ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଆହତ

କଟକ, 17/06-ଯୋବ୍ରା ସ୍ଥିତ ମହାନଦୀ ରେଳ ବ୍ରିଜ ତଳେ ଜଣେ ବ୍ୟକ୍ତି ଆହତ ହୋଇ ପଡ଼ିଥିବା ସୂଚନା ପାଇ ମାଲଗୋଦାମ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ଉକ୍ତ ବ୍ୟକ୍ତି ଜଣଙ୍କ ଯାଜପୁରର ଶ୍ରୀକାନ୍ତ ପାଢ଼ୀ ବୋଲି ଜଣାପଡିଛି। ତାଙ୍କ ପରିବାର ସଦସ୍ୟଙ୍କୁ ସୂଚନା ଦିଆଯାଇଛି। ସେ ଏକ ଚଳନ୍ତା ଟ୍ରେନ୍ ରୁ ପଡ଼ିଯାଇଥିବା ପ୍ରକାଶ କରିଛନ୍ତି। ତାଙ୍କ ଅବସ୍ଥାକୁ ବିଚାର କରି ତାଙ୍କୁ ଚିକିତ୍ସା ପାଇଁ ପୋଲିସ ଏସସିବି ମେଡିକାଲ କୁ ପଠେଇ ଥିଲା। ଏବେ ତାଙ୍କ ଅବସ୍ଥା ସ୍ଥିର ଅଛି ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *