
କଟକ ( କ ବ୍ୟୁ ) : ବିଜେଡିର ରାଜ୍ୟ ସଭା ସଦସ୍ୟ ଶ୍ରୀ ଦେବାଶିଷ ସାମନ୍ତରାୟ ଦଳ ଛାଡ଼ିଲେ। ଶ୍ରୀ ସାମନ୍ତରାୟ ଙ୍କୁ ନେଇ ଯେଉଁ ରାଜନୈତିକ ଚର୍ଚ୍ଚା ହେଉଥିଲା ତାର ଅବସାନ ଘଟିଛି। ଆଜି ସେ ଦଳର ପ୍ରାଥମିକ ସଦସ୍ୟ ରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର ହାଇ କମାଣ୍ଡ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ଇସ୍ତଫା ପତ୍ର ରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଶ୍ରୀ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବାପରେ ପରବର୍ତ୍ତି କାଳରେ ସେ ବିଜେପିରେ ଯୋଗଦେବାର ସମ୍ଭାବନା ରହିଛି। ଶ୍ରୀ ସାମନ୍ତରାୟ ଆଜି ଦଳରୁ ଇସ୍ତଫା ଦେବାପରେ କଟକ ଜିଲ୍ଲା ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତଥାପି ଦଳ ମଧ୍ୟରେ କେତେକ ସଦସ୍ୟ ଶ୍ରୀ ସାମନ୍ତରାୟ ଙ୍କ ର ଦଳ ଛାଡ଼ିବାକୁ ନେଇ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଗତ କିଛି ଦିନ ହେବ ଶ୍ରୀ ସାମନ୍ତରାୟ ବିଜେଡି ଛାଡ଼ିବେ ବୋଲି କଟକ ସହରରେ ବେଶ୍ ଚର୍ଚ୍ଚା ହେଉଥିଲା। ଆଜି ତାହା ସତ୍ୟରେ ପରିଣତ ହୋଇ ସେ ଦଳ ଛାଡ଼ିଛନ୍ତି। ଶ୍ରୀ ସାମନ୍ତରାୟ 2008 ମସିହାରୁ ବିଜେଡି ଦଳରେ ଯୋଗଦେଇଥିଲେ। 2009 ମସିହା ନିର୍ବାଚନରେ ରାଜ୍ୟରେ ବିଜେପି ଓ ବିଜେଡି ମେଣ୍ଟ ଭାଙ୍ଗିଯିବା ପରେ ଶ୍ରୀ ସାମନ୍ତରାୟ କଟକ ବାରବାଟି ରୁ ବିଜେଡି ରୁ ପ୍ରାର୍ଥୀ ହୋଇ ଦୁଇ ଥର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ କାଳରେ ସେ ବିଜେଡିରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଏବେ ସେ ଦଳ ଛାଡ଼ି ଛନ୍ତି। ଶ୍ରୀ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବାପରେ ବିଜେଡିର ରାଜ୍ୟ କୋଷାଧ୍ୟକ୍ଷ ତଥା ମେୟର ସୁବାସ ସିଂ ଏକ ପ୍ରତିକ୍ରିୟା ଦେଇ କହିଲେ ଶ୍ରୀ ସାମନ୍ତରାୟ ନିଜର ସ୍ୱାର୍ଥ ପାଇଁ ଦଳ ଛାଡ଼ିଛନ୍ତି। ତାଙ୍କର ଇସ୍ତଫା ପତ୍ର ଦଳ ମଧ୍ୟରେ କୌଣସି ପ୍ରଭାବ ପକାଇବ ନାହିଁ। ଦଳ ଏବେ ମଧ୍ୟ ଶକ୍ତିଶାଳୀ ରହିଛି। ରାଜ୍ୟ ବାସୀ ନବୀନ ବାବୁଙ୍କ ପ୍ରତି ଅତୁଟ ବିଶ୍ୱାସ ରହିଛି। ଶ୍ରୀ ସାମନ୍ତରାୟ ବିଜେଡି ଦଳରେ ଥିଲାବେଳେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପାଇଥିଲେ। ବୋଲି ଶ୍ରୀ ସିଂ କହିଛନ୍ତି।