



ରାଜଗାଙ୍ଗପୁର (କ.ବ୍ୟୁ) ୧୩ ଜୁନ ୨୦୨୬: ସୁସ୍ଥ ଓଡିଶା ସମୃର୍ଦ୍ଧ ଭାରତ ଗଠନ ରେ କେନ୍ଦ୍ର ରେ ମୋଦିଜୀ ଙ୍କ 12ବର୍ଷ ଏବଂ ଓଡିଶା ରେ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡିଶା ରେ ଜୁନ 5ତାରିଖ ଠାରୁ ଜୁନ 14 ତାରିଖ ପର୍ଯ୍ୟନ୍ତ ଓଡିଶା ରେ 60 ବିଭିନ୍ନ ସ୍ଥାନ ରେ ଓଡିଶା ମାରୱାଡି ଯୁବ ମଞ୍ଚ ପକ୍ଷରୁ ରକ୍ତଦାନ ଶିବୀର ଅନୁଷ୍ଠିତ କରିବା ପାଇଁ ସ୍ଥିର କରା ଯାଇଛି l ଏହି ଅବସର ରେ 13/6/26 ରାଜଗାଙ୍ଗପୁର ମାରୱାଡି ଯୁଵା ମଞ୍ଚ ଏବଂ ଜାଗୃତି ଶାଖା ପକ୍ଷରୁ ରାଜ୍ୟ ରକ୍ତଦାନ ସଂଗ୍ରହ ର ସଭାପତି ରାଜେଶ ରାଜୁକା ଙ୍କ ନେତୃତ୍ୱ ରେ ସ୍ଥାନୀୟ ଅଗ୍ରସନ ଭବନ ଠାରେ ରକ୍ତଦାନ ଶିବୀର ଅନୁଷ୍ଠିତ କରାଯାଇଛି l ଏହି ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଡ଼ଃ ଜୟଦେବ ଦାସ ଏବଂ ଅଖିଳ ଉତ୍କଳ ମାରୱାଡି ସଂଘର ସଭାପତି ଅଜୟ କୁମାର ଶର୍ମା ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶୁଭ ଉଦଘାଟନ କରିଥିଲେ l ରକ୍ତଦାନ ଶିବୀର କୁ ରକ୍ତ ସଂଗ୍ରହ ପାଇଁ ରାଉରକେଲା ଆର ଜି ହେଚ ର ରକ୍ତ ସଂଗ୍ରହ ସଂସ୍ଥାନଏବଂ ରାଜଗାଙ୍ଗପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଡ଼ଃ ଆକାଶ ରଞ୍ଜନ ବାରିକ ଫାର୍ମାଷ୍ଟି ରଞ୍ଜନ କୁମାର ବାରିକ ରାଉରକେଲା ଆର ଜି ହେଚ ର ପବିତ୍ର କୁମାର ପଳାଇ, ଶୁଭେନ୍ଦୁ କୁମାର,ସୁରଜ କୁମାର ସାହୁ କୌଶିକ ରଣା ଙ୍କ ନେତୃତ୍ୱ ରେ 44 ୟୁନିଟ ରକ୍ତ ସଂଗ୍ରହ କରା ଯାଇଥିଲା l ମହିଳା ଜାଗୃତି ଶାଖା ର ସଭାପତି ନିଶିକା ଅଗ୍ରୱାଲ ସମ୍ପାଦକ ସୁନିତା ଅଗ୍ରୱାଲ ରାଜଗାଙ୍ଗପୁର ମାରୱାଡି ଯୁବା ମଞ୍ଚର ସଭାପତି ଶୁଭମ ଅଗ୍ରୱାଲ,ବ୍ରଜ ସୁଲତାନୀଆ ନିଶାନ ମିତଲ, ଯୋଗେଶ ଗୟଲ ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରି ଥିଲେ l
(ରାଜଗାଙ୍ଗପୁରରୁ ଅବଦୁଲ ରଜାକ ଖାନଙ୍କ ରିପୋର୍ଟ )