ଝାରବନ୍ଧ ବ୍ଲକ ରେ ଜନଶୁଣାଣୀ

ପଦ୍ମପୁର ଉପଖଣ୍ଡ , (କ ବ୍ୟୁ ) (ଫ. ଦୀପ )ଝାରବନ୍ଧ ବ୍ଲକ ବି. ଡି. ଓ. ଶ୍ରୀ ପର୍ଶୁରାମ ପଣ୍ଡାଙ୍କ ତତ୍ୱାବଧାନରେ ବରଗଡ ଜିଲ୍ଲା ଅନ୍ତର୍ଗତ ଝାରବନ୍ଧ ବ୍ଲକ ସଭା ଗୃହରେ ପଦ୍ମପୁର ଉପଜିଲ୍ଲାପାଳ ସରୋଜିନୀ କୁଲୁ,ଏସ.ଡି.ପି.ଓ.ଶ୍ରୀ ଶବର ଏବଂ ବରଗଡ଼ ପି. ଡି. ଶ୍ରୀ ଲଲାଟ ଲୁହାଙ୍କ ଉପସ୍ଥିତିରେ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଶିଷ୍ଟ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଲୋକଙ୍କ ଅଭିଯୋଗରେ ନିରାକରଣ ପାଇଁ ଯଥାସିଦ୍ଧ କାର୍ଯ୍ୟକ୍ରମ କରାଯାଉଛି l ଏହି କାର୍ଯ୍ୟକ୍ରମରେ ସର୍ବମୋଟ ଏକ ଶହ ଛପନ ଗୋଟି ଅଭିଯୋଗ ପତ୍ର ହସ୍ତଗତ ହୋଇଛି, ସେଥି ମଧ୍ୟରୁ ବ୍ୟକ୍ତିଗତ ଏକଶହ ଛବିଶ ଓ ସାମୁହିକ ଅଠେଇସି ଗୋଟି l ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଯଥାଶୀଘ୍ର ବିଚାର ଦିଗରେ କାର୍ଯ୍ୟକ୍ରମ ରହିଅଛି l ଏହା ପଶ୍ଚିମ ଓଡ଼ିଶାର ଶେଷ ସୀମା ଓ ଉପାନ୍ତସରଳ ଆଦିବାସୀ ବହୁଳ ପରିଶ୍ରମୀ ଅଞ୍ଚଳ ଅଟେ l ଲୋକେ ନିଜେ କରି ନିଜ ଗୁଜୁରାଣ ମେଣ୍ଟାଇବା ହେତୁ ଶାସନ ପ୍ରଶାସନ ଉପରେ ନିର୍ଭର କରନ୍ତି ନାହିଁ l କାରଣ ବଶତଃ ଅଧିକାରୀଙ୍କ ସହିତ ଯୋଜନା କିମ୍ବା କିଛି ଘଟିଲେ ବାରମ୍ବାର ଦ୍ୱାରସ୍ଥ ହେବା ପସନ୍ଦ କରନ୍ତି ନାହିଁ l ଏଣୁ ଏହି ଜନ ଶୁଣାଣିରେ ଅନେକ ଅଭିଯୋଗ ଆସିଲେ ଵି ବାରମ୍ବlର ଆସିବାକୁ ଭଲ ପାଆନ୍ତି ନାହିଁ l ଏହି ସରଳ ଲୋକଙ୍କ କଥିତ ମୁତାବକ ଝାରବନ୍ଧ ବ୍ଲକ ଏକ ସମସ୍ୟା ବହୁଳ ସ୍ୱାର୍ଥ ସାଧନ ଦିଗରେ ପ୍ରଶାସନ କୁଟିଳତା ପ୍ରଦର୍ଶନ ଦିଗରେ ନିରୀହ ଜନତା ପୀଡିତ ହେଉଛନ୍ତି l ଯାହା ଫଳରେ ଜିଲ୍ଲାପାଳଙ୍କ ନାଲି କାଗଜ ବାରମ୍ବାର ନେବାକୁ ପଡୁଛି l ଏହାର କିଛି ପ୍ରତ୍ୟକ୍ଷ ଉଦାହରଣ -ଜଣେ ଧରାଭଟା ଶତକୁମର ନାୟକ ଆଜିକୁ ଦଶଟି ଅଭିଯୋଗ କରି ଆଶାୟୀ ବିଫଳ ହୋଇଛନ୍ତି l ଏହାର ମୁଖ୍ୟ କାରଣ ଗାଁରକିଛି ଲୋକ ଦଳବଦ୍ଧ ହୋଇ ନରେନ୍ଦ୍ର ନୟାକଙ୍କୁ ଗାଁ ବାଛନ୍ଦ କରିଥିବା ବେଳେ ଏହି ଶତକୁମାର ନାୟକ ଭାଇ ସମ୍ପର୍କ ନେଇ ତାଙ୍କ ସହିତ କଥାବାର୍ତା ଓ ଦେଣଲେଣ ହେବାରୁ ତା ପ୍ରତି ନିଷ୍ଠୁର ବ୍ୟବହାର ଆଚରଣ କରି ନିର୍ଯ୍ୟାତିତ କରାଯାଉଛି l ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇ ଉଚିତ ବିଚାରକୁ ଅପେକ୍ଷା କଲେ ଗାଁ ଏକତା ରାୟ ଦେଉଛି ଏସବୁ ମିଥ୍ୟା l ଯଦି ମିଥ୍ୟା ତେବେ ବାରମ୍ବାର ଅଭିଯୋଗ କାହିଁକି ? ପ୍ରଶାସନ ବିଚାର କରିବାରେ କଣ ତ୍ରୁଟି ହେଉଛି ? ଗାଁରୁ ହକ ମିଳୁନି କିମ୍ବା କିଛି ବାଧାପ୍ରାପ୍ତ ହେଉଛି କି?