




ରାଜଗାଙ୍ଗପୁର (କ.ବ୍ୟୁ) ୧୩ ଜୁନ ୨୦୨୬: କୁତ୍ରା ଥାନା ଅନ୍ତର୍ଗତ ବିରିଙ୍ଗାଟୋଲୀ ଗ୍ରାମ ନିକଟରେ ହୃଦାନନ୍ଦ ଆଇଟିଆଇ ତାଲିମ କେନ୍ଦ୍ର ରେ ପାଠ ପଢୁଥିବା ଜଣେ ଛାତ୍ର ହଷ୍ଟେଲ ର ଛାତ ଉପରୁ ଡେଇଁ ପଡି ଆତ୍ମ ହତ୍ୟା କରିଥିବା ଜଣା ଯାଇଛି l ସୂଚନା ଅନୁଯାଇ ବିରିଙ୍ଗାଟୋଲୀ ସ୍ଥିତ ହୃଦାନନ୍ଦ ଆଇ ଟି ଆଇ ରେ ତଳସରା ଥାନା ଗ୍ରାମଞ୍ଚଳ ର ସୋନୁ ଅଭିଷେକ ତନ୍ତୀ (22)ଛାତ୍ର ଇଲେଟ୍ରିକଲ ବିଭାଗ ରେ ଦ୍ୱିତୀୟ ବର୍ଷ ରେ ଅଧୟନ କରୁ ଥିଲା ଗତ କାଲି ରାତ୍ର ରେ ହଷ୍ଟେଲ ରେ ସମସ୍ତେ ଖାଇବା ପରେ ନିଜ ନିଜର ରୁମ କୁ ଚାଲି ଯାଇଥିଲେ ଆଜି ସକାଳେ ଦେଖିବାକୁ ମିଳିଥିଲା ଯେ ତାର ଶରୀର ରକ୍ତାକ୍ତ ଅବସ୍ଥାରେ ତଳେ ପଡିଯାଇ ତାଙ୍କ ମୃତ୍ୟୁ ହେବା ଦେଖିବାକୁ ମିଳିଥିଲା l ଏହି ଦୃଶ୍ୟ ଦେଖି ହଷ୍ଟେଲ ପରିସରରେ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଥିଲା l ତୁରନ୍ତ ବୈଷକ ତାଲିମ କେନ୍ଦ୍ର ର ଶିକ୍ଷକ ମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ କୁତ୍ରା ଥାନାକୁ ଘଟଣା ଉପରେ ଜଣାଇବା ପରେ ରାଜଗାଙ୍ଗପୁର ଏସ ଡ଼ି ପି ଓ ବିଭୁତି ଭୂଷଣ ଭୋଇ କୁତ୍ରା ଥାନା ଅଧିକାରୀ ଲୋକେଶ ସାହୁ ଘଟଣା ସ୍ଥଳରେ ପହଞ୍ଚି କିପରି ଅବସ୍ଥାରେ ମୃତ୍ୟୁ କରଛି ଆତ୍ମହତ୍ୟା ର କାରଣ ଖୋଜୁଛି କିମ୍ବା ତାଙ୍କୁ କେହି ହତ୍ୟା କରି ଚାରି ତାଲା ହଷ୍ଟେଲ ଉପରୁ ତଳକୁ ଫୋପାଡ଼ି ଦେଇଛି ତା ଉପରେ ଅଧିକ ତଦନ୍ତ କରୁଥିବା ଜଣାଯାଇଛି ପୋଲିସ ତାର ପରିବାରଙ୍କୁ ଖବର ଦେବା ପରେ ସେମାନେ ଆସି ପହଞ୍ଚି ଥିଲେ l ପୋଲିସ ଶବ କୁ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପାଇଁ ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣା ଯାଇଛି ଶବ ବ୍ୟବଛେଦ ରିପୋଟ ଆଧାର ରେ ତଦନ୍ତ କରାଯିବ ବୋଲି ପୋଲିସ ମତବ୍ୟକ୍ତ କରିଛନ୍ତି l
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )