,ଅଧ୍ୟାପକ ସଲିଳ ରାଜ ନନ୍ଦନ ମହାନ୍ତି, ବିଜୟ କେତନ ସାମଲ, ଗଙ୍ଗାଧର ପ୍ରତିହାରୀ, କାନ୍ନା ବାବା ଦୀପକ୍ ମିଶ୍ର, ଚିନ୍ମୟ କୁମାର ମହାନ୍ତି, କୈଳାସ ଚନ୍ଦ୍ର ରାଉତ, ପୁଜାରିଣୀ ବଳ, ମନୋଜ ଦାସ ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ। ଏହି ଅବସରରେ ଧାନ ମଣ୍ଡଳ ସ୍ଥିତ ହୋଲି ଜେସଶ୍ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷା କାମିନୀ ନାୟକ ଙ୍କ ସମ୍ପାଦନାରେ ଏକ ସ୍ମରଣିକା “ମହାନାୟକ ବିନାୟକ” କୁ ମୁଖ୍ୟ ଅତିଥି ବଡଚଣା ବିଧାୟକ ଅମର ନାୟକ ଉନ୍ମୋଚନ କରିଥିଲେ। ସ୍ବର୍ଗତ ବିନାୟକ ନାୟକ ଙ୍କ ଭାଇ ହେମନ୍ତ କୁମାର ନାୟକ, ସତ୍ୟରଞ୍ଜନ ନାୟକ, ପୁତ୍ର ଗୌରଶଙ୍କର,ବିଶ୍ୱଜିତ୍,ଅଜିତ ପ୍ରମୁଖ ଆଗନ୍ତୁକ ମାନଙ୍କୁ ସ୍ୱାଗତ କରିଥିଲେ।

Leave a Reply

Your email address will not be published. Required fields are marked *