ଲୋକଙ୍କ ପରାମର୍ଶ ଏକ ଦଳବଦ୍ଧ ପରି ସ୍ଵଷ୍ଟ ଜଣା ପଡୁଛି l ଏଣୁ ଅଧିକାରୀ ବି. ଡି. ଓ. ଏବଂ ମାଜିଷ୍ଟେଟ ଶାନ୍ତି କମିଟିର ବନ୍ଦୋବସ୍ତ କରି ଅଞ୍ଚଳର ବିଶିଷ୍ଟ ବ୍ୟକ୍ତିଙ୍କୁ ନେଇ ଅସହାୟ ପ୍ରତି ବିଚାର ବେବାକୁ ଆଶାୟୀ l ଆଉ ଏକ କିଶୋର ବନଛୋର ଜଣେ ଶିକ୍ଷିତ ଯୁବକ ନିଜ ବାପାଙ୍କ ଅନୁକମ୍ପା ମୂଳକ ବାପାଙ୍କ ମୃତ୍ୟୁ ଯୋଗୁଁ ଅନ୍ୟଙ୍କ ଭଳି କଲେଜରେ ସେବା କରିବାର ପ୍ରୟାସ ରଖିଛି, ଅଥଚ ଅନ୍ୟ ଜଣେ ମହିଳାଙ୍କୁ ନିୟୋଜିତ କରି ଅଶାନ୍ତିର ଢେଉ ସୃଷ୍ଟି ହେଉଛି l ସେହି ଲୋକର କିଛି ତ୍ରୁଟି ନ ଥିଲେ ଅଧିକାର ଦେବା ଉଚିତ l କନ୍ଦାଡ଼ଙ୍ଗର ପଞ୍ଚାୟତ ଡୁଡୁକିଦାଦର ଗାଁ ବନ୍ଧ ପାଖ ଖେଳ ପଡିଆରେ ବର୍ଷଦିନେ ପାଣିଯୋଗୁଁ ସନ୍ତସନ୍ତିଆ ଯୋଗୁଁ ସରପଞ୍ଚଙ୍କ ପରାମର୍ଶ ନେଇ କଂକ୍ରିଟ ରାସ୍ତା ଲୋକଙ୍କ ସୁବିଧା ପାଇଁ ହେଲେ ଅଞ୍ଚଳ ଖୁସି !କିନ୍ତୁ ଜଣେ ନିରୀହ ହରିଜନଙ୍କ ଆବେଦନ ହେତୁ ଅଧିକାରୀ ନାମଞ୍ଜୁର କରୁଛନ୍ତି l ସେହିପରି ଜଣେ ଅଠାବନ ବର୍ଷୀୟ ବ୍ୟକ୍ତି ବିକ୍ରମ ନାୟକ ଏକ ଝିଅ ଦୁଇ ପୁଅ ଗରିବ ମଜୁରିଆ ଆବାସ ଘରଟିଏ ପାଇ ପାରୁନାହିଁ l କିନ୍ତୁ ଅନ୍ୟ ଉଚ୍ଚତର ଲୋକ ଆବାସ ଗୃହ ପାଉଛି କେଉଁ କାରଣରୁ ତାହା ସ୍ଵଷ୍ଟ ଜଣାପଡୁଛି,ପଞ୍ଚାୟତ ଅଧିକାରୀଙ୍କ ବିଶୃଙ୍ଖଳା l ପୁଣି ଲୋକେ ରବି ଫସଲରେ ଉନ୍ନତମାନର ଧାନ କିଣିବାକୁ କିଛି କରଜ ସୁଝିବାକୁ ଯାଇ ଧନମଣ୍ଡିରେ ଧାନ ଦେଇ ବିଶେଷ ଅସୁବିଧା ମୁଣ୍ଡେଇ ରହିଛି lଏହିପରି ପ୍ରତ୍ୟେକ ଦିଗରେ ନିରୀହ ଲୋକ ଅସୁବିଧାର ସମ୍ମୁଖୀନ ହେବାର ଦିନକୁ ଦିନ ବଢ଼ିବାରେ ଲାଗୁଛି ଓ ଜିଲ୍ଲାପାଳଙ୍କ ନାଲି କାଗଜ ସଂଖ୍ୟା ବୃଦ୍ଧି ହେଉଛି l ଏଣୁ ଅଂଚଳବାସୀ କିପରି ଏ ଅସୁବିଧାରୁ ଦୂର ହୋଇ ପାରିବେ ସେଥିପ୍ରତି ପ୍ରଶାସନ ମୁଖ୍ୟ ଜିଲ୍ଲାପାଳଙ୍କ ଦୃଷ୍ଟି ଗୋଚରାର୍ଥେ ନିବେଦନ କରନ୍ତି l

Leave a Reply

Your email address will not be published. Required fields are marked *